ବିଜେପିକୁ ଛିଗୁଲେଇ ଫସିଗଲେ ବିରୋଧୀ ଦଳ ନେତା
by Argus News
Thu, Oct 10 | 4:19 p.m.

ଅର୍ଗସ ବ୍ୟୁରୋ: ସରକାରରୁ ପ୍ରତ୍ୟାଖିତ ହେବା ପରେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି ସଦସ୍ୟତା ଅଭିଯାନ । ଦଳ ଲୋକଙ୍କ ଆସ୍ଥା ହରାଇଥିବାରୁ କିପରି ସଦସ୍ୟତା ଅଭିଯାନ କରାଯିବ ତାକୁ ନେଇ ଚିନ୍ତାରେ ବିଜେଡି ନେତା । ଦଳ ଏକ କୋଟି ରୁ ଉର୍ଦ୍ଧ୍ବ ସଭ୍ୟ ସଂଗ୍ରହ ପାଇଁ ଟାର୍ଗେଟ ରଖିଥିବାରୁ ବିନା ସରକାରରେ ତାହା ହେବ କି ନାହିଁ ସନ୍ଦେହରେ ନେତା । ଏ ସବୁ ଭିତରେ ଦଳୀୟ ଅନ୍ତକନ୍ଦଳ ବି ସଦସ୍ୟତା ଅଭିଯାନ ପାଇଁ ବଡ଼ ଅଡୁଆ ସୃଷ୍ଟି କରିଛି । ନେତା ଏକ ମନ ଏକ ପ୍ରାଣ ନେଇ କାମ କରି ପାରୁନଥିବା ବେଳେ ଲୋକେ କିପରି ବିଜେଡିକୁ ବିଶ୍ବାସ କରି ସଦସ୍ୟତା ଗ୍ରହଣ କରିବେ ତାହା ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ବିଜେଡିର ସୁପ୍ରିମୋ ଶଙ୍ଖ ଭବନରୁ ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା ବେଳେ କର୍ମୀ ଓ ନେତାଙ୍କ ମନୋବଳ ବଢାଇବା ପାଇଁ ବିଜେପିର ସଦସ୍ୟତା ଅଭିଯାନକୁ ଛିଗୁଲେଇ ଥିଲେ । କହିଥିଲେ ଅନ୍ୟ ଭଳି ମିସିଡ଼କଲ ମାରି ସଦସ୍ୟତା କରାଏନି ବିଜେଡି । ଯାହାର କଡା କାଉଣ୍ଟର କରିଛି ବିଜେପି । ଦଳର ବିଧାୟକ ଅଶୋକ ମହାନ୍ତି ଚ୍ୟାଲେଞ୍ଜ ଦେଇ କହିଛନ୍ତି ସାଧାରଣ ଗରିବ ଘରକୁ ଯାଇ ସଭ୍ୟ କରି ଦେଖାନ୍ତୁ ନବୀନ

ସେପଟେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ବେଳେ କଟକ ଓ ଭୁବନେଶ୍ୱରରୁ ଆସିଛି ଦଳୀୟ ବିଶୃଙ୍ଖଳାର ଦୃଶ୍ୟ । କଟକରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଷୋଦଗାର କରିଥିଲେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ସୌଭିକ କହିଥିଲେ ଦୁଇ ଜଣ ଲୋକ ରାଜ୍ୟରେ ସରକାର ଚଳାଉଥିଲେ । ସବୁ ଶାସନ କ୍ଷମତା ସେମାନଙ୍କ ହାତରେ ଥିଲା । କଟକରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ କିଛି ପାଇଲେ ନାହିଁ ଦଳ ପାଇଁ ରକ୍ତ ଦେଇ ଦିନ, ରାତି ଏକ କରି କାମ କରୁଥିବା ନେତା ଓ କର୍ମୀ ।

ସେହିପରି ଭୁବନେଶ୍ୱର ଶଙ୍ଖ ଭବନରେ ନବୀନ ପଟ୍ଟନାୟକ କରୁଥିବା ବୈଠକକୁ ଆସିନଥିଲେ ଦଳର ଅଧିକାଂଶ କର୍ପୋରେଟର । ଚର୍ଚ୍ଚା ହେଉଛି ବିଧାୟକ ସୁଶାନ୍ତ ରାଉତ ଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଅଶୋକ ପଣ୍ଡା ଙ୍କୁ ଜିଲ୍ଲା ସଭାପତି କରିବାକୁ କର୍ପୋରେଟର ମାନେ ନବୀନ ନିବାସ ଯାଇଥିବା ବେଳେ ତାଙ୍କ କଥା ଶୁଣା ଯାଇନାହି । ଯାହାର ପ୍ରତିବାଦ ରେ ଶଙ୍ଖ ଭବନର ବୈଠକ କୁ ପ୍ରତ୍ୟଖ୍ୟାନ କରିଥିଲେ ଅଧିକାଂଶ କର୍ପୋରେଟର । ଏବେ ନଜର ପକାନ୍ତୁ ବିଜେପିର କିପରି ସଦସ୍ୟତା ସଂଗ୍ରହ କାର୍ଯ୍ୟ ଚାଲିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝି କିପରି ସାଧାରଣ ଲୋକଙ୍କ ଘରକୁ ଯାଇ ସଭ୍ୟ ସଂଗ୍ରହ କରାଉଛନ୍ତି। ଆଉ କଣ କହୁଛନ୍ତି ଶୁଣନ୍ତୁ ।

ପଦଯାତ୍ରା ବେଳେ ବିଜେଡିର ଦଳୀୟ ଅନ୍ତ କନ୍ଦଳ ପଦାରେ ପଡ଼ିଥିବା ବେଳେ ସଭ୍ୟ ସଂଗ୍ରହ ବେଳେ ବି ସମାନ ସ୍ଥିତି । ତେଣୁ ପ୍ରଶ୍ନ ବିଜେଡି ନିଜ ଘର ସଜାଡ଼ି ପାରୁ ନଥିବା ବେଳେ କୁଣିଆଙ୍କୁ କେଉଁଠି ସ୍ଥାନ ଦେବ । ସରକାରରୁ ଯିବା ପରେ ଓ ଲୋକଙ୍କ ପାଖରୁ ପ୍ରତ୍ୟାଖ୍ୟାନ ହେବା ପରେ ବିଜେଡିର ଏହି ଏକ କୋଟି ସଭ୍ୟ ସଂଗ୍ରହ ଅଭିଯାନ ସଫଳ ହେବ ତ ?

ଅଧିକ ପଢ଼ନ୍ତୁ ରାଜନୀତି ଖବର 

ଯୁବଶକ୍ତି
'ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ '
ଅର୍ଗସ ବ୍ୟୁରୋ: ସଂଘର୍ଷ ଦ୍ବାରା ନିଜ ପାଇଁ ରାସ୍ତା ନିର୍ମାଣ କରନ୍ତୁ ଯୁବଶକ୍ତି, ସଫଳତା ପାଦ ଛୁଇଁବ । ଗୁରୁବାର ଗୋରଖପୁରର ମହାରାଣା ପ୍ରତାପ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳି
ଲାଓସରେ ପ୍ରଧାନମନ୍ତ୍ରୀ
ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି
ଅର୍ଗସ ବ୍ୟୁରୋ: ଲାଓସରେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଲାଓସରେ ପହଂଚିବାପରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଦୁଇ ଦିନିଆ ଭିଏତନାମା ଗସ୍ତରେ ଥିବା ପିଏମ୍ ମୋଦି 21ତ
SAPTAMI PUJA
ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟରେ ପ୍ରକମ୍ପିତ ଶକ୍ତିପୀଠ
ଅର୍ଗସ ବ୍ୟୁରୋ: ଦଶଭୂଜାଙ୍କ ଆଗମନ ପାଇଁ ରାଜ୍ୟସାରା ପାର୍ବଣର ଧୁମ୍ । ଆଜି ମଣ୍ଡପେ ମାଆଙ୍କ ସପ୍ତମୀ ଓ ପୀଠରେ ମହାଅଷ୍ଟମୀ ପୂଜା ଚାଲିଛି । ଘଣ୍ଟ ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟର