ରାସ୍ତା କଡ଼କୁ ଓଲଟି ପଡିଲା ପିକ ଅପ୍‌ ଭ୍ୟାନ, ୨ଟି ଗୋରୁ ମୃତ
by Argus News
Mon, Jul 15 | 2:23 p.m.

ଅର୍ଗସ ବ୍ୟୁରୋ:  ରାସ୍ତା କଡ଼କୁ ଓଲଟି ପଡିଲା ଗୋରୁ ବୋଝେଇ ପିକ ଅପ ଭ୍ୟାନ। ଯାଜପୁର ଦଶରଥପୁର ବ୍ଲକ ନନ୍ଦୀପୁର - ଝୁମ୍ପୁରୀ ରାସ୍ତାର ମଧ୍ୟସ୍ଥଳୀ ତରାଙ୍ଗ ସାଗରପୁରଠାରେ ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। ଉକ୍ତ ଭ୍ୟାନରେ ୭ ଟି ଗୋରୁଥିଲା ବେଳେ ୨ ଟି ଗୋରୁ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ସମସ୍ତ ଗୋରୁ ଆହତ ହୋଇଥିବା ଜଣାପଡିଛି। ଓଲଟି ପଡ଼ିଥିବା ପିକଅପ ଭ୍ୟାନରେ କେହି ଦୁର୍ବୃତ୍ତ ନିଆଁ ଲଗେଇ ଦେଇଥିଲେ। ଖବର ପାଇ ଦଶରଥପୁର ଅଗ୍ନିଶମ ବାହିନୀ ନିଆଁ ଆୟତ କରିଥିବା ବେଳେ ଦଶରଥପୁର ପୋଲିସ ଏହାର ତଦନ୍ତ ଚଳାଇଛି। ଗୋରୁ ସବୁ ବିଂଝାରପୁର ରୁ ଭଦ୍ରକ ଯାଉଥିବା ଅନୁମାନ କରାଯାଉଛି।ସେହି ପିକଅପ ଗାଡିର ଚାଳକ ଓ ଖଲାସି ଫେରାର ହୋଇଯାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା