ବାବା ସିଦ୍ଦିକି ହତ୍ୟା ମାମଲାରେ 6 ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ୍ 
by Argus News
Mon, Oct 14 | 3:56 p.m.

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ହତ୍ୟା ମାମଲାରେ 6 ଜଣ ଅଭିଯୁକ୍ତଙ୍କୁ ପୋଲିସ୍ ଚିହ୍ନଟ କରିଛି । ସେମାନେ ହେଲେ- ଧର୍ମରାଜ, ଶିବ କୁମାର, ଗୁରମେଲ୍, ଜିଶାନ ଅଖତର୍, ଶୁଭମ୍ ଲୋନକର୍ ଓ ପ୍ରବୀଣ ଲୋନକର୍ । ଏମାନଙ୍କ ମଧ୍ୟରୁ ଧର୍ମରାଜ, ଗୁରମେଲ୍ ଓ ପ୍ରବୀଣ ଲୋନକରଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ଅନ୍ୟ 3 ଜଣ ଫେରାର୍ ଅଛନ୍ତି । ମୁମ୍ବାଇ କ୍ରାଇମବ୍ରାଞ୍ଚର ୨୫ ଜଣିଆ ଟିମ୍ ଦ୍ବାରା ହରିୟାଣା, ଉତ୍ତରପ୍ରଦେଶ ଓ ନୂଆଦିଲ୍ଲୀରେ ଚଢଉ ଜାରି ରହିଛି । ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୁଲିସ ରିମାଣ୍ଡରେ ପଠାଇଛି । ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଛି । ଯାହାର ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଯାଞ୍ଚ ରିପୋର୍ଟରେ ଧର୍ମରାଜ ସାବାଳକ ବୋଲି ସ୍ପଷ୍ଟ ହୋଇଛି। 

ଅଧିକ ପଢନ୍ତୁ : ବାବା ସିଦ୍ଦିକି ହତ୍ୟା ମାମଲା: ବାପ-ପୁଅଙ୍କୁ ଏକାସାଙ୍ଗେ ହତ୍ୟା କରିବାର ଥିଲା ନିର୍ଦ୍ଦେଶ

ସେ ନିଜକୁ ନାବାଳକ କହି କୋର୍ଟକୁ ଭୁଆଁ ବୁଲାଉଥିଲା। ଧର୍ମରାଜ ସାବାଳକ ଜଣାପଡ଼ିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । ଆସନ୍ତା ଅକ୍ଟୋବର ୨୧ ଯାଏ ତାକୁ ମଧ୍ୟ ପୁଲିସ କଷ୍ଟଡିକୁ ତାକୁ ପଠାଇ ଦିଆଯାଇଛି । ହତ୍ୟାକାଣ୍ଡ ପାଇଁ ସୋସିଆଲ୍ ମିଡିଆରେ ପୋଷ୍ଟ ଲେଖି ନିଜକୁ ଦାୟୀ କରିଛି ଲାରେନ୍ସ ଗ୍ୟାଙ୍ଗ୍ । ଯିଏ ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କୁ ସାହାଯ୍ୟ କରିବ, ତାକୁ ଛାଡିବୁ ନାହିଁ ବୋଲି ଗ୍ୟାଙ୍ଗ୍ ଧମକ ଦେଇଛି । ଯାହାପାଇଁ ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ସୁରକ୍ଷା ବଢାଇ ଦିଆଯାଇଛି । ଚଳିତ ବର୍ଷ ଏପ୍ରିଲ୍ ମାସରେ ଏହି ଲାରେନ୍ସ୍ ଗ୍ୟାଙ୍ଗ ସଲମାନଙ୍କ ଘର ଉପରକୁ ଫାୟାରିଂ କରିଥିଲା । 
 

CANADA
ହରଦୀପ ସିଂହ ନିଜ୍ଜର ମାମଲା; କାନାଡ଼ାକୁ ଭାରତର ଦୃଢ଼ ଜବାବ
ଅର୍ଗସ ବ୍ୟୁରୋ: କାନାଡ଼ାକୁ ଭାରତର ଦୃଢ଼ ଜବାବ । ହରଦୀପ ସିଂହ ନିଜ୍ଜର ମାମଲାରେ କାନାଡ଼ା ପିଏଙ୍କ ବୟାନକୁ ତୀବ୍ର ବିରୋଧର କରିବା ସହ ଭାରତ କାନାଡ଼ା ହାଇ କମିଶନରଙ୍କୁ ରିପୋର୍ଟ ତଲବ କରିଛି
ଚିରାଗ ପାସୱାନ
ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା
ଅର୍ଗସ ବ୍ୟୁରୋ: ବଢ଼ିଲା କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଚିରାଗଙ୍କୁ ସିଆରପିଏଫର Z ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଚିରାଗଙ୍କ ସୁରକ୍ଷା ପାଇ
ମୋହନ ମାଝୀ
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ