ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ଆୟୋଜନ ହେଉଛି ରଜ ପର୍ବ
by Argus News
Sat, Jun 15 | 11:32 a.m.

ଅର୍ଗସ ବ୍ୟୁରୋ:  ସରିଛି ପହିଲି ରଜ । ଆଜି ରଜ ସଂକ୍ରାନ୍ତି । ରଜଦୋଳିର ଆସର, ସୁଆଦିଆ ପିଠାପଣାର ସମ୍ଭାର ଆଉ ସୁବାସିତ ପାନର ମହକ । ରଜରେ ଆଜି ଗାଁଠୁ ସହର ଯାଏଁ ସବୁଠି ମତୁଆଲା ପରିବେଶ । ନୂଆ ଡ୍ରେସ ସାଙ୍ଗକୁ ଅଳତା, କୁଙ୍କୁମ, ମେହେନ୍ଦି, ଚନ୍ଦନ ଏବଂ ଭଳିକି ଭଳି ଅନ୍ୟ ସାଜସଜ୍ଜା ସାମଗ୍ରୀରେ ସଜେଇ ହେଉଛନ୍ତି କୁଆଁରୀ ଆଉ ନବବିବାହିତା । ଘରେ ଘରେ ଜମୁଛି କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ । ପୋଡ଼ପିଠାର ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ । କେବଳ ସେତିକି ନୁହେଁ, ରାଷ୍ଟ୍ରପତି ଭବନରେ ମଧ୍ୟ ଏତର ପାଳିତ ହୋଇଛି ରଜ ପର୍ବ।

ରାଷ୍ଟ୍ରପତି ଭବନରେ ପ୍ରଥମ ଥର ପାଇଁ ଆୟୋଜନ ହେଉଛି ରଜ ପର୍ବ। ରାଷ୍ଟ୍ରପତି ଭବନରେ ଥିବା cultural ସେଣ୍ଟର ହଲରେ ଆୟୋଜିତ ହୋଇଛି ରଜ ପର୍ବ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଳାକାର ମାନଙ୍କ ସହିତ ଫଟୋ ଉଠାଇଥିଲେ। ପ୍ରବାସୀ ଓଡ଼ିଆଙ୍କ ସହିତ ଅନେକ ଡିରେକ୍ଟର ଅଫିସର, ସେନା ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ଓଡ଼ିଶାର କଳାକାର ମାନେ ମଧ୍ୟ ନାଚ ଗୀତ ପରିବେଷଣ କରିଥିଲେ। ପାରମ୍ପରିକ ଓଡ଼ିଆ ଖାଦ୍ୟ ଓ  ପାନର ମଜା ନେଇଥିଲେ ସମସ୍ତେ।

ଅଧିକ ପଢ଼ନ୍ତୁ ଦେଶ ଖବର: 

SPECIAL MARRIAGE
4m ago
ନିଆରା ବାହାଘର, ଏଇଠି ଝିଅ ନୁହେଁ ପୁଅ ଯାଏ ଶାଶୂଘର
ଅର୍ଗସ ବ୍ୟୁରୋ: ଭାରତ ଏମିତି ଏକ ଦେଶ ଯେଉଁଠି ପ୍ରତି ରାଜ୍ୟ କାହିଁକି ବରଂ ପ୍ରତି ଜିଲ୍ଲାରେ କିଛି ନା କିଛି ପରମ୍ପରା ରହିଛି । ପୂର୍ବପୁରୁଷଙ୍କ ଦ୍ଵାରା ଆରମ୍ଭ ହୋଇଥିବା ପରମ୍ପରାକୁ ଆଜ
NAVEEN PATNAIK
8m ago
ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...
ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପର
ଯକୃତ
10m ago
ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ
ଅର୍ଗସ ବ୍ୟୁରୋ: ଦେଶରେ ୬୬ ପ୍ରତିଶତ ମୃତ୍ୟୁର କାରଣ ଯକୃତ । ଭାରତରେ ମୁଖ୍ୟତଃ ମେଦବହୁଳତା ସମସ୍ୟା ଯୋଗୁଁ ଅଣସଂକ୍ରାମକ ରୋଗ ଓ ମୃତ୍ୟୁ ବଢିବାରେ ଲାଗିଛି । ଏଥିରେ ଯକୃତ ସ୍ବାସ୍ଥ୍ୟ ଏ