ପଦାରେ ପଡିଲା ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା
by Argus News
Tue, Jul 23 | 6:00 p.m.

ଅର୍ଗସ ବ୍ୟୁରୋ:  କାମକୁ ତିନି ମାସ ପୁରିନି। ରାସ୍ତା ଫାଟି କରିଛି ଆଁ। ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ହଇରାଣ ଜନତା । ନିମ୍ନମାନର
କାମ କରି ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା । ରାସ୍ତା ନାଁରେ ଦୁର୍ନୀତିର ଏ ବଡ଼ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଧୁଙ୍ଗିଆପୁଟ ପଞ୍ଚାୟତ ଅଟାଲ ଗୁଡା ଗାଁରୁ । ଏ ରାସ୍ତାର ଅବସ୍ଥା ଦେଖନ୍ତୁ, ଖରା ଦିନେ କଷ୍ଟେମଷ୍ଟେ ଚଳି ଯାଉଥିବାବେଳେ ବର୍ଷା ଦିନେ ବେହାଲ୍ ହୋଇପଡୁଛି ଅବସ୍ଥା । ବାଧ୍ୟ ହୋଇ ଭରା ନଈରେ ଜୀବନକୁ ବାଜି ଲଗାଇ ଯାଆସ କରୁଛନ୍ତି ଗ୍ରାମବାସୀ ।

ବାରମ୍ବାର ଅଭିଯୋଗ ପରେ ଗ୍ରାମ୍ୟ ନିର୍ମାଣ ବିଭାଗ ତରଫରୁ ପୋଲ ସହ ରାସ୍ତା ନିର୍ମାଣ କରାଯାଇଥିଲା । ଧୁଙ୍ଗିଆପୁଟଠୁ ଆଟାଲଗୁଡା ପର୍ଯ୍ୟନ୍ତ ୮୧.୫୪ ଲକ୍ଷର ପୋଲ ଓ ୫୨.୯୨ ହଜାର ଟଙ୍କାର ପ୍ରଧାନମନ୍ତ୍ରୀ ରାସ୍ତା କାମ ନିର୍ମାଣ କରାଗଲା । ହେଲେ  କାମ ସରୁ ସରୁ ପିଚୁ ଉଠିଯିବା ସହ ପୋଲର ଦୁଇ ପାର୍ଶ୍ବ ଦବିବାକୁ ବସିଲାଣି । ଦୁର୍ନୀତିଖୋରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ । ବର୍ଷା ଆରମ୍ଭରୁ ରାସ୍ତାର ଏଭଳି ଅବସ୍ଥା । ଆଗକୁ ବଢିବ ବର୍ଷା । ରାସ୍ତା ଧୋଇଯିବାର ଭୟ ଘାରିଛି ସ୍ଥାନୀୟ ଲୋକଙ୍କୁ । ପ୍ରଶାସନ ଏହାକୁ ଗୁରୁତର ସହ ନେଇ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା