ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପରେ ଗାଁକୁ ପହଁଚିନି ରାସ୍ତା
by Argus News
Fri, Aug 02 | 6:23 p.m.

ଅର୍ଗସ ବ୍ୟୁରୋ:  ଭତ୍ତା ପାଇଁ ଭାରରେ ବୁହା ହେଉଛନ୍ତି ହିତାଧିକାରୀ। ବୃଦ୍ଧବୃଦ୍ଧା ବି ଚାଲି ଚାଲି ଯାଉଛନ୍ତି। ଦିନେ କି ଦୁଇଦିନ ନୁହଁ ପ୍ରତି ମାସରେ ଏଭଳି ଭତ୍ତା ନେବାକୁ ବୁହା ହୋଇ ପଞ୍ଚାୟତକୁ ଆସୁଛନ୍ତି ହିତାଧିକାରୀ। ତାହା ପୁଣି ୮ କିମି ବାଟ ସାଙ୍ଗକୁ ୮ ଟି ବଡବଡ ପାହାଡ ପାର ହୋଇ ଚାଲିଚାଲି ଆସିବାକୁ ପଡୁଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣୀଗଡ ପଞ୍ଚାୟତ ଅନ୍ତର୍ଗତ ଘାଟି ଉପରେ ଥିବା କଣ୍ଡରା, କାଚପାଜୁ, ବାଙ୍କପାଜୁ, ସୁଲକେଟି, କଣପାଜୁ ଭଳି ୫ ଖଣ୍ଡ ଗ୍ରାମର ଲୋକେ ଏମିତି ଭାବେ ଯାତାୟତ କରୁଛନ୍ତି।

ପଞ୍ଚାୟତ କାର୍ଯ୍ୟାଳୟରୁ ଏସବୁ ଗାଁର ଦୁରତା ୮ କିଲୋମିଟର। ୮ କିମି ବାଟରେ ରହିଛି ବଡବଡ ୮ଟି ପାହାଡ। ଗାଁ ଲୋକଙ୍କ ରହିଥାଏ ବନ୍ୟ ଜନ୍ତୁଙ୍କ ଭୟ। ତଥାପି ନିଜ ଆବଶ୍ୟକତା କାରଣରୁ ଲୋକେ ଏମିତି ଦୟନୀୟ ଭାବେ ଯାତାୟତ କରିବାକୁ ହେଉଛନ୍ତି ବାଧ୍ୟ। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟସେବା କଥା ନ କହିବା ଭଲ। ରାସ୍ତା ପାଇଁ ଗାଁକୁ ଆମ୍ବୁଲାନ୍ସ ହେଉ କି ଦମକଳ ବି ଯାଇ ପାରେନି। ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ପାଇଁ ଏମାନଙ୍କ ଭରସା ଥାଏ ଖଟିଆ। ସେହିପରି ଏଠାରେ ମୋବାଇଲ ନେଟଓ୍ବର୍କ ସ୍ବପ୍ନ। ଘଟଣା ସମ୍ପର୍କରେ ବୌଦ୍ଧ ଜିଲ୍ଲାପାଳ କହିଛନ୍ତି ରାସ୍ତା ନିର୍ମାଣ ପାଇଁ ୧୨ କୋଟିରୁ ଅଧିକ ଟଙ୍କା ଅନୁଦାନ ଆସିଛି। ଖୁବ ଶୀଘ୍ର ରାସ୍ତା ନିର୍ମାଣ ହେବ।
ଦୀର୍ଘ ବର୍ଷ ହେଲା ରାସ୍ତା ପାଇଁ ହୀନସ୍ଥା ହେଉଥିବା ୫ ଖଣ୍ଡ ଆଦିବାସୀ ଗାଁକୁ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

'ଜୀନ୍ନତ
now
ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ 'ଜୀନ୍ନତ'
ମୟୂରଭଞ୍ଜ: ସଫ୍ଟ ଏନକ୍ଲୋଜରରୁ ମୁକ୍ତ ହେଲା ବାଘୁଣୀ 'ଜୀନ୍ନତ' । ମହାରାଷ୍ଟ୍ରରୁ ଶିମିଳିପାଳକୁ ଆସିଥିବା ଦ୍ବିତୀୟ ବାଘୁଣୀ ଜିନ୍ନତ୍ ଗତକାଲି ସନ୍ଧ୍ୟାରେ ଫାଟକ ଖୋଲାଯାଇଥିବାବେଳ
INDIA
ପର୍ଥରେ ଭାରତର ବଡ ବିଜୟ
ଅର୍ଗସ ବ୍ୟୁରୋ: ପର୍ଥ ଟେଷ୍ଟରେ ଟିମ୍ ଇଣ୍ଡିଆର ବିଜୟ । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଦମଦାର ପ୍ରଦର୍ଶନ । ବିଜୟ ହାସଲ କରିଛି ବୁମରା ବାହିନୀ । ଯଶସ୍ୱୀ ଜଏସ୍ୱାଲ ଏବ
ସେଣ୍ଟ୍ରାଲ ଟିମ
ବାତ୍ୟା ଦାନାର କ୍ଷୟକ୍ଷତି ସମୀକ୍ଷା ପାଇଁ  2ଜଣିଆ ସେଣ୍ଟ୍ରାଲ ଟିମ
ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ସର୍କିଟ ହାଉସରେ 2ଜଣିଆ ସେଣ୍ଟ୍ରାଲ ଟିମ । ବାତ୍ୟା ଦାନାର କ୍ଷୟକ୍ଷତି ସମୀକ୍ଷା ପାଇଁ ଯିବେ ରାଜନଗର ବ୍ଲକ ତାଳଚୁଆ ଟିକାୟତନଗର । ଏନେଇ ସୂଚନ
ମହଙ୍ଗା
ମହଙ୍ଗା ପଡିଲା ବିନା ହେଲମେଟରେ ରିଲ୍‌ସ
ଅର୍ଗସ ବ୍ୟୁରୋ: ମହଙ୍ଗା ପଡିଲା ବିନା ହେଲମେଟରେ ରିଲ୍‌ସ । ସଡକ ସୁରକ୍ଷା ନିୟମର ଉଲ୍ଲଂଘନ । ଜବତ ହେଲା ଅଭିନେତ୍ରୀ ରାନୀ ପ୍ରିୟଦର୍ଶିନୀଙ୍କ ଗାଡି । ରାନୀ ପ୍ରିୟଦର୍ଶିନୀଙ୍
ବଜେଟ
ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ
ଅର୍ଗସ ବ୍ୟୁରୋ: କାଲିଠୁ ବିଧାନସଭା ଶୀତ ଅଧିବେଶନ। ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଆଣିବେ ବଜେଟ। ଗୃହ ସୁରୁଖୁରରେ ଚାଲିବା ନେଇ ହେବ ଆଲୋଚନା