ପାହାଡ଼ ଧସି ଜଳମଗ୍ନ ହେଲା ରାସ୍ତା, ବୁଡ଼ିଲା ପୋଲ
by Argus News
Sat, Jul 20 | 6:01 p.m.

ଅର୍ଗସ ବ୍ୟୁରୋ:  ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବାହ୍ୟ ଜଗତରୁ ଜିଲ୍ଲା ଏକ ପ୍ରକାର ବିଚ୍ଛିନ୍ନ ହେବାରେ ଲାଗିଛି । ବଣ୍ଡା ଘାଟିର ମୁଦୁଲିପଡାକୁ ସଂଯୋଗ କରୁଥିବା ରାସ୍ତାରେ ଭୁସ୍କଳନ ଯୋଗୁଁ ବାହ୍ୟଜଗତରୁ ବିଚ୍ଛିନ୍ନ ହେଲା ବଣ୍ଡା ଘାଟିର ଦୁଇଟି ପଂଚାୟତ ।  ଜିଲ୍ଲା କୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥର ପାଙ୍ଗମ ନଦୀରେ ଜଳ ସ୍ତର ବୃଦ୍ଧି ପାଇ ପୋଲ ଉପରେ ଜଳ ପ୍ରବାହିତ ହେବାରୁ ଯାତାୟାତ ବନ୍ଦ ହୋଇଯାଇଛି ।

ସେହିପରି କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ଠୁ ମୋଟୁ ଓ ଆନ୍ଧ୍ରକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ଓ ଏମ ଭି ୯୬ ପୋଲ ଉପରେ ଜଳ ପ୍ରଭାହିତ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରୁ ପୋଲ ଉପରେ ୩ ଫୁଟ ଉଚ୍ଚ ର ଜଳ ପ୍ରଭାହ ଥିବା ବେଳେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଏହି ଜଳସ୍ତର ଆହୁରି ବଢ଼ିବାରେ ଲାଗିଛି । ସେହିପରି ମାଲକାନଗିରି ରୁ କାଲିମେଳା କୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଟେରୁ ପୋଲ ଉପରେ ମଧ୍ୟ ପ୍ରାୟ ୪ଫୁଟ ଉଚ୍ଚତା ର ଜଳ ପ୍ରବାହିତ ହେଉଛି । ଜଳପ୍ରବାହ ଦ୍ବାରା ଯାତାୟାତ ଠପ ହୋଇଯାଇଛି ।

ବର୍ଷା ଜଳ ଘରେ ପଶିଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି।  ମାଲକାନଗିରି ପୁରୁଣା ଷ୍ଟେଟ ବ୍ୟାଙ୍କ ସାହି ବା 7 ନମ୍ବର ୱାର୍ଡ ବର୍ଷା ଜଳରେ ବୁଡି ରହିଛି। ଏହାର ସ୍ଥାୟୀ ସମାଧାନ ଦାବିରେ ସ୍ଥାନୀୟ ବାସିନ୍ଦା ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ଗତକାଲିଠୁ ପ୍ରବଳ ବର୍ଷା ଲାଗି ରହିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସଅତିତି ସୃଷ୍ଟି ହୋଇଛି। ଫେଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା