ଭାରସାମ୍ୟ ହରାଇ ମନ୍ଦିର ଭିତରକୁ ପଶିଗଲା ଟ୍ୟାଙ୍କର, ଅଳ୍ପକେ ବର୍ତ୍ତିଲେ ମନ୍ଦିର ପୂଜକ
by Argus News
Thu, Oct 17 | 2:28 p.m.

ଅର୍ଗସ ବ୍ୟୁରୋ:  ଶନି ମନ୍ଦିରକୁ ପଶିଗଲା ଟ୍ୟାଙ୍କର  । ଭାରସାମ୍ୟ ହରାଇ ମନ୍ଦିର ଭିତରକୁ ପଶିଗଲା । ଭୋର ୫ଟାରେ ଶନି ମନ୍ଦିର ପୂଜକ ମନ୍ଦିର ଖୋଲିବାକୁ ଆସିଥିଲେ । ପ୍ରଥମେ ମହାଦେବ ମନ୍ଦିର ଯାଇ ବାବାଙ୍କ ଦର୍ଶନ କରି ଫେରୁଥିଲେ । ଆଉ ମାତ୍ର କେଇ ସେକେଣ୍ଡ ଭିତରେ ଶନି ମନ୍ଦିର ଖୋଲି ପୂଜାର୍ଚ୍ଚନା କରିଥାନ୍ତେ । ହଠାତ ଶନି ମନ୍ଦିରକୁ ପଶିଗଲା ଟ୍ୟାଙ୍କର । କେହି କିଛି ବୁଝିବା ଆଗରୁ ମାଟିରେ ମିଶିଗଲା ମନ୍ଦିର । ଏଥିରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମନ୍ଦିର ପୂଜକ । ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଦୁର୍ଘଟଣା । ଅଗ୍ନିଶମ ବାହିନୀ ଡ୍ରାଇଭରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା