ପାନୀୟ ଜଳ ସମସ୍ୟାରେ ସନ୍ତୁଳିତ ହେଉଛନ୍ତି ଆଦିବାସୀ ସାନ୍ତାଳି
by Argus News
Mon, Jul 15 | 8:36 p.m.

ଅର୍ଗସ ବ୍ୟୁରୋ:  ମୟୁରଭଞ୍ଜର ପୋଡ଼ାଗଡ଼। ଅଧିବାସୀ ଏଧୁସିତ ଏହି ଗାଁରେ ପ୍ରାୟ 90ପରିବାର ବସ ବାସ କରନ୍ତି। ମାତ୍ର ସରକାରଙ୍କ ବସୁଧା ଯୋଜନା ଏଠାରେ ଫେଲ୍। ଘରକୁ ଘର ଟ୍ୟାପ ପାଣି ଯୋଗାଣ ଏଠାରେ ଏବେବି ସାତ ସପନ। ବର୍ଷା ଦିନରେ ଜଳର ଅଭାବ ଗ୍ରାମବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି l ଗାଁରେ 2ଟି ନଳକୂପ ଥିବା ବେଳେ ସେଥିରୁ ଗୋଟିଏ  ନଳକୂପ ଅଚଳ । ଆଉ ଗୋଟିଏ ଉପରେ ପୁରା ଗ୍ରାମବାସୀ ନିର୍ଭର କରୁଥିବାରୁ ପାଣି ପାଇଁ ସମସ୍ୟ ଉପୁଜୁଛି। 

ପୋଡ଼ାଗୋଡ ଗାଁରେ ସୋଲାର ଯୋଜନାରେ ପାଣି ଟାଙ୍କି ବସିଥିଲା। ମାତ୍ର ତାହା ଏବେ ଅଚଳ । ଘରେ ପାଣି ଟ୍ୟାପ ଲାଗିଥିଲେ ସୁଧା ପିଇବା ପାଣି ମୁନ୍ଦାଏ ପାଉନାହାନ୍ତି ଗ୍ରାମବାସୀ।  ଗାଁ ରେ ଯଦିଓ ଗୋଟିଏ ସରକାରୀ ଗଭୀର କୂଅ ଅଛି ତାହା ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଖରା ଦିନରେ କୂଅର ପାଣି ସୁଖି ଯାଏ, ବର୍ଷା ଦିନରେ କୂଅର ପାଣି ଗୋଳିଆ ହୋଇ ପଡେ।  ତେଣୁ କୂଅର ପାଣି ବ୍ୟବହାର ହୋଇ ପାରୁନାହିଁ । ଦୁର୍ଗମରେ ଜଳ ଯନ୍ତ୍ରଣା , ପାଣି ପାଇଁ ସଂଗ୍ରାମ କରୁଛନ୍ତି ଉପାନ୍ତବାସୀ। ସରକାରୀ ଯୋଜନା ଏଠି ପହଞ୍ଚିଛି ସତ କିନ୍ତୁ ଏହାର ଲାଭ ପାଉ ନାହାନ୍ତି ଗରିବ ଆଦିବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା