ଆଜି ଆସିବ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ରାୟ
by Argus News
Tue, Feb 06 | 1:56 p.m.

ଅର୍ଗସ ବ୍ୟୁରୋ: ଆଜି ଆସିବ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାର ରାୟ । ଏନେଇ ନୟାଗଡ଼ କୋର୍ଟରେ ପହଞ୍ଚିଛି ଅଭିଯୁକ୍ତ । ନୟାଗଡ଼ ଅତିରିକ୍ତ ଦୌରା ଜଜଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଓ ଅଭିଯୁକ୍ତଙ୍କ ଓକିଲ ପକ୍ଷରୁ ଗତ ୧ ତାରିଖରେ ଚୂଡ଼ାନ୍ତ ଲିଖିତ ଜବାବ ଦାଖଲ ହୋଇଥିଲା । ଆଉ କିଛି ସମୟ ମଧ୍ୟରେ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ । ନୟାଗଡ଼ ଅତିରିକ୍ତ ଦୌରାଜଜଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ଶେଷ ହେବ । 2020 ଜୁନରେ ନୟାଗଡ଼ ଯଦୁପୁରରେ ଘଟିଥିଲା ନାରକୀୟ କାଣ୍ଡ । କୁନି ଝିଅ ପରୀର ଅପହରଣ ହେଲା

ପୋଲିସକୁ ଜଣାଇଲେ, ପୋଲିସ ଶୁଣିଲାନି । ଚାପ ପଡିବା ପରେ ତଦନ୍ତ ହେଲା, ଡଗ ସ୍କ୍ବାର୍ଡ ଆସିଲା । ହେଲେ କିଛି ବି ପତ୍ତା ମିଳିଲାନି । 9 ଦିନ ପରେ ଘର ପାଖ ଗାଡିଆ ନିକଟରୁ ଉଦ୍ଧାର ହେଲା ମୃତଦେହ । ବାବୁଲି ନାୟକ ଓ ତା ଲୋକ ହତ୍ୟାକାରୀ ବୋଲି ଘରଲୋକ ଅଭିଯୋଗ କରିଥିଲେ । ବାବୁଲି ନାୟକ ସେତେବେଳର ମନ୍ତ୍ରୀ ଅୁଣ ସାହୁଙ୍କ ଖାସ୍ । ନୟାଗଡ଼ ପୋଲିସ ଶୁଣିଲାନି, ମାମଲାକୁ ଚାପିଦେଲା । ଏନେଇ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା । ଏସଆଇଟି ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ହେଲେ ତଦନ୍ତ ପରିସରକୁ ଆସିଲେନି ଅରୁଣ ସାହୁ । ଗିରଫ ପୂର୍ବରୁ ନାବାଳକକୁ 5 ଲକ୍ଷ ଟଙ୍କାର ପ୍ରଲୋଭନ କଥା ସାମ୍ନାକୁ ଆସିଥିଲା । ପରେ ନାବାଳକକୁ ପରୀ ହତ୍ୟା ମାମଲାରେ ଗିରଫ କରାଗଲା। ଦୁଷ୍କର୍ମ ଉଦ୍ୟମ ଓ ହତ୍ୟାର ଦଫା ଲାଗିଲା ଅଭିଯୁକ୍ତ ନାଁରେ । ହେଲେ ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଥିଲା ନାବାଳକ । ଆଇନଜୀବୀ ମାନେ ମଧ୍ୟ ତଦନ୍ତକୁ ନେଇ ଉଠାଇଥିଲେ ପ୍ରଶ୍ନ । ପରୀର ପରିବାର ବି ନାବାଳକ ହତ୍ୟାକାରୀ ନୁହେଁ ବୋଲି କହିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା