ଗାଁ ତ ନୁହେଁ ସମସ୍ୟାର ଗନ୍ତାଘର
by Argus News
Wed, Jun 12 | 6:59 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମର ଅଭିଶପ୍ତ ଇଲାକା ଡ଼କରବାଡ଼ି। ଗାଁ ତ ନୁହେଁ ସମସ୍ୟାର ଗନ୍ତାଘର। ନାହିଁ ନାହିଁ ମଧ୍ୟରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଡ଼କରବାଡ଼ିବାସୀ। କନ୍ଧମାଳ ରାଇକିଆ ବ୍ଲକ କରଡ଼ା ପଞ୍ଚାୟତର ଡ଼କରବାଡ଼ି । ଗାଁର ଜନ ସଂଖ୍ୟା ୫୦୦ ପରେ।  ତେବେ ଡକରବାଡ଼ି ଲିମାପଡା ନଡାପାଙ୍କା କଡ଼ିବଳୀ କାନ୍ଦ୍ରିମାହ ବରପୋଲିଂ ଓ ଖିଲାବାଡ଼ି ଅଞ୍ଚଳରେ ରହିଛି ଅନେକ ସମସ୍ୟା l ଗାଁକୁ ଯିବାକୁ ହେଲେ ଦୁଇଟି ପାହାଡ଼ ଓ ଦୁଇଟି ନଦୀ ଡେଇଁ ଯିବାକୁ ହୁଏ l ପାହାଡ଼ ମଧ୍ୟରେ କଚ୍ଚା ରାସ୍ତା ଦେଇ ଗଲେ ପଡେ ଡ଼କରବାଡ଼ିର ଏହି ଦୁର୍ଗମ ଇଲାକା।

ଅଞ୍ଚଳରେ ପାଣି ସମସ୍ୟା ଉତ୍କଟତର। ପାହାଡ ନଇ ଡେଇଁ ଏଠି ପହଞ୍ଚି ପାରିନି ବିକାଶ। ଏଥିପାଇଁ ପ୍ରତିଦିନ ଏଠି ପାଣି ପାଇଁ କରିବାକୁ ପଡେ ସଂଘର୍ସ। ଗରା ମାଠିଆ ଧରି ଏଠି ମହିଳା ମାନେ ମାଇଲମାଇଲ ବାଟ ଚାଲିବା ପରେ ପାଣି ମୁନ୍ଦାଏ ପାଇଥାନ୍ତି। ବିଜୁଳି ଆଲୁଅ କଣ ଜାଣି ନାହାନ୍ତି ଡ଼କରବାଡ଼ିବାସୀ। ମୌଳିକ ସମସ୍ୟା ବିନା ଦିନ ବିତାଇବା କଷ୍ଟକର ହୋଇ ପଡିଥିବା ବେଳେ ରାତି କେମିତି କଟୁଥିବ ତାହା ଏହି ଚିତ୍ର ସ୍ପଷ୍ଟ କରୁଛି। ସେଭଳି ଗାଁରେ ଶିକ୍ଷା ବ୍ୟବସ୍ଥା ନାହିଁ କହିଲେ ଚଳେ।ଅଙ୍ଗନୱାଡି ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆଶୁଥିବା ବେଳେ ପ୍ରତିଶୃତି ନାଁରେ ଲୋକଙ୍କୁ ମିଳିଛି ଖାଲି ପ୍ରତାରଣା।

୨୪ ବର୍ଷର ସରକାରଙ୍କ ପ୍ରତାରଣା ପରେ ଅଞ୍ଚଳବାସୀ ନିରାସ ହୋଇ ଚଳିତ ବର୍ଷ ଭୋଟ୍ ବର୍ଜନ କରିଛନ୍ତି। ଆଶା ରଖିଛନ୍ତି ନୂଆ ସରକାର ସମସ୍ୟାର ସମାଧାନ କରିବେ। ସମସ୍ତଙ୍କୁ ମିଳିବ ସରକାରୀ ଯୋଜନାର ଲାଭ। ଆଉ ଅଭିଶପ୍ତ ନ ବୋଲାଇ ସମାଜର ମୁଖଅୟ ଶ୍ରୋତରେ ସାମିଲ ହୋଇ ପାରିବେ ଡ଼କରବାଡ଼ିବାସୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା