ଅବକାରୀ ବିଭାଗ ପାରିଲା ନାହିଁ, ମହିଳାମାନେ କରିଦେଖାଇଦେଲେ 
by Argus News
Tue, Jul 23 | 8:53 p.m.

ମୟୂରଭଞ୍ଜ:  ଗ୍ରାମରେ ଚାଲିଥିଲା ମଦ ବେପାର । ବାରମ୍ବାର ମନା କରିବା ପରେ ମଧ୍ୟ ଚାଲିଥିଲା ଚୋରା ମଦ କାରବାର । ଶେଷରେ ଅବକାରୀ ବିଭାଗ ପାରିଲା ନାହିଁ, ଗ୍ରାମର ମହିଳାମାନେ ଏକଜୁଟ୍ ହୋଇ ମଦ ବେପାରୀକୁ କାବୁ କରିଲେ । ଆଉ ମଦ ବନ୍ଦ ଦାବିରେ ଅବକାରୀ କାର୍ଯ୍ୟାଳୟ ଘେରାଉ କରିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ । ସ୍ଥାନୀୟ ଥାନା ଅଧିନ ନାବରା ଗ୍ରାମରେ ସନ୍ତୋଷ କୁମାର ମହାକୁଡ ନାମକ ଜଣେ ବ୍ୟକ୍ତି ଚୋରା ଦେଶୀ ମଦ ବିକ୍ରୀ କରୁଥିବା ଗ୍ରାମର ମହିଳାମାନେ ଜାଣିବା ପରେ ଆଜି ମଦ ବିକ୍ରୀ କରୁଥିବା ବେଳେ ତାକୁ ଗ୍ରାମର ମହିଳାମାନେ ଧରିଲେ ।

ଆଉ ମଦ ବେପାରୀକୁ ଧରିବା ପରେ ତାକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ । ହେଲେ ଏତିକିରେ ସରି ନ ଥିଲା କଥା । ଉକ୍ତ ମଦ ବେପାରୀକୁ ତୁରନ୍ତ ନ  ଛାଡିବା ସହିତ ଗ୍ରାମରେ  ମଦ ବେପାର ବନ୍ଦ କରିବା  ଦାବିରେ ଗ୍ରାମର ଶତାଧିକ ମହିଳା ଅବକାରୀ କାର୍ଯ୍ୟାଳୟ ଘେରାଉ କରିଥିଲେ । ଯାହାକି ମଦ କାରବାର ଗ୍ରାମରେ ତୁରନ୍ତ ବନ୍ଦ  କରିବାକୁ ଦାବି କରିଛନ୍ତି ଗ୍ରାମର ମହିଳା । ଦାବି ପୂରଣ ନ ହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।  
ଅଧିକ ପଢନ୍ତୁ ଓଡିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା