ଅର୍ଗସ ବ୍ୟୁରୋ : ଷ୍ଟେଜରେ ସମସ୍ତଙ୍କ ସାମ୍ନାରେ ନିଜ ପ୍ରେମ ବିଷୟରେ କହିଲେ ରଶ୍ମିକା ମାନ୍ଦାନା । ଯାହାକୁ ଶୁଣିବା ପରେ ଦର୍ଶକଙ୍କ ହୋହାଲ୍ଲା ଶୁଣିବାକୁ ମିଳିଥିଲା । ରଶ୍ମିକା ନିଜର ଆଗାମୀ ଫିଲ୍ମ ପୁଷ୍ପା-୨ର ପ୍ରମୋସନ ପାଇଁ ଖୁବ ବ୍ୟସ୍ତ ରହୁଛନ୍ତି । ଚେନ୍ନାଇର ଏକ ସୋ'ରେ ପୁଷ୍ପା ୨ ଗୀତର ଲଞ୍ଚ ବେଳେ ସେହି ସୋ'ର ହୋଷ୍ଟ ତାଙ୍କୁ ତାଙ୍କ ବୟଫ୍ରେଣ୍ଡ ବିଷୟରେ ପଚାରିଥିଲେ । ହୋଷ୍ଟ ପଚାରିଥିଲେ, "ଆପଣ ଫିଲ୍ମ ଇଣ୍ଡଷ୍ଟ୍ରୀର କାହାକୁ ବିବାହ କରିବେ, ନା ଆପଣଙ୍କ ସ୍ବାମୀ ଫିଲ୍ମ ଇଣ୍ଡଷ୍ଟ୍ରୀର ହେବା ଦରକାର । ଯଦି ତାଙ୍କ ବିଷୟରେ କିଛି ସୂଚନା ଦେବେ, ତେବେ ସେ କିଏ ଆମେ ଜାଣିପାରିବୁ " ।
We need someone who understands the Tamil language and can tell us what @iamRashmika said in response that caused the public to react so loudly?
— Rashmika Delhi Fans (@Rashmikadelhifc) November 24, 2024
Aakhir Baat kya hai?? #RashmikaMandanna 😍 pic.twitter.com/lOuyw1kymT
ସେତେବେଳେ ରଶ୍ମିକା କହିଥିଲେ, "ସେ କିଏ, ସେକଥା ସମସ୍ତେ ଜାଣିଛନ୍ତି ।" ଏତିକି କହିବା ପରେ ତଳେ ବସିଥିବା ସମସ୍ତ ଦର୍ଶକ ଖୁବ ଜୋରରେ ଚିଲେଇବାକୁ ଲାଗିଥିଲେ । ତାଙ୍କ ସହ ଅଲ୍ଲୁ ଅର୍ଜୁନ ମଧ୍ୟ ଖୁବ ହସିଥିଲେ । ରଶ୍ମିକା ଆହୁରି ମଧ୍ୟ କହିଥିଲେ, ମୁଁ ଜାଣିଛି ତୁମେ କେଉଁ ଉତ୍ତର ମୋ ଠାରୁ ଆଶା କରୁଛ । ଏହା ପରେ ହୋଷ୍ଟ ପୁଣି କହିଥିଲେ , ତାଙ୍କ ବିଷୟରେ ସମ୍ପୁର୍ଣ୍ଣ କ୍ଲାରିଟି ଦେବାପାଇଁ । ଯାହାକୁ ନେଇ ରଶ୍ମିକା କହିଥିଲେ , "ଏବେ ନୁହେଁ, ବ୍ୟକ୍ତିଗତ ଭାବରେ ମୁଁ ଆପଣଙ୍କୁ ତାଙ୍କ ବିଷୟରେ ଜଣାଇଦେବି " ।
ତେବେ କିଛିଦିନ ତଳେ ବିଜୟ ଦେବରକୋଣ୍ଡା ଏକ ଷ୍ଟେଜରେ କହିଥିଲେ, ସେ ସିଙ୍ଗଲ ନାହାନ୍ତି, ବରଂ ଏକ ରିଲେସନସିପରେ ଅଛନ୍ତି । ତେଣୁ ଉଭୟ ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡା ରିଲେସନସିପରେ ଥିବା ନେଇ ଫ୍ୟାନମାନଙ୍କ ଭିତରେ ବେଶ ଚର୍ଚ୍ଚା ଲାଗିରହିଛି ।