କେଶ ଝଡିବା କମ୍ କରିବ ଏହି ପାଣି
by Argus News
Fri, Oct 25 | 5:56 p.m.

ଅର୍ଗସ ବ୍ୟୁରୋ: ସାଧାରଣ ଭାବେ ଆମେ ସମସ୍ତେ ଷ୍ଟିଲ, କାଚ ତଥା ପ୍ଲାଷ୍ଟିକ ଗ୍ଲାସରେ ପାଣି ପିଇଥାଉ। କିନ୍ତୁ କଣ ଆପଣ ଜାଣନ୍ତି କି ତମ୍ବା ପାତ୍ରରେ ପାଣି ପିଇବାକୁ କାହିଁକି ପରାମର୍ଶ ଦିଆଯାଏ। ଆମେ ଅନେକ ଥର ଆମ ଗୁରୁଜନଙ୍କଠୁ ଏହି ଉପଦେଶ ଶୁଣିବାକୁ ପାଉ ଯେ ତମ୍ବା ତଥା କପର ଗ୍ଲାସରେ ପାଣି ପିଇଲେ ଏହା ଆମ ଶରୀର ପାଇଁ ଭଲ ହୋଇଥାଏ। କିନ୍ତୁ ଆମେ ତାହାର ଫାଇଦା ସମ୍ପର୍କରେ ଜାଣିନଥାଉ । ଭାରତୀୟ ପରମ୍ପରା ଅନୁସାରେ ତମ୍ବା ପାତ୍ରରେ ପାଣି ପିଆଯାଇଥାଏ । ଯାହାର ବହୁତ କିଛି ଫାଇବା ରହିଥାଏ ।

ଯଦି ଆମେ ପୁଣିଥିରେ ସେହି ସବୁ ଉପାୟ ଗୁଡିକ ଗ୍ରହଣ କରିବେ ତେବେ ଆମ ଶରୀରରେ କୌଣସି ପ୍ରକାର ରୋଗ ପ୍ରବେଶ କରିବ ନାହିଁ ଏବଂ ଶରୀରକୁ ବିଭିନ୍ନ ପ୍ରକାରର ଉପକାର ମିଳିବ । ଏହିପରି ଏକ ଉପାୟ ହେଉଛି ଏକ ତମ୍ବା ପାତ୍ରରେ ରାତିରେ ପାଣି ରଖି ସେହି ପାଣିକୁ ସକାଳେ ପିଇବା । ତମ୍ବା ପାତ୍ରରେ ରଖାଯାଇଥିବା ପାଣି ଆମ ଶରୀର ପାଇଁ ବହୁ ଲାଭଦାୟକ ହୋଇଥାଏ । ଏହାସହ ଆୟୁର୍ବେଦ ମଧ୍ୟ କହେ କି ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା ବହୁ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ ।

ତେବେ ସାଇଣ୍ଟିଫିକ ଦୃଷ୍ଟିରୁ ଏହି ପାଣିକୁ ପିଇବା ଦ୍ୱାରା ବ୍ୟାକ୍ଟେରିଆ ଓ ଦୂଷିତ ପଦାର୍ଥକୁ ମରିବାର କ୍ଷମତା ରଖଥାଏ। ଏହି ପାଣିରେ ତମ୍ବାର ତତ୍ତ୍ୱ ମିଶିଯାଏ। ଯାହା ଆମ ଶରୀରରେ ଥିବା ହାନିକାରକ ପଦାର୍ଥକୁ ନଷ୍ଟ କରିଦିଏ। ଏମିତିରେ ଆମକୁ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଏବେ ଜାଣନ୍ତୁ ଏହି ପାତ୍ରରେ ପାଣି ପିଇବା ଦ୍ୱାରା କେଉଁ ଫାଇଦା ମିଳେ ।

ଗ୍ୟାସ ସମସ୍ୟାରୁ ମୁକ୍ତି:- ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ଵାରା ଏସିଡିଟି କିମ୍ବା ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିବାସହ ହଜମ ପ୍ରକ୍ରିୟାରେ ସୁଧାର ଆସିଥାଏ ।

କୋଲଷ୍ଟୋଲ ପରିମାଣ କମ୍ ହୋଇଥାଏ:- ତମ୍ବା ପାତ୍ରରେ ରଖାଯାଇଥିବା ପାଣିକୁ ପିଇବା ଦ୍ବାରା ଶରୀରରେ କୋଲଷ୍ଟୋଲ ପରିମାଣ କମ୍ ହେବାସହ ହାର୍ଟ ମଜବୁତ୍ ହୋଇଥାଏ ।

ରକ୍ତ ହିନତାରୁ ମିଳିଥାଏ ମୁକ୍ତି:- ତମ୍ବା ପାତ୍ରରେ ଅତି କମରେ ୮ ଘଣ୍ଟା ପର୍ଯ୍ଯନ୍ତ ପାଣି ରଖି ସେହି ପାଣିକୁ ପିଇବା ଦ୍ବାରା ଏନିମିୟା ତଥା ରକ୍ତ ହିନତା ରୋଗକୁ ମୁକ୍ତି ମିଳିଥାଏ । ଏହି ପାଣିରେ ଭରପୁର ଥିବା କପର ଆପଣଙ୍କ ଶରୀରରେ ଥିବା ରକ୍ତ ହିନତାକୁ ଦୂର କରିବାରେ ସାହାଯ୍ଯ କରିଥାଏ ।

କ୍ୟାନ୍ସରରୁ ବର୍ତ୍ତିବା ପାଇଁ ସହାୟକ:- ତମ୍ବା ପାତ୍ରରେ ରଖାଯାଇଥିବା ପାଣି ରେ ପର୍ଯ୍ଯାପ୍ତ ପରିମାଣରେ ଆଣ୍ଟି ଅକ୍ସିଡେଣ୍ଟ୍ ରହିଥାଏ, ଯାହା ବୟସ ଛାପକୁ ଲୁଚାଇବା ସହ କ୍ୟାନସର ଭଳି ଗମ୍ଭୀର ରୋଗରୁ ଲଢିବା ପାଇଁ ସହାୟକ ହୋଇଥାଏ ।

କେଶ ଝଡିବା କମ୍:- ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।

ଓଜନ କମିବାରେ ସହାୟକ:- ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ପିଇବା ଫଳରେ ଓଜନ କମ୍ ହୋଇଥାଏ । ଏହାସହ ଶରୀରକୁ ବହୁ ପ୍ରକାରର ପ୍ରତିକାର ମିଳିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

AWAS GHAR
42m ago
ସୁରକ୍ଷିତ ଆବାସ ନ ଥିବାରୁ ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ
ଅର୍ଗସ ବ୍ୟୁରୋ: ବାତ୍ୟାର ପ୍ରକୋପ ସେତେ ହେଲାନି, କିନ୍ତୁ କଚ୍ଚା ଘରେ ରହୁଥିବାଗରିବଙ୍କ ମୁଣ୍ଡ ଉପରେ ପଡ଼ିଲା ଚଡ଼କ। ପବନ ମାଡ଼ରେ ଭଦ୍ରକ ବାସୁଦେବପୁର ପୌରାଞ୍ଚଳ ୱାର୍ଡ ନଂ 23ର
ବିପର୍ଯ୍ୟୟ ମୁକାବିଲା
50m ago
ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା
ଭୁବନେଶ୍ୱର: ଦାନା ମୁକାବିଲାରେ ଜନସେବାର ଭାଗିଦାରିତା। ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା। ଦିନ ରାତି ଏକ କରିଥିଲା ନୂଆ ସରକାର। ଗାଉଣ୍ଡରେ ମନ୍ତ୍ର
DANA
55m ago
ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡ଼ିଲା ଗଛ, ଉଡ଼ିଲା ଚାଳ ଛପର
ଅର୍ଗସ ବ୍ୟୁରୋ: ଦାନା ଦାନବ ସିନା ସାଜିଲାନି ହେଲେ ରଚିଛି ଏମିତି ତାଣ୍ଡବଲୀଳା । ବାତ୍ୟା ଦାନା ଯୋଗୁଁ କେନ୍ଦ୍ରାପଡ଼ା ସମେତ ଉପକୂଳବର୍ତ୍ତୀ ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଇଏ ହେଉଛ