ରଥଖଳାକୁ ଆଜ୍ଞାମାଳ ବିଜେ, ସିଂହଦ୍ୱାର ସମ୍ମୁଖକୁ ଆସିବେ ତିନି ରଥ
by Argus News
Sat, Jul 06 | 11:30 a.m.

ଅର୍ଗସ ବ୍ୟୁରୋ: ରାତି ପାହିଲେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏହାପୂର୍ବରୁ ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ପଟିଦିଅଁଙ୍କ ଠାରୁ ଆସି ରଥଖଳାରେ ବିଜେ ହେଲା ଆଜ୍ଞାମାଳ। 

ତେବେ ଆଜ୍ଞାମାଳ ବିଜେ ପରେ ସିଂହଦ୍ବାର ଆସିବ ତିନି ରଥ। ପ୍ରଥମେ ନନ୍ଦିଘୋଷ, ପରେ ଦେବଦଳନ ଏବଂ ତାଳଧ୍ବଜ ରଥ ସିଂହଦ୍ବାର ସମ୍ମୁଖକୁ ଆସିବ।

ରଥ ଝଟକିଲାଣି... ପଥରେ ଝୋଟି ଫୁଟିଲାଣି... ଜୀବନ୍ତ ଦିଶିଲେଣି ଧଳା, କଳା ଓ ନାଲି ଘୋଡ଼ା । ଏବର୍ଷ ଖୁବ୍ ସ୍ବତନ୍ତ୍ର ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା। ୫ ଦଶନ୍ଧି ପରେ ପଡ଼ିଛି ବିରଳ ସଂଯୋଗ । ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ଓ ଘୋଷଯାତ୍ରା । ସେଥିପାଇଁ ରବିବାର ସହଳ ଆରମ୍ଭ ହେବ ନୀତିକାନ୍ତି । ତେବେ ପହଣ୍ଡି ଆରମ୍ଭ ହେଲା ବେଳକୁ ଦିନ ପ୍ରାୟ ଗୋଟାଏ ୧୦ ମିନିଟ୍ । ଛେରା ପହଁରା ଓ ଅନ୍ୟ ନୀତିକାନ୍ତି ପରେ ଅପରାହ୍ନ ୪ରୁ ୫ଟା ଭିତରେ ଆରମ୍ଭ ହେବ ରଥଟଣା । ସେଦିନ ସୂର୍ଯ୍ୟାସ୍ତ ପରେ ବଡ଼ଦାଣ୍ଡରେ ଅଟକିବ ୩ ରଥ । ସୋମବାର ଅବକାଶ ନୀତି ପରେ ପୁଣି ଗଡ଼ିବ ଗୁଣ୍ଡିଚା ମନ୍ଦିର ଅଭିମୁଖେ । ସେପଟେ ସୁସ୍ଥ ହେବା ପରେ ଭକ୍ତଙ୍କୁ ଦର୍ଶନ ଦେବା ଲାଗି ଆତୁର ହେଲେଣି କାଳିଆ ସାଆନ୍ତ । ଆଜି ବିଳମ୍ବିତ ରାତିରେ ହେବ ଶ୍ରୀମୁଖ ଶୃଙ୍ଗାର... ବନକଲାଗି ନୀତି। 

ରଥଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତି ଭଳି ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବି ଏକ ପ୍ରମୁଖ ଦିଗ । ଏଥିପାଇଁ ଆଜି ପୋଲିସ ଲାଇନ ପଡ଼ିଆରେ ରଥ ଟଣାର ମକ୍ ଡ୍ରିଲ କରିଛନ୍ତି ଯବାନ । ଦଉଡ଼ିରେ ଜିପ୍‌କୁ ଟଣାଯାଇଥିଲା ପୂର୍ବାଭ୍ୟାସ ପାଇଁ । ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ୧୮୦ ପ୍ଲାଟୁନ ଫୋର୍ସର ସୁରକ୍ଷା ବ୍ଲାଙ୍କେଟ୍ ଏବଂ AI ଟେକ୍ନୋଲୋଜି ବିଶିଷ୍ଟ ସିସିଟିଭି କ୍ୟାମେରା ନଜରରେ ରହିବ ଶ୍ରୀକ୍ଷେତ୍ର । ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଡାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି । ତିନି ଠାକୁରଙ୍କ ତିନି କର୍ଡନ ଦାୟିତ୍ବରେ ମୁତୟନ ହେବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ CRPF ଓ ୮ଟି SOG ଟିମ୍ । ଦୁଇ ଅତିରିକ୍ତ ଡିଜିଙ୍କ ସହ କମାଣ୍ଡାଟ ଓ ଡିଆଇଜି ରାଙ୍କର ଅଧିକାରୀ ନିୟୋଜିତ ରହିବେ । ଆସନ୍ତାକାଲି ରାତିରୁ ଟ୍ରାଫିକ କଟକଣା ଲାଗୁହେବ । ସିସିଟିଭି କ୍ୟାମେରା ବ୍ଲାଇଣ୍ଡ ସ୍ପଟ୍ ଗୁଡ଼ିକ ଉପରେ ନଜର ରଖିବ ଡ୍ରୋନ୍ । ଏଥିସହ ଶ୍ରଦ୍ଧାଳୁଙ୍କୁ ସହାୟତା ପାଇଁ ରଥଯାତ୍ରା-୨୦୨୪ ମୋବାଇଲ୍ ଆପ୍ ଏବଂ ଟ୍ରାଫିକ ରୁଟ୍ ସୂଚନା ପାଇଁ QR କୋଡ୍ ଭଳି ଆଧୁନିକ ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର  
 

ROAD
now
୭୦ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ରାସ୍ତା
ଅର୍ଗସ ବ୍ୟୁରୋ: କଳାହାଣ୍ଡି ଜୁନାଗଡ଼ ବ୍ଲକର ରାଜପୁର ପଞ୍ଚାୟତ ଅନ୍ତର୍ଗତ ଝାରବନ୍ଧ ଗାଁର ମାଝୀପଡା। ୫୦ରୁ ଉର୍ଦ୍ଧ୍ଭ ଲୋକ ରହୁଥିବା ଏହି ଗାଁକୁ ନାହିଁ ରାସ୍ତା । ପ୍ରାୟ ୭୦ ବର୍
କାର୍ତ୍ତିକ ମାସ
2m ago
ଏଥର ହବିଷ୍ୟାଳିଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି...
ପୁରୀ: ଆସନ୍ତା 18 ତାରିଖରୁ ଆରମ୍ଭ ହେବ ଧର୍ମ ଓ ପୂଣ୍ୟର ମାସ କାର୍ତ୍ତିକ ମାସ । ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳି ଯୋଜନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍
ଜୈବ ବିବିଧତା
11m ago
ମହୁ ଚାଷ ଦ୍ୱାରା ଜୈବ ବିବିଧତା ସନ୍ତୁଳନ ସମ୍ଭବ: ଡକ୍ଟର ଶସନୀ
ଭୁବନେଶ୍ୱର: ପୁଷ୍ପ କୃଷି ମିଶନ ଜରିଆରେ ଜୈବ ବିବିଧତାକୁ ସନ୍ତୁଳନ କରିବା ଲକ୍ଷ୍ୟ ନେଇ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଫୁଲ ଚାଷ ସହ ମହୁ ମାଛି ଚାଷ କୁ ଗୁରୁତ୍ଵ ଦେଉଛି । ଏହ