ମହାରାଷ୍ଟ୍ରରେ ପାଣି ଟାଙ୍କି ଭୁଶୁଡି ତିନି ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ
by Argus News
Sun, Oct 27 | 2:29 p.m.

ଅର୍ଗସ ବ୍ୟୁରୋ :  ପୁଣିଥରେ ଗଞ୍ଜାମରୁ ଆସିଲା ଦାଦନ ଯନ୍ତ୍ରଣାର କରୁଣ ଚିତ୍ର  । ମହାରାଷ୍ଟ୍ରର ପୁନେରେ ପାଣିଟାଙ୍କି ଭୁଶୁଡି ଗଞ୍ଜାମର ତିନିଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ପୁନେର ଏନସିସି ଲିମିଟେଡ଼ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନେ ପାଣି ଟାଙ୍କି ଭୁଶୁଡି ପଡିବାରୁ ସାତଜଣ ଠିକା ଶ୍ରମିକ ମୃତ୍ୟୁ ବରଣ କରିଥିଲେ l ସାତଜଣଙ୍କ ମଧ୍ୟରୁ ବିହାର ରାଜ୍ୟର ଚାରିଜଣ ହୋଇଥିବା ବେଳେ ଓଡିଶାର ତିନି ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି ।

ଅଧିକ ପଢନ୍ତୁ ଓଡିଶା ଖବର

ଏହି ଘଟଣାଟି ଗତ 24ତାରିଖରେ ଘଟିଥିବା ବେଳେ ମୃତ୍ୟକଙ୍କ ଶବ ନିଜ ଗ୍ରାମକୁ ଆସିବାପରେ ଏକ ଶୋକକୁଳ ପରିବେଶରେ ଗ୍ରାମ ମଶାଣିରେ ଦାହା କରାଯାଇଥିଲା l କାମ କରୁଥିବା ସଂସ୍ଥା ପକ୍ଷରୁ କ୍ଷତିପୂରଣ ବାବଦରେ ଦଶ ଲକ୍ଷଟଙ୍କା ଓ ଶୁଦ୍ଧି କାର୍ଯ୍ୟ ପାଇଁ ଏକ ଲକ୍ଷ ଟଙ୍କା ମୃତକ ପରିବାରକୁ ଦିଆଯାଇଥିବା କହିଛନ୍ତି lଅନ୍ୟପଟେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଆଜିମୃତ ଦୁଇପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି l
 

BUS
9m ago
ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ କରିଛନ୍ତି ଆନ୍ଦୋଳନ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସହରରେ ମୋ ବସ୍ ଚଳାଚଳ ଠପ୍ । ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ ଆଜି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରିଛନ୍ତି
WOMEN
14m ago
ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା
ଅର୍ଗସ ବ୍ୟୁରୋ: ମଦ ବିରୋଧରେ ମହିଳାଙ୍କ ମହାମେଳି । ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍
70ବର୍ଷରୁ
20m ago
70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର
ଅର୍ଗସ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ଆଉ ପରିବାର ପାଇଁ ପାଲଟିବନି ବୋଝ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରତି ପୂରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ୍ମା