ଆଜି ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ
by Argus News
Tue, Oct 01 | 7:14 a.m.

ଅର୍ଗସ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ ଝାଡ଼ଖଣ୍ଡ ଗସ୍ତର ଦ୍ବିତୀୟ ଦିନ । ଚାଇଁବସାରେ ପରିବର୍ତ୍ତନ ସମାବେଶରେ ଯୋଗଦେବେ ମୋହନ ମାଝୀ । ଅଧିକାଂଶ ଓଡ଼ିଆ ଭାଷାଭାଷୀ ରହୁଥିବା ଝାଡ଼ଖଣ୍ଡର 3ଟି ଜିଲ୍ଲାର କେନ୍ଦ୍ର ହେଉଛି ଚାଇଁବସା ।  ଝାଡ଼ଖଣ୍ଡର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଓ ଚମ୍ପେଇ ସୋରେନଙ୍କ ସମେତ 2ଟି ଲୋକସଭା ଓ 14ଟି ବିଧାନସଭା ନିର୍ବାଚନମଣ୍ଡଳୀର ସବୁ ବଡ଼ ବିଜେପି ନେତା ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । 

ଝାଡ଼ଖଣ୍ଡରେ କେବେ ନିର୍ବାଚନ ହେବ ସେନେଇ ତାରିଖ ଘୋଷଣା କରାଯାଇନାହିଁ। ତେବେ ବିଜେପି ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତକାଲି ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନୀ ପ୍ରଚାରରେ ସାମିଲ ହୋଇ କହିଛନ୍ତି, ଝାଡଖଣ୍ଡର ବିକାଶ ପାଇଁ ଆପଣ ଡବଲ ଇଂଜିନ୍ ଲଗାନ୍ତୁ । ରାଜ୍ୟରେ ଥିବା ହେମନ୍ତ ସୋରେନ୍ ସରକାର ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛନ୍ତି । 

କେନ୍ଦ୍ର ସରକାର ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚୁନାହିଁ । ଏବେ ସମୟ ଆସୁଛି ସେ ଭଳି ସରକାରକୁ ଉଖାଡି ଫିଙ୍ଗିବା ପାଇଁ । ଡବଲ ଇଞ୍ଜିନ ସରକାର ଆସିଲେ ବିକାଶ ନିଶ୍ଚିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଖରିଫ
24m ago
ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା
ଭୁବନେଶ୍ୱର : ଆସନ୍ତା ନଭେମ୍ବରରୁ ରାଜ୍ୟରେ ଆରମ୍ଭ ହେବ ଖରିଫ ଧାନ କିଣା। କ୍ବିଣ୍ଟାଲ୍ ପିଛା 3100 ଟଙ୍କା ଦରରେ ଚାଷୀଙ୍କଠାରୁ ଧାନ କିଣିବେ ରାଜ୍ୟ ସରକାର। ବରଗଡ଼ ସୋହେଲାରୁ ହେବ ଧା
ମଦ ବିକ୍ରି ବନ୍ଦ
35m ago
ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା
ସୁବର୍ଣ୍ଣପୁର: ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା । ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି । ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍
ଦମଦାର ବିଜୟ
52m ago
କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ
ନୂଆଦିଲ୍ଲୀ: କାନପୁର ଟେଷ୍ଟରେ ଭାରତର ଦମଦାର ବିଜୟ। ବାଂଲାଦେଶ ପକ୍ଷରୁ ଦିଆଯାଇଥିବା ୯୫ ରନର ଟାର୍ଗେଟକୁ ଭାରତ ୩ ୱିକେଟ ହରାଇ ହାସଲ କରି ନେଇଛି। ପୂର୍ବରୁ ଭାରତୀୟ ବୋଲରଙ୍କୁ ସାମ୍ନ