ଆରମ୍ଭରୁ ଟୋକନ ଟେନସନ, ଧାନ ଆଣିଥିବା ଚାଷୀଙ୍କ ଟୋକନ ନାହିଁ
by Argus News
Tue, Nov 21 | 8:38 p.m.

ଅର୍ଗସ ବ୍ୟୁରୋ: କଳାପାଣି ମଣ୍ଡିରେ ଧାନ ଆଣିଥିବା ଚାଷୀ ସୁରେଶ ନିକାଣ୍ଟି ଧୁପ ଦେବା ପରେ ନଡିଆ ଭାଙ୍ଗିଛନ୍ତି.। ହେଲେ ଦୁର୍ଭାଗ୍ୟ ତାଙ୍କର ଟୋକନ ଆସିନି।ସେହିପିରି ଅତାବିରା ଧାନମଣ୍ଡିକୁ ଧାନ ଆଣିଥିବା ଲାଜରପଲିର ଚାଷୀ ରାମାୟଣ ଗଡତିଆରଙ୍କର ବି ଆସିନି ଟୋକନ। ଚାଷୀଙ୍କ ଅଭିଯୋଗ ଯାହାର ଧାନ ଅମଳ ସରିଛି। ବିକ୍ରି କରିବାକୁ ଚାହୁଁଛନ୍ତି ସେମାନଙ୍କର ଟୋକନ ଆସିନି। ଆଉ ଯେଉଁମାନଙ୍କର ଧାନ ନାହିଁ ସେମାନଙ୍କର ଟୋକନ କରିଛି ଯୋଗାଣ ବିଭାଗ। ସେପଟେ ଆରମ୍ଭରୁ ଟୋକନ ସମସ୍ୟାକୁ ନେଇ ଘେଁସ୍ ସୋସାଇଟିରେ ତାଲା ଦେଇ ଘାରଣା ଦେଲେ ସହିଦ ମାଧୋସିଂ ଆଞ୍ଚଳିକ କୃଷକ ସଙ୍ଗଠନର ଚାଷୀ।

ଏଥର ଖରିଫ ପାଇଁ ବରଗଡରେ  ଏକ ଲକ୍ଷ 51 ହଜାର 435 ଜଣ ଚାଷୀ  ଧାନ କ୍ରୟ କରିବା ପାଇଁ  ନାଁ ପଞ୍ଜିକୃତ କରିଥିବା ବେଳେ 112 ଜଣ ମିଲରସ 54 ଏସଏଚଜି ଗ୍ରୁପ ,58 ଟି ପେକ୍ସ ମାଧ୍ୟମରେ ଧାନ କିଣାଯିବ। ହେଲେ ବିଳମ୍ବରେ ମଣ୍ଡି ଖୋଲି ପ୍ରଶାସନ ମିଲର ଓ ଦଲାଲଙ୍କ ପାଇଁ ସାହାଣ ମେଳା କରିଛି। ମଣ୍ଡି ଖୋଲିବା ଆଗରୁ ମିଲରେ ଲାଗୁଛି ଧାନ ଟ୍ରକ। ବରଗଡ ଓ ନୂଆପଡା ଅର୍ଗସ କ୍ୟାମେରାରେ ସରକାରଙ୍କ ଏ  ମିଲର ପ୍ରେମ ଧରାପଡିଥିଲା--ୱିଣ୍ଡୋ ଭିଜୁଆଲ। ନୂଆପଡାରେ ମିଲକୁ ଧାନ ଯାଉଥିବା ବେଳେ ଅର୍ଗସ କ୍ୟାମେରା ଧରିଥିବା ବେଳେ ବରଗଡରେ ମିଲ ଆଗରେ ଥିବା ଧାନଟ୍ରକର ଚିତ୍ର କଏଦ କରିଥିବା ଆମ କ୍ୟାମେରା ଟି॥

ପ୍ରଥମ  ପର୍ଯ୍ୟାୟରେ  ବରଗଡକୁ ଜିଲ୍ଲାକୁ 67 ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ମିଳିଥିବା ବେଳେ  ଏବେ ଚାଷୀଙ୍କ ପାଇଁ ଟେନସନ ବଢାଇଛି ଟୋକନ। ବରଗଡରେ  କେବଳ ନାଁକୁ ମଣ୍ଡି ଖୋଲିଥିବା ବେଳେ ନୂଆପଡାରେ 24ରେ ମଣ୍ଡି ଖୋଲିବ। କିନ୍ତୁ ତା ପୂର୍ବରୁ ଦଲାଲ ଓ ମିଲରଙ୍କ ପକେଟ ଗରମ ପାଇଁ ଫୁଲ ଦମରେ ଲାଗିପଡିଛି ସରକାରୀ କଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ପ୍ରଧାନମନ୍ତ୍ରୀ
27m ago
ଆସନ୍ତା କାଲି ଦୁଇ ଦିନିଆ ନିର୍ବାଚନ ପ୍ରଚାରରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା କାଲି ଭୁବନେଶ୍ୱରରେ ରୋଡ ସୋରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା ୬ ଟାରେ ରାଜ୍ୟ କାର୍ଯ୍ୟାଳୟରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ କରିବେ ମୋଦି ଆସନ୍ତ
ଧର୍ମେନ୍ଦ୍ର
29m ago
" ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି ସରକାର " - ଧର୍ମେନ୍ଦ୍ର
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡ
ଅଦ୍ରିଜା ସିଂହଦେଓ
42m ago
ମହିଳାଙ୍କୁ ନ୍ୟାୟ କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଦ୍ରିଜା ସିଂହଦେଓଙ୍କ ପ୍ରଶ୍ନ
ଭୁବନେଶ୍ୱର: ନିର୍ବାଚନ ସମୟରେ ନ୍ୟାୟ ପାଇଁ ରାଜାଘର ବୋହୂର ନିବେଦନ । ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୂର୍ବରୁ ଡେରାଡୁନ ପୋଲିସ ପାଖରେ ଅଭିଯୋଗ କରିଥିଲେ ଅର୍କେଶ ନାରାୟ