ଜମି କେଲେଙ୍କାରି, ଜେଲ୍ ଗଲେ ଦୁଇ ସରକାରୀ କର୍ମଚାରୀ ଓ ଜମି ମାଲିକ
by Argus News
Sun, Oct 27 | 12:58 p.m.

ଅର୍ଗସ ବ୍ୟୁରୋ:  ବରଗଡ଼ରେ ଜମି କେଲେଙ୍କାରି,ଜେଲ୍ ଗଲେ ଦୁଇ ସରକାରୀ କର୍ମଚାରୀ ଓ ଜମି ମାଲିକ। ଟାଉନ୍ ଥାନା ପୋଲିସ 3 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜମି ମାଲିକ ସୁରେଶ ଭୋସାଗର,DSR କାର୍ଯ୍ୟାଳୟର କର୍ମଚାରୀ କନିଷ୍ଠ ସହାୟକ ଉମେଶ ବଢେଇ ଓ ବିଦ୍ୟାଧର ଭୋଇ । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ବରଗଡ଼ ଜିଲା ସବ୍‌ରେଜିଷ୍ଟ୍ରାର ଅଫିସ୍‌ରେ ଏହି ଜାଲିଆତି ହୋଇଥିବା ଜଣାପଡିଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତିଙ୍କ ଜମି ବିକ୍ରି ପାଇଁ ଓଡ଼ିଶା ଲ୍ୟାଣ୍ଡ ରିଫର୍ମ(ଓଏଲଆର୍‌) ଆକ୍ଟ, ୧୯୬୦ ଅନୁଯାୟୀ ପ୍ରଶାସନିକ ଅନୁମତି ଆଦେଶ ବା ପରମିଶନ ଅର୍ଡ଼ର ବାଧ୍ୟତାମୂଳକ ରହିଛି।

କିନ୍ତୁ ଜମି ମାଲିକ ସୁରେଶ କିଛି ବିଭାଗୀୟ କର୍ମଚାରୀଙ୍କୁ ଧରି ନକଲି ପରମିଶନ ଅର୍ଡ଼ର ହାତେଇ ଥିଲେ ଏବଂ ଅନ୍ୟଙ୍କୁ ଜମି ବିକିଥିଲେ। କିଣିଥିବା ବ୍ୟକ୍ତି ଜଣଙ୍କ ସେହି ଜମିକୁ ଭାଗ ଭାଗ କରି ଅନ୍ୟମାନଙ୍କୁ ବିକ୍ରି କରିଥିଲେ। ଏହା ଉପଜିଲାପାଳଙ୍କ ଦୃଷ୍ଟିକୁ ଆସିଥିଲା । ସେ ବରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BUS
10m ago
ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ କରିଛନ୍ତି ଆନ୍ଦୋଳନ
ଅର୍ଗସ ବ୍ୟୁରୋ: ସମ୍ବଲପୁର ସହରରେ ମୋ ବସ୍ ଚଳାଚଳ ଠପ୍ । ବିଭିନ୍ନ ସମସ୍ୟା ନେଇ ମୋ ବସ କର୍ମଚାରୀ ମାନେ ଆଜି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରିଛନ୍ତି
WOMEN
16m ago
ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା
ଅର୍ଗସ ବ୍ୟୁରୋ: ମଦ ବିରୋଧରେ ମହିଳାଙ୍କ ମହାମେଳି । ବେଆଇନ ମଦ ବିକ୍ରି ବନ୍ଦ ପାଇଁ ଏକାଠି ହେଲେ ୬ ଗ୍ରାମର ମହିଳା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍
70ବର୍ଷରୁ
21m ago
70ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବାକୁ ଯାଉଛି ବଡ଼ ଉପହାର
ଅର୍ଗସ ବ୍ୟୁରୋ: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ଖର୍ଚ୍ଚ ଆଉ ପରିବାର ପାଇଁ ପାଲଟିବନି ବୋଝ। ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରତି ପୂରଣ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ଆୟୁଷ୍ମା