ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜଣ ଦିବ୍ୟାଙ୍ଗ
by Argus News
Fri, Jul 12 | 4:39 p.m.

ଭଦ୍ରକ:  ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜଣ ଦିବ୍ୟାଙ୍ଗ। ଏହି ଦିବ୍ୟାଙ୍ଗ ଦୁଇ ଜଣ ମୁକ ବଧିର ବର ଓ କନ୍ୟା।  ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ ନେଇଛନ୍ତି ନିଷ୍ପତି।  ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବା ପାଇଁ ସଂକଳ୍ପ କରିଛନ୍ତି।

ଏମିତି ଏକ ନିଆରା ବିବାହ ଘର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନସ୍ଥ ବଙ୍ଗାଳିଦପା ଗାଁର। ବଙ୍ଗାଳିଦପା ଗାଁର ଅଜୟ ମଳିକଙ୍କ ଝିଅ ସୋନାଲୀ ମଳିକ ଓ ବାସୁଦେବପୁର ବ୍ଲକ ମିଶ୍ରପୁର ପଞ୍ଚାୟତ ଅଧିନ ହତାଶିଆ ଗାଁର ନିରାକାର ମଳିକଙ୍କ ପୁଅ ତପନ ମଳିକଙ୍କ ସହିତ ବିବାହ ସମ୍ପନ୍ନ ହୋଇଛି। ଏହି ଦୁଇ ଜଣ ଦିବ୍ୟାଙ୍ଗଙ୍କ କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହି ପାରୁ ନାହାଁନ୍ତି। ହେଲେ ବ୍ରାହ୍ମଣ ଓ ବାରିକଙ୍କ କଥା ବୁଝି ପାରୁଛନ୍ତି। ପରସ୍ପର ବରଣମାଳା ଦେଇ ସାତଜନମ ପାଇଁ ସାଥି ହୋଇଛନ୍ତି।  ଏହି ବିବାହ ଘର କରି ଉଭୟ ଙ୍କ ମାତା,ପିତା ଓ ବନ୍ଧୁ ବାନ୍ଧବ ମାନେ ଖୁସି ବ୍ୟକ୍ତ କରିବା ସହ ସମାଜ ପାଇଁ ଏହି ଦୁଇ ଜଣ ଦିବ୍ୟାଙ୍ଗ ଉଦାହରଣ ପାଲଟିଛନ୍ତି। 
ଅଧିକ ପଢନ୍ତୁୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା