ଶିଶୁ ପୁତ୍ରକୁ 20 ହଜାର ଟଙ୍କାରେ ବିକ୍ରି ଅଭିଯୋଗ, ସଂପୂର୍ଣ୍ଣ ଖବର ପଢିଲେ ହୋସ୍ ଉଡିଯିବ
by Argus News
Mon, Oct 14 | 6:28 p.m.

କଟକ:  ଦୁଇ ବର୍ଷର ଶିଶୁ ପୁତ୍ରକୁ 20 ହଜାର ଟଙ୍କାରେ ବିକ୍ରି ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଖୋଦ ଶିଶୁପୁତ୍ରର ଜେଜେବାପା ରାହାସ ସାମଲ । 

ସୂଚନାମୁତାବକ କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗାଁର ରାହାସ ସାମଲଙ୍କ ପୁତ୍ର ତପନ ସାମଲ ନିଶ୍ଚିନ୍ତକୋଇଲି ଥାନା ବଢଖିରି ଗ୍ରାମର ରୁବିନା ସାମଲଙ୍କୁ ବିବାହ କରିଥିଲେ । ଉଭୟଙ୍କ ଔରସରୁ 5 ବର୍ଷର କନ୍ୟା ଓ 2 ବର୍ଷର ଶିଶୁପୁତ୍ର ଥିବାବେଳେ ରୁବିନା ସ୍ୱାମୀ ତପନ ସାମଲଙ୍କୁ ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ । 

ଦୁଇ ବର୍ଷର ନାତିକୁ ନେଇ ତାଙ୍କ ପୁତ୍ର ବଧୁ ଗତ 6ମାସ ତଳେ ତାଙ୍କ ବାପ ଘରେ ଛାଡ଼ି ଅନ୍ୟ ଏକ ପୁରୁଷ ସହ କେଉଁଆଡ଼େ ପଳେଇଯାଇଛନ୍ତି । କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ନାତିକୁ ଡେରାବିଷ ଅଞ୍ଚଳର ଅନନ୍ତ ସାମଲଙ୍କୁ  ଝିଅର ଭାଇ ବିକ୍ରି କରିଦେଇଛି । ଏହି ଖବର ପାଇବା ପରେ ଜେଜେ ନାତିକୁ ତାଙ୍କ ଘରକୁ ଆଣିବାକୁ ଯାଇ ଥିବାବେଳେ ସେଠାରେ ନାତି ନଥିବା ଦେଖିବାକୁ ପାଇଥିଲେ । 

ଏନେଇ ଜେଜେବାପା ଜାଣିବାକୁ ପାଇଥିଲେ ନାତିକୁ 20 ହଜାର ଟଙ୍କାରେ ଅନ୍ୟତ୍ର ବିକ୍ରି କରାଯାଇଥିବା ନେଇ ଝିଅର ଭାଇ ବିକ୍ରି କରିଦେଇଛନ୍ତି । ଝିଅର ଭାଇ ନାମରେ  ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । 

ଆହୁରି ପଢନ୍ତୁ ଓଡିଶା ଖବର...
 

ମୋହନ ମାଝୀ
6m ago
ପୂର୍ବ ସରକାରରେ ଗଣତନ୍ତ୍ର ବଦଳରେ ଚାଲିଥିଲା ଅମଲାତନ୍ତ୍ର
ଅର୍ଗସ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତର ଆଜି ଶେଷ ଦିନ । ଆଜି ଦିନ ୧୨ଟା ୪୫ରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଲକ୍ଷ୍ମୀ ପଡିଆରେ ବିଜେପିର ମେଗା ସଦସ୍ୟତ
BJD POLITICS
15m ago
24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢୁଛି ଅସନ୍ତୋଷ
ଅର୍ଗସ ବ୍ୟୁରୋ: 24 ବିପର୍ଯ୍ୟୟ ପରେ ବିଜେଡ଼ିରେ ବଢ଼ିବାରେ ଲାଗିଛି ନେତାଙ୍କ ବୟାନବାଜି । ନବୀନଙ୍କ ବିରୁଦ୍ଧରେ ଖୁଲମଖୁଲା ବିଶୋଦଗାର କରୁଛନ୍ତି ନେତା । ଆଉ ଏଭଳି ସ୍ଥିତିରେ ଦଳର ନେତୃତ୍
ଦାଦନ ସମସ୍ୟା
49m ago
ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା
ଅର୍ଗସ ବ୍ୟୁରୋ: ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା । ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦାଦନ ଜନିତ ବିସ୍ଥାପନ ଦୂର ପାଇଁ ସରକାର ଏକ ଟାସ୍କଫୋର୍ସର ଗଠନ କରିଛନ୍ତି । ଦାଦ