୨୫ରେ ପୁଣି ଆସୁଛନ୍ତି ଅମିତ୍ ଶାହ, ୪ଟି ସ୍ଥାନରେ କରିବେ ଜନସଭା
by Argus News
Wed, May 22 | 5:57 p.m.

ଅର୍ଗସ ବ୍ୟୁରୋ: ଆସନ୍ତା ୨୫ ତାରିଖରେ ପୁଣି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ । ନିମାପଡ଼ା ବାରବାଟୀ ପଡ଼ିଆରେ ଅପରାହ୍ନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଶାହ । ପ୍ରାୟ ୩୦ ହଜାର କର୍ମକର୍ତ୍ତାଙ୍କୁ ଏହି ସମାବେଶରେ ଗୁରୁମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ।

ଅବକିବାର୍ ୪୦୦ ପାର୍ । ରାଜ୍ୟରେ ବିଜେପି ସରକାର ନାରା ଦେଉଥିବାବେଳେ ରାଜ୍ୟରୁ ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ବିଜେଡି ସରକାରକୁ ଶାସନ କ୍ଷମତାରୁ ତଡିବା ପାଇଁ ଯୋରଦାର ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୯ଟି ଲୋକସଭା ଓ ୬୩ ଟି ବିଧାନସଭା ପାଇଁ ମତଦାନ ଶେଷ ହୋଇଥିବାବେଳେ ଆହୁରି ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ଶାଣିତ କରିଛି ବିଜେପି ।

ବିଜେପି ନିର୍ବାଚନି ମେନୁଫେଷ୍ଟୋ ଓ  ମୋଦି ଗ୍ୟାରେଣ୍ଟିକୁ ପ୍ରତ୍ୟେକ ଓଡିଆଙ୍କ ନିକଟକୁ ପହଂଚାଇବା ପାଇଁ ଦଳ ଯୋରଦାର ପ୍ରୟାସ ଆରମ୍ଭ କରିଛି । ଲଗାତାର ବିଜେପି ଦଳର ଶୀର୍ଷ ନେତୃତ୍ୱଙ୍କ ଓଡିଶା ଆଗମନ ଜାରି ରହିଛି । ଆସନ୍ତା ୨୫ ତାରିଖ ଦିନ ୧୦ ଟା ସମୟରେ ବାରିପଦାର ଐତିହାସିକ ଛଉ ପଡିଆ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାଧାରଣ ଜନସଭାରେ ଉଦବୋଧନ ଦେବା ନେଇ ଚୁଡାନ୍ତ ସରିଛି ବୋଲି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

ସ୍ନାନପୂର୍ଣ୍ଣିମା
now
ଆଉ ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା
ପୁରୀ: ରାତି ପାହିଲେ ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା । ଆଜି ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରୁଥିବା ବେଳେ ଦିନ 11 ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଛି
ବାଲେଶ୍ବର
ବାଲେଶ୍ବରରେ ସକାଳ ୬ରୁ ଦିନ ୧୨ଟା ଯାଏଁ କର୍ଫ୍ୟୁ କୋହଳ
ବାଲେଶ୍ବର : ବାଲେଶ୍ବରରେ ସୁଧୁରୁଛି ସ୍ଥିତି । ସକାଳ 6ରୁ ଦିନ 12ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । 6 ଘଣ୍ଟା ପାଇଁ ଖୋଲିଛି ଦୋକାନ, ବଜାର । ଏବେବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା
ପ୍ରଧାନମନ୍ତ୍ରୀ
ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ବିଶ୍ବ ପାଳୁଛି ଆନ୍ତର୍ଜାତିକ ଯୋଗ ଦିବସ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀନଗର ଏସ୍‌କେଆଇସିସିରେ ପାଳନ ହୋଇଛି ମୁଖ୍ୟ କାର୍ଯ୍ୟକ୍ରମ । ଏହି ଯୋଗ ଅଧିବେଶନରେ ସାମିଲ