ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
by Argus News
Sat, Apr 13 | 5:16 p.m.

ଅର୍ଗସ ବ୍ୟୁରୋ: ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନଙ୍କୁ ବିଜେପିର ବରିଷ୍ଠ ନେତା ଓ କର୍ମୀ ମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଜିଲ୍ଲା ବିଜେପି ପାର୍ଟି ଅଫିସରେ ପହଞ୍ଚି ସେଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ବିଜେଡିର ବରିଷ୍ଠ ନେତା ଆଜି ମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂ ଦେଓ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହା ସହ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲାର  ଅନେକ ପୂର୍ବତନ ସରପଞ୍ଚ,ସମିତିସଭ୍ୟ, ନେତା କର୍ମୀ ବିଜେପିରେ ଯୋଗଦେଇଛନ୍ତି।

ମନ୍ଦାର ସମବାୟ ସମିତିର ପୂର୍ବତନ ସଭାପତି ସୁଦର୍ଶନ ଦାସ,ବେଗା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅମ୍ବୁଜ ଚରଣ ରାଉତ, ଦିଗମ୍ବରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ସାମଲ, ମନ୍ଦାର ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନାରାୟଣ ଦେହୁରୀ, କରମୂଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୀତବାସ ସ୍ୱାଇଁ, ବାଲିଆମ୍ବ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଶିବରାମ ସେଠ, ଭାଲିଆବୋଲକାଟେଣୀ ପଞ୍ଚାୟତର ବିଜେଡି ସଭାପତି ସତ୍ୟବ୍ରତ ବିଶ୍ଵାଳ, ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକର ବୁରୁକୁନା ପଞ୍ଚାୟତର ସରପଞ୍ଚ ଦୁଃଖବନ୍ଧୁ ବେହେରାଙ୍କ ସମେତ ଅନେକ ବିଜେଡି କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଯାହାକି ଆଗାମୀ ଦିନରେ ଦଳର ବଳକୁ ବଢ଼ାଇବ ବୋଲି ଉଭୟ ନେତା ଓ କର୍ମୀ ଆଶାବାଦୀ ଅଛନ୍ତି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

ଆଇସକ୍ରିମ
13m ago
ଅର୍ଡର କରିଥିଲେ ଆଇସକ୍ରିମ, ହେଲେ ଆଇସକ୍ରିମରୁ ବାହାରିଲା ....
ଅର୍ଗସ ବ୍ୟୁରୋ : ଅନଲାଇନ ସପିଂ, ଅନଲାଇନ ଫୁଡ ଡେଲିଭରୀ ଏବେର ବ୍ୟସ୍ତବହୁଳ ଲୋକଙ୍କ ଜୀବନର ପ୍ରମୁଖ ମାଧ୍ୟମ ପାଲଟିଛି । ସମୟ ବଞ୍ଚିବା ସହ ଅଳ୍ପ ସମୟରେ ନିଜ ମନପସନ୍ଦର ଜିନିଷ ପା
IRAN DECLARES
18m ago
ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ କାହାର ହାତ ?
ଅର୍ଗସ ବ୍ୟୁରୋ : ପରଲୋକରେ ଇରାନ ରାଷ୍ଟ୍ରପତି । ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା । ଯାହାକୁ ନେଇଏବେ ଇରାନରେ ଜୋରଚର୍ଚ୍ଚା
ANDROID 15ରେ
39m ago
android 15ରେ ଫ୍ରଡ ଏବଂ ସ୍କାମରୁ ବଞ୍ଚିବା ପାଇଁ ପ୍ରୋଟେକ୍ସନ
ଅର୍ଗସ ବ୍ୟୁରୋ: ଓ୍ବାନ ଟାଇମ ପାସଓ୍ବାର୍ଡ ବା ଓଟିପି ସମ୍ପର୍କିତ ଠକେି ବଢ଼ିବାରେ ଲାଗିଛି। ଦେଶରେ ଓଟିପି ସମ୍ପର୍କିତ ଫ୍ରଡ ଉପରେ ରୋକ ଲଗାଇବାକୁ ଗୁଗଲ Android ୧୫ର ନୂଆ ବିଟା ଭର୍ଜନ ଲଞ୍