ଅର୍ଗସ ବ୍ୟୁରୋ: ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁ ଠାରେ ନିଆରା ଢଙ୍ଗରେ ବିଜୟ ଦଶମୀ ପାଳିତ କରାଯାଇଛି । ଦୀର୍ଘ 500 ବର୍ଷରୁ ଅଧିକ ବର୍ଷ ଧରି ପରମ୍ପରାକୁ ବଜାୟ ରଖିଛି ସାର୍ବଜନୀନ ମାଆ ଦୁର୍ଗା ପୂଜା କମିଟି । ପରମ୍ପରା ଅନୁସାରେ ବାସୁଆ ବଳଦ ଦୌଡ଼ କରାଯାଇଥିଲା। ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା। ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକର ବଙ୍ଗାଳି ପାଟଣାରୁ ଏହି ବାସୁଆ ବଳଦ ବ୍ରାହ୍ମଣୀ ଗାଁକୁ ଆସିଥାଏ ଦୌଡ଼ ପାଇଁ । ପ୍ରଥମେ ବାସୁଆ ବଳଦ ଆସିବା ପରେ ପ୍ରଭୁ ବୁଢା ମହାଦେବଙ୍କ ନିକଟରେ ଅଭିର ଲାଗି କରାଯାଇଥାଏ । ପରେ ପୂଜାର୍ଚ୍ଚନା କରାଯାଏ । ଏହା ପରେ ଏହି ବାସୁଆ ବଳଦ ଯୋଡିଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା କରାଯାଇଥାଏ । ଏହାକୁ ଦେଖିବା ପାଇଁ ଆଖପାଖ ଅଞ୍ଚଚଳରୁ ହଜାର ହଜାର ଲୋକଙ୍କ ଭିଡ଼ ଲାଗିଥିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: