ଅଶାନ୍ତ ହେଲା ଗାଁ: ସରପଞ୍ଚଙ୍କ ସ୍ୱାମୀ ଆଉ ପୁଅ ହେଲେ ରକ୍ତମୁଖା
by Argus News
Fri, May 24 | 9:22 a.m.

ଅର୍ଗସ ବ୍ୟୁରୋ:  ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଲୋକମାନେ ବିଜେଡି ନେତାମାନଙ୍କ ଉପରୁ ଆସ୍ଥା ହରାଇବା ରେ ଲାଗିଛନ୍ତି। ଏକପ୍ରକାର କହିବାକୁ ଗଲେ ଏଥର ସାଧାରଣ ନିର୍ବାଚନରେ ବିଜେଡ଼ି ସରକାର ର ପତନ ହେବାକୁ ଯାଉଅଛି। ସମଗ୍ର ରାଜ୍ୟରେ ସରକାର ପରିବର୍ତ୍ତନ ର ସ୍ୱର ଉଠିଛି‌।୨୫ବର୍ଷ ଧରି ଶାସନ କରିଆସୁଥିବା ବିଜୁଜନତା ଦଳ ରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମୁଖୀନ ହୋଇଛନ୍ତି। ଦିନକୁଦିନ ବଢ଼ି ଚାଲିଛି ଅରାଜକତା, ଅମାନୁଷିକ ନିର୍ଯାତନା, ତ୍ରାହି ତ୍ରାହି ଡାକୁଛନ୍ତି ଜନତା ଦନାରଦନ। ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର ଗୋଟିଏ ଦିନ ଥିବା ବେଳେ ଅଶାନ୍ତ ହୋଇପଡିଛି ଖଣ୍ଡପଡ଼ା ଭାପୁର ବ୍ଲକ ଭଗବାନ ପୁର ଏବଂ ଖଣ୍ଡପଡା ବ୍ଳକ ରାଣିପଡା ପଞ୍ଚାୟତ ବିରିଡ଼ି ଗ୍ରାମ ।

ଖଣ୍ଡପଡା ଲୋକମାନଙ୍କ ଠାରୁ ଆସ୍ଥା ହରାଇଥିବା ବିଜୁଜନତା ଦଳ ନିର୍ବାଚନରେ ବିଜୟ ହେବାପାଇଁ ସମସ୍ତ କଳ,ବଳ ଲଗାଇ ସାରିଛି ସମ୍ପୂର୍ଣ୍ଣ ଭାବେ ରକ୍ତମୁଖା ହୋଇଯାଇଛି। ଲୋକମାନଙ୍କୁ ‌ଡରାଇ ଧମକାଇ ଭୋଟ ହାତେଇବାକୁ ଲାଗି ପଡିଛି । ଟଙ୍କା ବାଣ୍ଟି ଭୋଟ ହାତେଇବାକୁ ଲକ୍ଷରଖିଛି କିନ୍ତୁ ଲୋକମାନେ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ ଲକ୍ଷରେ ରହିଥିବା ଯୋଗୁଁ ଟଙ୍କା ନେଉନଥିବା ରୁ ରକ୍ତ ମୁଖା ହୋଇଯାଇଛନ୍ତି ବିଜେଡି ନେତା ଓ କର୍ମୀମାନେ।ଫଳରେ ଗାଁ ମାନଙ୍କରେ ମାରଣାସ୍ତ୍ର ଧରି ଲୋକମାନଙ୍କ ଉପରେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଖୋଦ ରାଣିପଡା ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ ଏବଂ ପୁଅ ମାରଣାସ୍ତ୍ର ଧରି ଲୋକମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା