ନିର୍ବାଚନ ପୂର୍ବରୁ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ଚେତାବନୀ
by Argus News
Fri, Mar 29 | 6:45 p.m.

ଅର୍ଗସ ବ୍ୟୁରୋ: ସରକାରୀ ଯୋଜନା ଏଠାରେ ସାତ ସପନ। ଗାଁକୁ ଯିବାକୁ ନାହିଁ ରାସ୍ତା। ଘଞ୍ଚ ଜଙ୍ଗଲ ଭରା ଖାଲଖମା ରାସ୍ତା ଏଠାରେ ଆତଯାତ କରିବାର ମାଧ୍ୟମ। ଗଜପତି ଜିଲ୍ଲାର ଗୁମ୍ମା ବ୍ଲକର ଡୁମ୍ବାଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାରାଣ୍ଡି ଗାଁ। ୨୦୦ ପରିବାର ରହୁଥିବା ଏହି ଗାଁରେ ସରକାରଙ୍କ ସ ବୁ  ଯୋଜନା ଅପହଞ୍ଚ। ବସୁଧା ଯୋଜନାରେ ଜଳଯୋଗାଣ ଅପହଞ୍ଚ ଥିବା ଯୋଗୁଁ ଲୋକେ ନିଜ ଟଙ୍କା ଖର୍ଚ୍ଚ କରି ପାଣି ଟାଙ୍କି ନିର୍ମାଣ କରିଛନ୍ତି। ମାତ୍ର ସେହି ପାଣି ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି। ଗାଁ ରେ ଦୁଇଟି କୂଅ ରହିଛି ମାତ୍ର ତାହା ଗ୍ରୀଷ୍ମ ଆରମ୍ଭ ହିଁ ସୁଖି ଗଲାଣି। ଫଳରେ ସ୍ଥାନୀୟ ଲୋକେ ଚୁଆ ପାଣି ଭରସାରେ ଦିନ କାଟୁଛନ୍ତି।

ନିଜ ମୌଳିକ ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ଲୋକେ ଅନେକ ଥର ଜିଲ୍ଲା ପ୍ରଶାସନ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ତେବେ ସମସ୍ୟାର ସମାଧାନ କରୁନଥିବା ସରକାରକୁ ଆଉ ଭୋଟ ଦେବେ ନାହିଁ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

OPENING OF KEDARNATH
now
ସ୍ଥିର ହେଲା ତିଥି, ଏହି ଦିନ ଖୋଲିବ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର କବାଟ
ଅର୍ଗସ ବ୍ୟୁରୋ : ଚାରି ଧାମ ଯାତ୍ରା ପାଇଁ ଆସିଲା ବଡ଼ ଖବର । ତ୍ତରାଖଣ୍ଡର ଅର୍ଥାତ୍ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଯାତ୍ରାର ଦ୍ୱାର ଖୋଲିବାର ତାରିଖ ଘୋଷଣ
HOROSCOPE
16m ago
ଜାଣନ୍ତୁ ଆଜିର ରାଶିଫଳ : କର୍ମକ୍ଷେତ୍ରରେ ଏହି ରାଶିଙ୍କୁ ମିଳିପାରେ ବଡ ସଫଳତା
ଅର୍ଗସ ବ୍ୟୁରୋ : ୦୯.ଗୁରୁବାର : ଜାଣନ୍ତୁ ଆଜିର ରାଶିଫଳ ଏହି ରାଶିର ଲୋକ ଆଜି ଚାକିରିରେ ଉନ୍ନତି କରିବେ ମେଷ- କର୍ମକ୍ଷେତ୍ରରେ ବିଫଳ ହେବ । ରାଜନିତିରେ ଲୋକଙ୍କ ପ୍ରିୟ ରହିବେ
IPL
20m ago
ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ
ଅର୍ଗସ ବ୍ୟୁରୋ : ଆଇପିଏଲ୍ ୨୦୨୪ ର ୫୭ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ସହିତ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀ