ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ
by Argus News
Mon, Oct 07 | 5:26 p.m.

ଅର୍ଗସ ବ୍ୟୁରୋ:  ଧର୍ମଗଡ କାଙ୍କେରି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗାଁ ଲୋକ ଅନେକ ଦିନରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ସରକାରଙ୍କ ଠାରେ ଦାବି କରି ଆସୁଥିଲେ । ଏଥି ପାଇଁ ବସୁଧା ଯୋଜନାରେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଭର ହେଡ୍ ଟ୍ୟାଙ୍କ ନିର୍ମାଣ କରି ଗାଁ କୁ ପାଇପ ଲାଇନ ଯୋଗେ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାହେଲା। ହେଲେ କାମ ସରିବାର ଅଳ୍ପଦିନ ପରେ  ପାଇପ ଫାଟି ଗାଁ ଦାଣ୍ଡରେ କୂତ୍ରିମ ବନ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏମିତିକି ଘର କୁ ସଂଯୋଗ ହୋଇଥିବା ପାଇପ ରେ ଟ୍ୟାପ ଲଗାଇ ନଥିବାରୁ ମନ ଇଚ୍ଛା ପାଣି ବୋହି ଚାଲିଛି । ଫଳରେ ଗାଁ ଦାଣ୍ଡରେ ମାସମାସ ଧରି ପାଣି ଜମି ରହୁଛି।

ଗାଁରେ ନଳକୂପ ଅଛି ମାତ୍ର ସେଥିରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଥିବା ଅଭିଯୋଗ ହୋଇଛି। ଏହାକୁ ଦୁଷ୍ଟିରେ ରଖି ଗାଁକୁ ପାଇପଯୋଗେ ପାଣଇ ସଂଯୋଗ ହୋଇଥିଲା। ମାତ୍ର ବସୁଧା ଯୋଜନାର ହୋଇଥିବା କାମ ନିମ୍ନ ମାନର ହୋଇଥିବାରୁ କାମର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି।  ଏବେ ଗାଁ ଦାଣ୍ଡ ଅବସ୍ଥା ଏମିତି ଯେ ଦେଖିଲେ ଲାଗୁଛି ଚାରିଆଡ ନର୍ଦ୍ଦମାମୟ। ଗାଁ ର ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ  । ମୁନ୍ଦାଏ ପିଇବା ପାଣି ଯୋଗାଇ ଦେବା ପାଇଁ ସରକାରଙ୍କ ପାଖରେ ଦାବି କରିଥିଲେ। ହେଲେ ପ୍ରଶାସନ ପାଣିତ ଯୋଗାଇ ଦେଲେ ତା ସହଦେଲେ ନର୍ଦ୍ଦମା ବୋନସ। ଏବେ ପାଣି ସମସ୍ୟାରୁ ବଳିଗଲାଣି ନର୍ଦ୍ଦମା ସମସ୍ୟା। କାରଣ ଗାଁ ଦାଣ୍ଡର ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଗ୍ରାହକଙ୍କୁ ଝଟକା
2m ago
ଗ୍ରାହକଙ୍କୁ ଝଟକା ଦେଲା SBI, କ୍ରେଡିଟ୍ କାର୍ଡ଼ ନିୟମରେ ବଡ଼ ପରିବର୍ତ୍ତନ
ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI) ଗ୍ରାହକଙ୍କ ପାଇଁ ବଡ଼ ଖବର । ଅପଣ ବିଦ୍ୟୁତ , ଗ୍ୟାସ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରୁଥିଲ
ଉତ୍କଣ୍ଠା
26m ago
ଆକାଉଣ୍ଟକୁ ଆସିଲା ୧ ଟଙ୍କା, ବଢିଲା ସୁଭଦ୍ରା ଉତ୍କଣ୍ଠା
ଭୁବନେଶ୍ୱର: ଫାଇନାଲ୍ ଟ୍ରାନ୍ସଫର ପୂର୍ବରୁ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ପରୀକ୍ଷାମୂଳକ ଭାବେ ଆସିଲା 1 ଟଙ୍କା, ବଢ଼ିଲା ଉତ୍କଣ୍ଠା । ସମ୍ପୂର୍ଣ୍ଣ ହେଲାଣି 1 କୋଟିରୁ ଅଧି
ଖୋଲିଲା ଗୁମର
31m ago
ବିଜେଡି ରାଜ୍ୟସଭା ସାଂସଦଙ୍କ ବୟାନ ଖୋଲିଲା ଗୁମର
ଭୁବନେଶ୍ୱର: କ୍ଷମତାରୁ ଯିବା ପରେ ଦୋହଲୁଛି ବିଜେଡିର ମୂଳଦୁଆ । ସମଦୂରତା ଏବେ ସିଦ୍ଧାନ୍ତ ନୁହେଁ । ବିଜେଡି ରାଜ୍ୟସଭା ସାଂସଦଙ୍କ ବକ୍ତବ୍ୟ ଖୋଲିଲା ଗୁମର । ଏବେ ଇଣ୍ଡି ମେଣ୍ଟ ମୁହା