ଖରା ଯାଇ ବର୍ଷା ଆସିଲା, ତଥାପି ଦୂର ହେଲାନି ଜଳକଷ୍ଟ
by Argus News
Sun, Jul 07 | 7:08 p.m.

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ରାଜନଗର ଡାଙ୍ଗମାଳ ପଞ୍ଚାୟତର ବଡ଼ଆଡିଆ ଗାଁରେ ଶୁଦ୍ଧ ପାନୀୟ ଜଳ ପାଇବା ବଡ଼ କଷ୍ଟ । ବର୍ଷ ବର୍ଷ ଧରି ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ଗାଁରେ ବସବାସ କରୁଥିବା ପ୍ରାୟ 1000 ରୁ ଉର୍ଦ୍ଧ ଲୋକେ ପାଣିପାଇଁ ଡହଳ ବିକଳ ହୁଅନ୍ତି । ଗାଁରେ ଥିବା 4 ଟି ନଳକୂପରୁ 3ଟି ଅଚଳ । ଆଉ ଗୋଟିଏ ନଳକୂପରୁ ବାହାରୁଛି ଲୁହା ଗୁଣ୍ଡ ମିଶା ଲୁଣି ପାଣି  l ମାତ୍ର ସେହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ ।

ଅନ୍ୟପଟେ 25 ବର୍ଷ ପରେ ବି ଏହି ଗାଁର ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ବସୁଧା ଯୋଜନା । ଏନେଇ ଲୋକେ ସ୍ଥାନୀୟ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେବଳ ମିଳିଛି ମିଛ  ପ୍ରତିଶୃତି । ସେପଟେ ନଳକୂପ ମରାମତି ସହ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ବାଇଟ -ଖଗେଶ୍ୱର ବାରିକ ଗ୍ରାମବାସୀ । 25 ବର୍ଷ ହେଲା.. ନା ସରପଞ୍ଚ ନା ବିଧାୟକ ନା ପ୍ରଶାସନ କେହି ବି ସେମାନଙ୍କ ସମସ୍ୟା ବୁଝିନାହାନ୍ତି । ଏବେ ଖବର ବାଜିବା ପରେ ଆଶା କରିବା ବଡ଼ଆଡିଆ ଗାଁରୁ ଦୂର ହେବ ଜଳ କଷ୍ଟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା