ଜଳ ଯନ୍ତ୍ରଣା, ବିଜୁଳିର ତାଡନା
by Argus News
Thu, Jul 11 | 9:20 p.m.

ଅର୍ଗସ ବ୍ୟୁରୋ:  ଦିନରେ ଜଳ କଷ୍ଟ ରାତିରେ ଅନ୍ଧାର । ଏହା ହେଉଛି କୁମ୍ଭିଟାଙ୍ଗିରୀରେ ନିତିଦିନିଆ ଘଟଣା । 25 ବର୍ଷର ବିଜେଡି ସରକାରରେ ପ୍ରତାରିତ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଶଗଡପଟା ପଞ୍ଚାୟତର କୁମ୍ଭିଟାଙ୍ଗିରୀ ଗାଁ । ଆଜି ବି ଗାଁରେ ଅପହଞ୍ଚ ମୌଳିକ ସୁବିଧା । ଅପହଁଚ ବସୁଧା ଯୋଜନା । ବର୍ଷ ବର୍ଷ ଧରି ଜଳଯନ୍ତ୍ରଣା ଭୋଗୁଛନ୍ତି ସ୍ଥାନୀୟ ଲୋକେ । ଗାଁରେ ଥିବା ଗୋଟିଏ ମାତ୍ର ନଳକୂପ ଲୋକଙ୍କ ଶୋଷ ମେଣ୍ଟାଇ ପାରୁନି । ବାଧ୍ୟ ହୋଇ ଜଙ୍ଗଲ ଭିତରେ ଥିବା ଚୂଆ ଉପରେ ନିର୍ଭର କରୁଛନ୍ତି ଲୋକେ । ଏଥିପାଇଁ ବି ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି।

ଗାଁକୁ ଆଜି ପର୍ଯ୍ୟନ୍ତ ହୋଇ ପାରିନି ବିଦ୍ୟୁତ ସଂଯୋଗ। ବିଜୁଳି ଆଲୁଅ ନଥିବାରୁ ଅନ୍ଧାରରେ ଜୀବନ ବିତାଉଛନ୍ତି କୁମ୍ଭିଟାଙ୍ଗିରୀ ଗାଁ ଲୋକେ । ଗାଁରେ କିଛି ବର୍ଷ ତଳେ ସୋଲାର ପ୍ରକଳ୍ପ ରେ କିଛି ଘରକୁ ସାମିଲ କରାଯାଇଥିଲା ମାତ୍ର ତାହା ଏବେ ଅଚଳ। ଫଳରେ ରାତି ହେବା କ୍ଷଣି ଅନ୍ଧାର ମୂଲକକୁ ପଳାଉଛନ୍ତି ଅଞ୍ଚଳବାସୀ।ପଦାରେ ପଡ଼ିଛି ବିଜେଡି ସରକାରର ମିଛ ଆଦିବାସୀ ପ୍ରୀତି । 25 ବର୍ଷର ବିଜେଡି ସରକାରରେ କୁମ୍ଭିଟାଙ୍ଗିରୀ ଗାଁକୁ  ବାଟବଣା ହୋଇଯାଇଛି ବିକାଶ। ଏବେ ସରକାର ବଦଳିଛି । ସମସ୍ତ ମୌଳିକ ସମସ୍ୟାର ସମାଧାନ ନେଇ ନୂଆ ସରକାରଙ୍କ ଉପରେ ଆଶା ରଖିଛନ୍ତି ଲୋକେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା