ରୋଗକୁ ଚିହ୍ନନ୍ତୁ, ନଚେତ୍‌ ମୃତ୍ୟୁ ସୁନିଶ୍ଚିତ
by Argus News
Thu, Jul 18 | 3:27 p.m.

ଅର୍ଗସ ବ୍ୟୁରୋ:  ଦୈନନ୍ଦିନ ଜୀବନରେ ବିଭିନ୍ନ ଜିନିଷ ଖାଇବା ଦ୍ୱାରା ଭିନ୍ନ ଭିନ୍ନ ରୋଗ ଆକ୍ରାନ୍ତ କରିଥାଏ। ଏହା ମଧ୍ୟରେ ଲିଭର (ଯକୃତ) କ୍ୟାନସର ଅନ୍ୟତମ।ଲିଭର କ୍ୟାନସରରେ ଏକ ଟ୍ୟୁମର ହୋଇଥାଏ, ଯାହାକି ଧୀରେଧୀରେ ତିଆରି ହୋଇଥାଏ । ଲିଭର ସେଲ୍ସର ଡିଏନଏରେ କିଛି ପରିବର୍ତ୍ତନ ଦେଖାଦେଲେ ଲିଭର କ୍ୟାନସର ହୋଇଥାଏ । ଏହି କାରଣରୁ ସେଲ୍ସ ଅନିୟନ୍ତ୍ରିତ ଭାବେ ବଢ଼ିବାରେ ଲାଗିଥାଏ ଓ କ୍ୟାନ୍ସର କୋଷିକାଗୁଡ଼ିକ ଦ୍ୱାରା ଏକ ଟ୍ୟୁମର ତିଆରି ହୋଇଥାଏ । ଅନେକ କ୍ଷେତ୍ରରେ ଯେଉଁ ଲୋକଙ୍କ ଠାରେ କୌଣସି ବିମାରୀ ନଥାଏ ସେମାନଙ୍କ ଠାରେ ମଧ୍ୟ ଲିଭର କ୍ୟାନସର ହୋଇଥିବାର ଉଦାହରଣ ଦେଖିବାକୁ ମିଳିଛି । ଲିଭର କ୍ୟାନସରର ଆରମ୍ଭରୁ କିଛି ବ୍ୟକ୍ତିଙ୍କ ଠାରେ କିଛି ବି ଲକ୍ଷଣ ଦେଖାଯାଇ ନଥାଏ ।

ଅଧିକାଂଶ ଲୋକଙ୍କ ଠାରେ କୌଣସି ସ୍ପଷ୍ଟ ଲକ୍ଷଣ ଦେଖିବାକୁ ମିଳିନଥାଏ । ଅନେକଙ୍କ କ୍ଷେତ୍ରରେ ଭୋକ ନ ହେବା, ପେଟର ଉପର ଭାଗରେ ଯନ୍ତ୍ରଣା, ବାନ୍ତି ଆସିବା, ଓଜନ କମିଯିବା, ଦୁର୍ବଳତା ଓ ଥକ୍କାପଣ, ଲଭର ସାଇଡ୍ ଫୁଲିବା, ଚର୍ମ ଓ ଆଖିରେ ଧଳା ଅଂଶ ହଳଦିଆ ହୋଇଯିବା, ମଳ ରଙ୍ଗରେ ପରିବର୍ତ୍ତନ ଆଦି ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ସଙ୍କେତକୁ ଯଦି ଠିକ୍ ସମୟରେ ଚିହ୍ନଟ କରାନଯାଏ, ତେବେ ମୃତ୍ୟୁ ଆଶଙ୍କା ରହିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା