ଅର୍ଗସ ବ୍ୟୁରୋ: ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀଙ୍କୁ ମିଳିବ ଗହମ । ଏନେଇ ବିଭାଗ ତରଫରୁ ଚାଲିଛି ପ୍ରସ୍ତୁତି । କେଉଁ ଜିଲ୍ଲାରେ କେତେ ଗହମ ଆବଶ୍ୟକ ତାହାର ଲିଷ୍ଟ ଦେବେ ଜିଲ୍ଲା ଅଧିକାରୀ । ଲୋକଙ୍କ ଚାହିଦା ହିସାବରେ ଦିଆଯିବ ଗହମ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା । ସେହିପରି EKYC ପ୍ରକ୍ରିୟା ଅନ୍ତିମ ପର୍ଯାୟରେ ପହଁଚିଛି । ପାଖାପାଖି 85% ଲୋକଙ୍କ ସରିଲାଣି EKYC । 16 ଲକ୍ଷରୁ ଅଧିକ ହେଲେଣି ଅଯୋଗ୍ୟ ହିତାଧିକାରୀ । ଆଉ 15 ଦିନ ଭିତରେ ସରିବ EKYC ପ୍ରକ୍ରିୟା ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...