WHOର ସାଙ୍ଘାତିକ ରିପୋର୍ଟ; କାଲ ହୋଇଯିବେ 100 କୋଟି ଯୁବପିଢି !
by Argus News
Fri, Jul 19 | 4:04 p.m.

ଅର୍ଗସ ବ୍ୟୁରୋ: ଆଜିକାଲି ଆମେ ମୋବାଇଲ ଫୋନ୍‌ରେ ଏତେ ବ୍ୟସ୍ତ ଯେ କେତେବେଳେ ହାତରେ ଧରି କଥା ହେଉଛନ୍ତି ତ ଆଉ କେତେବେଳେ ହେଡ୍‌ଫୋନ୍‌ ଦେଇ କଥା ହେଉଛନ୍ତି । ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ ବରଂ ଘଂଟାଘଂଟା ଧରି ଆମେ କଥା ହେଉଛନ୍ତି । ହେଲେ ଆପଣ ଜାଣିଛନ୍ତି କି ? ଏମିତି କରିବା ଦ୍ଵାରା ଆମ ଶରୀର ଉପରେ କେତେ ମାତ୍ରାରେ ଖରାପ ପ୍ରଭାବ ପଡୁଛି ? 

ହେଡ୍ ଫୋନ୍ ବ୍ୟବହାର ଆମ ଶରୀର ଉପରେ କ'ଣ ପ୍ରଭାବ ପକାଏ ?

ଯଦି ଜଣେ ବ୍ୟକ୍ତି ଅଧିକ ସମୟ ପାଇଁ ଜୋର୍ ରେ ଭଲ୍ୟୁମ୍ ଦେଇ ଶୁଣେ ତେବେ କାନ ଭିତରେ ଏହା ଖରାପ ପ୍ରଭାବ ପକାଏ । ଶ୍ରବଣ ସ୍ନାୟୁ ଅତି ସମ୍ବେଦନଶୀଳ । ଖୁବ ଜୋର୍ ରେ ଓ ଦୀର୍ଘ ସମୟ ଏଥିରେ ଶୁଣିବା ଦ୍ୱାରା କାନର ପରଦା ଉପରେ ଖରାପ ପ୍ରଭାବ ପକାଏ । ଏମିତିକି ଶ୍ରବଣ ଶକ୍ତି ଚାଲି ଯିବାର ମଧ୍ୟ ଆଶଙ୍କା ଥାଏ । ଶ୍ରବଣ କୋଷ ନଷ୍ଟ ହୋଇପାରେ । 

ହେଡଫୋନ୍ କିମ୍ବା ଇୟରଫୋନର ଅତ୍ୟଧିକ ବ୍ୟବହାରର ପାର୍ଶ୍ୱ ପ୍ରତିକ୍ରିୟା କ'ଣ ....

1. ବଧିରତା

ଇୟରଫୋନ୍ କିମ୍ବା ହେଡଫୋନ୍ ମାଧ୍ୟମରେ ଉଚ୍ଚ ସ୍ୱର ଶୁଣିବା ଆପଣଙ୍କ ଶ୍ରବଣ କ୍ଷମତା ଉପରେ ପ୍ରଭାବ ପକାଇପାରେ । କାନର ଶ୍ରବଣ କ୍ଷମତା କେବଳ 90 ଡେସିବଲ୍ । ହେଲେ ହେଡ୍ ଫୋନ୍ ରେ କ୍ରମାଗତ ଶୁଣିବା ଦ୍ୱାରା ଶ୍ରବଣ କ୍ଷମତା 40-50 ଡେସିବଲ୍  ହ୍ରାସ ପାଇପାରେ ।

2. ହୃଦରୋଗର ଆଶଙ୍କା

ବିଶେଷଜ୍ଞଙ୍କ ଅନୁଯାୟୀ, ଘଣ୍ଟା ଘଣ୍ଟା ହେଡଫୋନ୍ ପିନ୍ଧିବା ଏବଂ ସଙ୍ଗୀତ ଶୁଣିବା କାନ ସହ ହୃଦପିଣ୍ଡ ପାଇଁ ମଧ୍ୟ ଭଲ ନୁହେଁ । ଏହା କେବଳ ହୃଦପିଣ୍ଡକୁ ଶୀଘ୍ର ଆଘାତ କରେ ନାହିଁ , ବରଂ ହୃଦପିଣ୍ଡକୁ ଅନେକ କ୍ଷତି ମଧ୍ୟ କରିଥାଏ ।

3. ମୁଣ୍ଡବିନ୍ଧା 

ହେଡଫୋନ୍ କିମ୍ବା ଇୟରଫୋନ୍ ରୁ ବାହାରୁଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ୱେଭ୍ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି କାରଣରୁ ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ ସମସ୍ୟା ଉପୁଜେ । ଅନେକ ଲୋକଙ୍କର ଶୋଇବା ଉପରେ ଏହା ପ୍ରଭାବ ପକାଏ । 

4. କାନ ସଂକ୍ରମଣ

ଇୟରଫୋନ୍ ଗୁଡିକ ସିଧାସଳଖ କାନରେ ରଖାଯାଏ । ଯାହାଦ୍ୱାରା ବାୟୁ ଯିବା ଆସିବାରେ ବାଧା ସୃଷ୍ଟି କରେ । ଆଉ ଏହି ଅବରୋଧ ଦ୍ୱାରା ଜୀବାଣୁ ବୃଦ୍ଧି ସହିତ ବିଭିନ୍ନ ପ୍ରକାରର କାନ ସଂକ୍ରମଣ ବଢିପାରେ ।

5. ଚାପ ଏବଂ ଟେନସନରେ ବୃଦ୍ଧି 

ହେଡ ଫୋନ୍ ର ଦୀର୍ଘ ସମୟ ବ୍ୟବହାର ଜଣେ ବ୍ୟକ୍ତିର ସାମାଜିକ ଜୀବନ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ବ୍ୟକ୍ତିଟି ଅତ୍ୟଧିକ ଚିନ୍ତା କରେ । 
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଆକଳନ କରିଛି ଯେ ହେଡଫୋନ୍ କିମ୍ବା ଇୟରଫୋନର ଅତ୍ୟଧିକ ବ୍ୟବହାର ହେତୁ ସମଗ୍ର ବିଶ୍ୱରେ ପ୍ରାୟ 100 କୋଟି ଯୁବକଙ୍କର ଶ୍ରବଣ କ୍ଷମତା ପ୍ରଭାବିତ ହୋଇପାରେ ।

ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଘଣ୍ଟା ଘଣ୍ଟା ହେଡଫୋନ୍ ବ୍ୟବହାର କରନ୍ତି, ତେବେ ସାବଧାନ ରୁହନ୍ତୁ । କାରଣ ଏହାର ବ୍ୟବହାର କେବଳ ଆପଣଙ୍କ କାନ ଉପରେ ଖରାପ ପ୍ରଭାବ ପକାଇବ ନାହିଁ, ବରଂ ଶରୀରକୁ ମଧ୍ୟ ଗୁରୁତର କ୍ଷତି ପହଞ୍ଚାଇବ ।

 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା