ଯୁବ ଚେହେରା ନା ଅଭିଜ୍ଞ ପୁରୁଖା ନେତା
by Argus News
Sat, Jul 27 | 7:31 p.m.

ଭୁବନେଶ୍ୱର: କିଏ ହେବ ପିସିସି ସଭାପତି ? ଯୁବ ଚେହେରା ନା ଅଭିଜ୍ଞ ପୁରୁଖା ନେତା । ପିସିସି ସଭାପତିଙ୍କୁ ହଟାଇ ପିସିସି ସମସ୍ତ କମିଟି ଭଙ୍ଗ ପରେ 6 ଦିନ ହେଲା ମୁରବୀ ଶୂନ୍ୟ ହୋଇ ପଡିଛି ରାଜ୍ୟ କଂଗ୍ରେସ । ସେପଟେ ସଭାପତି ହେବା ପାଇଁ ଦିଲ୍ଲୀରେ ଆରମ୍ଭ ହୋଇଛି ଲବି । 

କୋରାପୁଟ ସାଂସଦ ସପ୍ତଗିରି ଉଲାକ୍କା, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ, ଶ୍ରୀକାନ୍ତ ଜେନା ରେସରେ ଥିବା ଜଣାପଡିଛି । ଏହାରି ଭିତରେ ସାରା ଓଡ଼ିଶା ଜାଣିଥିବା ଲୋକ ପିସିସି ସଭାପତି ହେବା କଥା କହି ପୁଣି ତେର୍ଚ୍ଛାବାଣ ମାରିଛନ୍ତି ବିଧାୟକ ତାରା ବାହିନୀପତି । ସପ୍ତଗିରି ଉଲ୍ଲକା ହେଲେ ମାମୁଁ ଭଣଜା ଯୋଡି ହେବ ବୋଲି କହିଛନ୍ତି ତାରା । ସେପଟେ ଏଆଇସିସି ଯାହାକୁ କରିବ ତାକୁ ସମର୍ଥନ କରିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

ଆହୁରି ପଢନ୍ତୁ ରାଜନୀତି ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା