ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରତାରିତ ଚାଷୀ
by Argus News
Mon, Dec 16 | 7:18 p.m.

ଅର୍ଗସ ବ୍ୟୁରୋ: ଆଜି ଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଷଷ୍ଠ ପାଳି । ପୂର୍ବ ବିଜେଡି ସରକାର ଦ୍ଵାରା ପ୍ରତାରିତ ଚାଷୀଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମବାୟ ଦୁର୍ନୀିତର ବଡ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜଗତସିଂହପୁର ଏରସମା ବ୍ଲକ ଚାଷୀ । ନୂଆଡିହି କୃଷି ସମବାୟ ସମିତିରେ ୨ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ହଡପର ହୋଇଛି ବଡ଼ ଅଭିଯୋଗ। ଅର୍ଗସ ନ୍ୟୁଜର ମହାପଞ୍ଚାୟତ କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତିର ହୋଇଥିଲା ମହା ଖୁଲାସା ।

ବାରମ୍ବାର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ପୂର୍ବ ବିଜେଡି ସରକାର । କିନ୍ତୁ ୨୦୧୭-୧୮ରୁ ଦୀର୍ଘ ୫ ବର୍ଷ ହେଲା ତଦନ୍ତ ନାଁରେ କେବଳ ଚାଷୀଙ୍କୁ ଭୂଆଁ ବୁଲା ଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ଚାଷୀ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଅଭିଯୋଗ ଶୁଣିବା ପରେ ଦୁର୍ନୀତିର ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ସମବାୟ ମନ୍ତ୍ରୀ । 

ଅଭିଯୋଗ ନେଇ ଆସିଥିବା ଦିବ୍ୟାଙ୍ଗ ମାନଙ୍କ ପାଖକୁ ନିଜେ ଆସି ଅଭିଯୋଗ ଶୁଣିଲେ ସିଏମ । ୩୦ ଜଣ ଦିବ୍ୟାଙ୍ଗଙ୍କୁ ଭେଟି ୱାନ ଟୁ ୱାନ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଏହାସହ ତୁରନ୍ତ ସମାଧାନ ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଅଭିଯୋଗ ଶୁଣାଣି ପାଇଁ ୧ ହଜାର ଲୋକ ପଞ୍ଜୀକରଣ କରିଥିଲେ । ପୂର୍ବ ସରକାରରେ ଲୋକଙ୍କ ଅଭିଯୋଗ ଶୁଣିବା ନାଁରେ କିପରି ଅଫିସର ହେଲିକପ୍ଟରେ ବୁଲୁଥିଲେ ତାକୁ ନେଇ ଟାର୍ଗେଟ କରିଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଓଡିଶା ସାରା ବିଜେଡି ସରକାର ବେଳେ ସମବାୟ ବିଭାଗ ପାଲଟିଥିଲା ଦୁର୍ନୀତିର ଗନ୍ତାଘର । ଖୋଦ୍ ପୂର୍ବତନ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ଭାଇଙ୍କ ନାଁରେ ଗୁରୁଡଝାଟିଆରୁ ଆସିଥିଲା ଦୁର୍ନୀତିର ବଡ ଅଭିଯୋଗ । ଏପରିକି ନବୀନ ସରକାରରେ ନ୍ୟାୟ ନପାଇବାରୁ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ ଚାଷୀ । ବିଧାନସଭାର ଉତ୍ତର କହୁଛି ବିଜେଡି ସରକାରରେ 18 କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ହୋଇଥିଲା 147 କୋଟିର ଦୁର୍ନିତୀ। 
 

SUPREME COURT
ଦିଲ୍ଲୀରେ ପ୍ରଦୂଷଣ ଜନିତ ସମସ୍ୟା, ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ
ଅର୍ଗସ ବ୍ୟୁରୋ: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଦିଲ୍ଲୀ ସହ ଦେଶର ଅନ୍ୟ ସହର ଗୁଡ଼ିକରେ ପ୍ରଦୂଷଣ ଜନିତ ସମସ୍ୟା ବୃଦ୍ଧିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ
SAMBAL TRUTH
ସାମ୍ନାକୁ ଆସୁଛି ସମ୍ଭଲ ସତ
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସୁଛି ସମ୍ଭଲ ସତ । ଶାହି ଜାମା ମସଜିଦ ସର୍ଭେକୁ ନେଇ ଏବେବି ବିବାଦ ଲାଗି ରହିଥିବାବେଳେ ସମ୍ଭଲ ମନ୍ଦିର ନିକଟ କୂଅରୁ ମୂର୍ତ୍ତି ମିଳିବାକୁ ନେଇ ଆରମ୍
PARLIAMENT
ସଂସଦ ଉଚ୍ଚ ସଦନରେ `ସମ୍ବିଧାନ' ବିତର୍କ
ଅର୍ଗସ ବ୍ୟୁରୋ: ସଂସଦରେ ସମ୍ବିଧାନ ବିତର୍କ । ଲୋକସଭା ପରେ ରାଜ୍ୟସଭାରେ ବି ସମ୍ବିଧାନ ସୁରକ୍ଷା ପ୍ରସଙ୍ଗରେ ବ୍ୟାକଫୁଟରେ କଂଗ୍ରେସ । ଦିନକ ତଳେ ନିମ୍ନ ସଦନରେ ପ୍ରଧାନମନ୍ତ୍ରୀ
ଶିକ୍ଷା ମନ୍ତ୍ରୀ
NCERT ଅଡ଼ିଟୋରିୟମ ପାଇଁ ଭୂମି ପୂଜନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଦେଇଥିବା କଥା ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । NCERT କ୍ୟାମ୍ପସରେ ଅଡିଟୋରିୟମ ନଥିଲା । Ncert ପ୍ରତିଷ୍ଠା ଦିବସରେ ଏହା ଜାଣିବା ପରେ ଅଡିଟୋରିୟମ
VIJAY DIWAS
ଆଜି ସାରା ଦେଶ ପାଳନ କରୁଛି ବିଜୟ ଦିବସ
ଅର୍ଗସ ବ୍ୟୁରୋ: ଆଜି ସାରା ଦେଶ ବିଜୟ ଦିବସ ପାଳନ କରୁଛି। ଏହି ଦିନ ୧୯୭୧ ଯୁଦ୍ଧରେ ଭାରତର ନିର୍ଣ୍ଣାୟକ ବିଜୟର ପ୍ରତୀକ। ଏହି ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରିଥିବା ତଥା ବଳିଦା