ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ
by Argus News
Thu, Jul 11 | 7:21 p.m.

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳ ଦେଇ ଯାଇଥିବା ତିର୍ତ୍ତୋଲ ପୋଲ ଉପରୁ ମହାନଦୀକୁ ଡେଇଁଲେ ଯୁବତୀ । ଯୁବତୀଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନଥିବାବେଳେ ଘଟଣାସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି ଜାରି ରଖିଛି । ତିର୍ତ୍ତୋଲ ଥାନା ତାର୍ତ୍ତୋଲ ମହାନଦୀ ପୋଲ ଉପରେ ଏହି ଘଟଣା ଘଟିଛି । 

ପ୍ରତେକ୍ଷ୍ୟ ଦର୍ଶୀଙ୍କ କହିବା ଅନୁଯାୟୀ, ଝିଅଟି ଜଣେ ବ୍ୟକ୍ତିଙ୍କ ସହ ଲିଫ୍ଟରେ ଏକ ବାଇକରେ ଆସି ତିର୍ତ୍ତୋଲର ତାର୍ତ୍ତୋଲ ପୋଲ ଉପରେ ଓହ୍ଲାଇ ଥିଲା । ସଙ୍ଗେ ସଙ୍ଗେ ମହାନଦୀକୁ ଡେଇଁ ପଡିଥିଲା ।  ଅଗ୍ନିଶମ ବାହିନୀ ପହଂଚି ଥିଲେ ବି ବୋଟର ଯାନ୍ତ୍ରିକ  ତ୍ରୁଟି ଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିଲା । 

ସର୍ଚ୍ଚ ଅପରେସନରେ ଦୀର୍ଘ ସମୟ ବିଳମ୍ବକୁ ନେଇ ସ୍ଥାନୀୟ ବ୍ୟକ୍ତିଙ୍କ ଭିତରେ ଚାପା ଉତ୍ତେଜନା ମଧ୍ୟ ଦେଖାଦେଇଥିଲା । ଘଟଣାକୁ ଦୀର୍ଘ ସମୟ ବିତି ଯାଇଥିଲେ ସୁଦ୍ଧା ଝିଅଟିର କୌଣସି ଖୋଜ ଖବର ମିଳିପାରିନାହିଁ । 

ସେପଟେ ପ୍ରେମିକର ମୃତ୍ୟୁ ଖବର ଶୁଣି ଯୁବତୀ ଜଣକ ନଦୀକୁ ଡେଇଁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।  

ଆହୁରି ପଢନ୍ତୁ ଓଡିଶା ଖବର...
 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା