ସଫଳ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ
by Argus News
Fri, Oct 25 | 5:30 p.m.

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ବି ବାତ୍ୟା ଦାନାର ସଫଳ ମୁକାବିଲା। ସଫଳ ହୋଇଛି ସରକାରଙ୍କ ଜିରୋ କାଜୁଆଲିଟି ମିଶନ। ମୟୁରଭଞ୍ଜ ଶୁଳିଆପଦାରେ ବାତ୍ୟା ଦାନାକୁ ଦୃଷ୍ଟିରେ କଚ୍ଚା ଘରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀରେ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁ ବନ୍ଦୋବସ୍ତ କରାଯାଇଛି। ଏବେବି ଆଶ୍ରୟସ୍ଥଳୀରେ  ଅନେକ ଲୋକେ ଆଶ୍ରୟ ନେଇଛନ୍ତି। ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକଙ୍କୁ ସେବା ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଏସଏଚଜି ମହିଳା ମାନେ। ମୟୂରଭଞ୍ଜ ଶୁଳିଆପଦା କୋଷ୍ଟା ପଞ୍ଚାୟତ ଝାଲିଆମାରା ଆଶ୍ରୟସ୍ଥଳୀରେ ଥିବା ୧୫୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଦୁଇଦିନ ଧରି ରୋଷେଇକରି ଖାଦ୍ୟ ଦେଉଛନ୍ତି ସୟଂ ସହାୟକ ଗୋଷ୍ଠୀର ମହିଳା ମାନେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

AWAS GHAR
45m ago
ସୁରକ୍ଷିତ ଆବାସ ନ ଥିବାରୁ ସ୍ଥାନାନ୍ତରିତ ହେଲେ ଲକ୍ଷ ଲକ୍ଷ ଲୋକ
ଅର୍ଗସ ବ୍ୟୁରୋ: ବାତ୍ୟାର ପ୍ରକୋପ ସେତେ ହେଲାନି, କିନ୍ତୁ କଚ୍ଚା ଘରେ ରହୁଥିବାଗରିବଙ୍କ ମୁଣ୍ଡ ଉପରେ ପଡ଼ିଲା ଚଡ଼କ। ପବନ ମାଡ଼ରେ ଭଦ୍ରକ ବାସୁଦେବପୁର ପୌରାଞ୍ଚଳ ୱାର୍ଡ ନଂ 23ର
ବିପର୍ଯ୍ୟୟ ମୁକାବିଲା
52m ago
ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା
ଭୁବନେଶ୍ୱର: ଦାନା ମୁକାବିଲାରେ ଜନସେବାର ଭାଗିଦାରିତା। ନେତା- ଅଫିସର-ସଂଗଠନ ମିଳିମିଶି କଲେ ବିପର୍ଯ୍ୟୟ ମୁକାବିଲା। ଦିନ ରାତି ଏକ କରିଥିଲା ନୂଆ ସରକାର। ଗାଉଣ୍ଡରେ ମନ୍ତ୍ର
DANA
58m ago
ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ, ଉପୁଡ଼ିଲା ଗଛ, ଉଡ଼ିଲା ଚାଳ ଛପର
ଅର୍ଗସ ବ୍ୟୁରୋ: ଦାନା ଦାନବ ସିନା ସାଜିଲାନି ହେଲେ ରଚିଛି ଏମିତି ତାଣ୍ଡବଲୀଳା । ବାତ୍ୟା ଦାନା ଯୋଗୁଁ କେନ୍ଦ୍ରାପଡ଼ା ସମେତ ଉପକୂଳବର୍ତ୍ତୀ ଜିଲ୍ଲାରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ଇଏ ହେଉଛ