Pitabas Panda Murder Mystery / ଗୁମର ଖୋଲିଲା ପୋଲିସ; ରାଜନୈତିକ ଶତ୍ରୁତାରୁ ପୀତବାସଙ୍କୁ ହତ୍ୟା, ଦୁଇଥର ହୋଇଥିଲା ପ୍ଲାନ୍

Key Points
ବ୍ରହ୍ମପୁର: ହାଇପ୍ରୋଫାଇଲ୍ ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ପ୍ରେସମିଟ୍ରେ ହତ୍ୟାକାଣ୍ଡକୁ ନେଇ ସବିଶେଷ ତଥ୍ୟ ରଖିଛନ୍ତି ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ । ଏସ୍ପି କହିଛନ୍ତି, ପୀତବାସଙ୍କୁ ହତ୍ୟା ପାଇଁ ପ୍ରଥମେ ବିହାରରୁ ଅପରାଧୀ ଆସିଥିଲେ । ଦୁଇ ସାର୍ପ ସୁଟରଙ୍କୁ ବିହାରରୁ ଡାକି ଆଣି ରେକି କରିଥିଲେ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତ । ମଳୟ ବିଷୋୟୀଙ୍କ ସହ ମିଶି ମଦନ ଦଳେଇ ହତ୍ୟାର ସବୁ ଯୋଜନା କରିଥିଲେ ।
ହତ୍ୟା ପୂର୍ବରୁ ରେକି କରିଥିଲେ ଅପରାଧୀ । ହତ୍ୟା ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍ ହୋଇଥିଲା । ସେପ୍ଟେମ୍ବର ୧୪ ତାରିଖରେ ହତ୍ୟା ପାଇଁ ଯୋଜନା କରିଥିଲେ । ହେଲେ ବିହାରରୁ ଆସିଥିବା ଅପରାଧୀଙ୍କ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସେ ଫେରି ଯାଇଥିଲେ । ଏହା ପରେ ଉମା ବିଷୋୟୀ ସ୍ଥାନୀୟ ଅପରାଧୀଙ୍କୁ ଏଥିରେ ନିୟୋଜିତ କରିଥିଲା । ତା'ପରେ ବେଙ୍ଗାଲୁରୁରେ କାମ କରୁଥିବା ଚିଣ୍ଟୁ ପ୍ରଧାନ ସହ କୁରୁପତି ଭୂୟାଁଙ୍କୁ ସୁପାରି ଦେଇଥିଲେ ଉମା ବିଷୋୟୀ । ଉଭୟଙ୍କୁ ପୀତବାସଙ୍କ ଚ୍ୟାମ୍ବର ନିକଟରେ ଏକ ଘରେ ଭଡ଼ାରେ ରଖିଥିଲେ ।
ଏଥିସହ ପଢ଼ନ୍ତୁ: ବେଙ୍ଗାଲୁରୁରୁ ଗଞ୍ଜାମର ସାର୍ପ ସୁଟର୍କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ
ପୀତବାସଙ୍କ ଘର ଛକ ପାଖରେ ଗାଡ଼ି ରଖି ଚିଣ୍ଟୁ ଓ କୁରୁପତି ଛକି ରହିଥିଲେ । ପୀତବାସଙ୍କୁ ନମସ୍କାର କରିଥିଲେ ଉଭୟ । କିଏ ବୋଲି ପୀତବାସ ପ୍ରଶ୍ନ କରିବା ମାତ୍ରେ ଗୁଳି କରିଥିଲେ କୁରୁପତି । ଫାୟାରିଂ ପରେ ଚିଣ୍ଟୁ ବାଇକ୍ ଚଳାଇବା ସହ କୁରୁପତି ବସି ଖସି ପଳାଇଥିଲେ । ଦୁହେଁ ସେଠାରୁ ଖସିଯିବା ସହ ଶୀତଳାପଲ୍ଲୀରେ ପୋଷାକ ବଦଳାଇବା ସହ ସେଠାରେ ବନ୍ଧୁକ ପୋତି ଦେଇ ପୁରୁଷୋତ୍ତମପୁର ଦେଇ ପଳାଇଥିଲେ । ରାମେଶ୍ଵର ନିକଟରେ ବାଇକ୍ ଥୋଇ ଦେଇ ବସ୍ ଯୋଗେ ଭୁବନେଶ୍ଵର ଆଉ ସେଠାରୁ ପୁରୀ ପଳାଇଥିଲେ । ହତ୍ୟା ପୂର୍ବରୁ ସମସ୍ତେ ମୋବାଇଲ୍ ବ୍ୟବହାର ଛାଡ଼ି ଦେଇଥିଲେ ।
ପୁରୀରୁ ଚିଣ୍ଟୁ ବେଙ୍ଗାଲୁରୁ ପଳାଇଥିବା ବେଳେ କୁରୁପତି ଜୟପୁର ଯାଇଥିଲେ । ହତ୍ୟା ବାବଦରେ ଜାଣିବା ପରେ ମଧ୍ୟ ବିକ୍ରମ ପଣ୍ଡାଙ୍କ ଜଣେ ସହଯୋଗୀ ସୁନୀଲ ହୋତା କୁରୁପତିଙ୍କୁ ଆଶ୍ରୟ ଦେଇଥିଲେ । ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିବା ବେଳେ ଅଗ୍ରୀମ ଭାବେ ୧୦ ଲକ୍ଷ ଟଙ୍କା ଦେଇଥିବା ଜଣାପଡ଼ିଛି । ଏହି ଘଟଣାରେ ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କ ହାତ ରହିଛି । ହତ୍ୟା ପଛରେ ରାଜନୈତିକ ଶତ୍ରୁତା ଥିବା ପୋଲିସ କହିଛି । ମାମଲାରେ ବ୍ରହ୍ମପୁର ପୋଲିସ ମୋଟ ୧୨ ଜଣଙ୍କୁ ଗିରଫ କରିଛି । ଏବେ ୩ ଜଣ ଫେରାର୍ ରହିଥିବା କହିଛନ୍ତି ବ୍ରହ୍ମପୁର ଏସ୍ପି ।
ପୂର୍ବତନ ମେୟର ଶିବ ଶଙ୍କର ଦାଶ (ପିଣ୍ଟୁ), ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ, ୨ ସାର୍ପ ସୁଟର ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ମିଶାଇ ପୋଲିସ ମୋଟ ୧୨ ଜଣଙ୍କୁ ଗିରଫ କରିଛି ।
ହାଇପ୍ରୋଫାଇଲ୍ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ବିକ୍ରମ ପଣ୍ଡା ଗିରଫ । ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଅଟକ ରଖିଥିବା ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ମଧ୍ୟ ପୋଲିସ କୋର୍ଟ ଫରୱାର୍ଡ କରିଛି ।
ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡା ହତ୍ୟା ମାମଲା; ଗଞ୍ଜାମ ଜିଲ୍ଲା BJD ସଭାପତି ବିକ୍ରମ ପଣ୍ଡା ଗିରଫ
ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କ ସହ ଶିବଶଙ୍କର ଦାଶ, କର୍ପୋରେଟର ମଳୟ ବିଷୋୟୀ, ମଦନ ଦଳେଇଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ମଦନ ଦଳେଇ ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ।
ବିକ୍ରମ ପଣ୍ଡାଙ୍କ ସହ ପୋଲିସ ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କୁ ଗିରଫ କରିଛି । ଶିବଶଙ୍କରଙ୍କ ନାଁରେ ଆଗରୁ ଅନେକ ମାମଲା ରହିଥିବା ବେଳେ ଜେଲ୍ ବି ଯାଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସମୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ କରି ଶିବଶଙ୍କର ଜେଲ୍ ଯାଇଥିଲେ । ଏବେ ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ ଶିବଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ପୀତବାସଙ୍କୁ ହତ୍ୟା କରାଯାଇଥିଲା । ରାତି ପ୍ରାୟ ୧୦ଟାରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇକ୍ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ । ଗେଟ୍ ବଜାରରୁ ନୂଆ ବସଷ୍ଟାଣ୍ଡ ବୈକୁଣ୍ଠନଗର ଅଞ୍ଚଳରେ ଗୁଳି କରି ଫେରାର୍ ହୋଇ ଯାଇଥିଲେ ଦୁର୍ବୃତ୍ତ ।
📱 Get Argus News App
✨Related Topics
Explore more stories