Father Killed Son / ଜନ୍ମକଲା ପୁଅ ଉପରେ ବାପାର ଏତେ ରାଗ କାହିଁକି ?

Key Points
ଉଭୟଙ୍କୁ କାର ଯୋଗେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ମୁଜାଫରନଗରରେ ଜଣେ ବାପା ତାଙ୍କ ଏକମାତ୍ର ପୁଅକୁ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ବୋହୂଙ୍କୁ ମଧ୍ୟ ଗୁଳି କରିଛନ୍ତି । ତାଙ୍କ ଏବେ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଚାଲିଛି। ଏସ୍ଏସ୍ପି ସଞ୍ଜୟ କୁମାର କହିଛନ୍ତି ଯେ ସେବା ଯତ୍ନ କରୁନଥିବାରୁ ପୁଅ ବୋହୁଙ୍କ ସହ ବାପାର ପ୍ରାୟତଃ ଝଗଡ଼ା ହେଉଥିଲା । ଶୁକ୍ରବାର ମଧ୍ୟ ସେଇ ସମାନ ପ୍ରସଙ୍ଗରେ ପୁଅ ଏବଂ ବୋହୂଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯାହାଫଳରେ ଅତ୍ୟକ୍ତି ରାଗିଯାଇଥିଲେ ବାପା ।
ଅତ୍ୟନ୍ତ ଉତ୍କ୍ଷିପ୍ତ ହୋଇ ବାପା ନିଜର ଲାଇସେନ୍ସ ବନ୍ଧୁକ କାଢ଼ି ପୁଅ ବୋହୁଙ୍କ ଉପରେ ଗୁଳି ଚଳାଇଥିଲେ । ଏଥିରେ ତାଙ୍କ ପୁଅର ମୃତ୍ୟୁ ହୋଇଥିବା ବେଳେ ବୋହୁ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁଳି ଶବ୍ଦ ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଉଭୟଙ୍କୁ କାର ଯୋଗେ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ଏଥିସହ ପଢ଼ନ୍ତୁ: କାହିଁକି ଦିଆଯାଏ ବାତ୍ୟାର ନାଁ, କେଉଁ ଦେଶମାନେ ଏଥିରେ ସାମିଲ ?
ଘଟଣା ପରେ ବାପା ଘଟଣାସ୍ଥଳରୁ ପଳାଇ ନଥିଲେ। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି। ଏହି ଘଟଣାଟି ସକାଳ ପ୍ରାୟ ୧୧ ଟାରେ ଭୋପା ଥାନାର ମୋହଲ୍ଲା ଚୌକରୁ ସାମ୍ନାକୁ ଆସିଛି ।
ଆହତ ବୋହୂ ବଖାଣିଥିଲେ ପୂରା ଘଟଣା
ଅଭିଯୁକ୍ତ ବ୍ରଜବୀର ସିଂହ (୫୫), ମୋହଲ୍ଲା ଚୌକର ବାସିନ୍ଦା, ଜଣେ ସାଧାରଣ ଚାଷୀ। ତାଙ୍କର ୨୨ ଏକର ଜମି ଅଛି। ତାଙ୍କ ପୁଅ ରବିନ ତାଙ୍କୁ ଚାଷ କାର୍ଯ୍ୟରେ ସାହାଯ୍ୟ କରନ୍ତି। ରବିନର ଏକ ଭଉଣୀ ଅଛି, ଯାହାର ନାଁ ସ୍ୱପ୍ନା । ତାଙ୍କର ମଧ୍ୟ ବିବାହ ହୋଇସାରିଛି । ରବିନ ଏବଂ ରବିତାଙ୍କର ଦୁଇଟି ସନ୍ତାନ । ପୁଅ ଆକର୍ଷ (୧୬) ଏବଂ ଝିଅ ଅକ୍ଷି (୯)।
ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବୋହୂ ରବିତା କହିଛନ୍ତି, 'ଶୁକ୍ରବାର ସକାଳ ପ୍ରାୟ ୧୧ଟାରେ ଘରେ ଝଗଡ଼ା ହୋଇଥିଲା। କିଛି ସମୟ ପରେ, ମୋ ଶ୍ୱଶୁର ବ୍ରଜବୀର ସିଂହ ତାଙ୍କର ଲାଇସେନ୍ସପ୍ରାପ୍ତ ବନ୍ଧୁକ ବାହାର କରିଥିଲେ, ଆମ ଦୁହିଁଙ୍କ ଉପରେ ଗୁଳି ଚଳାଇଥିଲେ। ପ୍ରଥମ ଗୁଳି ମୋ ସ୍ୱାମୀଙ୍କ ପେଟରେ ବାଜିଲା ଏବଂ ସେ ତଳେ ପଡ଼ିଗଲେ।"
ଏଥିସହ ପଢ଼ନ୍ତୁ: ସାଇବର ଠକଙ୍କ ଦୌରାତ୍ମ୍ୟ, ଆଖିରେ ଆଙ୍ଗୁଠି ଗେଞ୍ଜି ଖାଲି କରିଦେଉଛନ୍ତି ଆକାଉଣ୍ଟ !
ରବିତା କହିଛନ୍ତି, "ମୁଁ ଯେତେବେଳେ ନିଜକୁ ବଞ୍ଚାଇବା ପାଇଁ ସେଠାରୁ ଦୌଡ଼ିଲି, ମୋ ଶ୍ୱଶୁର ଆଗକୁ ଆସି ମୋତେ ମଧ୍ୟ ଗୁଳି କଲେ। ଗୁଳି ଫୁଟିବା ମାତ୍ରେ ମୁଁ ବନ୍ଧୁକକୁ ଧରିପକାଇଲି, ଯାହାଫଳରେ ମୋ ହାତରେ ଗୁଳି ବାଜିଲା । ଗୁଳି ଶବ୍ଦ ଶୁଣି ପାଖରେ ଥିବା ଲୋକମାନେ ଧାଇଁ ଆସିଲେ। ପୋଲିସକୁ ସୂଚନା ଦେଇ, ଆମକୁ ତୁରନ୍ତ କାର ଯୋଗେ CHC ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ମୋ ସ୍ୱାମୀ ରବିନଙ୍କୁ ମୃତ ଘୋଷଣା କରିଥିଲେ।"
ପଡ଼ୋଶୀଙ୍କ କହିବା କଥା ସବୁବେଳେ ହୁଏ ଝଗଡ଼ା
ପଡ଼ୋଶୀ ଓମ୍ବୀର କହିଛନ୍ତି ଯେ ବ୍ରଜବୀରଙ୍କ ସ୍ତ୍ରୀ ପାଞ୍ଚ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଏହା ପରେ ତାଙ୍କ ପୁଅ ଏବଂ ବୋହୂ ତାଙ୍କର ଯତ୍ନ ନେଉଛନ୍ତି । ଘରେ ପ୍ରାୟତଃ ଝଗଡ଼ା ହେଉଥିଲା। ଶୁକ୍ରବାର ବ୍ରଜବୀର ଅତି କ୍ଷୁବ୍ଧ ହୋଇ ତାଙ୍କ ବୋହୂ ଏବଂ ପୁଅ ରବିନଙ୍କୁ ଗୁଳି କରିଥିଲେ। ଗୁଳିକାଣ୍ଡ ପରେ ସେ ଘରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଲୋକମାନେ ତାଙ୍କୁ ଧରି ପକାଇଲେ। ପୋଲିସ ପହଞ୍ଚି ତାଙ୍କୁ ହେପାଜତକୁ ନେଇଛି। ରବିନଙ୍କ ପୁଅ ଏବଂ ଝିଅ ନିକଟସ୍ଥ ହେରିଟେଜ ପବ୍ଲିକ୍ ସ୍କୁଲରେ ପଢ଼ନ୍ତି। ପୁଅ ଦ୍ୱାଦଶ ଶ୍ରେଣୀର ଛାତ୍ର ଓ ଝିଅ ଚତୁର୍ଥ ଶ୍ରେଣୀରେ ପଢ଼େ।
SSP ପହଞ୍ଚିଲେ, ପ୍ରମାଣ ସଂଗ୍ରହ କଲେ
ଘଟଣା ସମ୍ପର୍କରେ ସୂଚନା ପାଇ ଏସଏସପି ସଞ୍ଜୟ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ । ଫୋରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଥିଲେ । ଏସଏସପି କହିଛନ୍ତି ଯେ ଅଭିଯୁକ୍ତ ତାଙ୍କ ପୁଅ ଏବଂ ବୋହୂଙ୍କୁ ଲାଇସେନ୍ସପ୍ରାପ୍ତ ବନ୍ଧୁକରେ ଗୁଳି କରିଛି। ତାଙ୍କୁ ପଚରାଉଚରା କରାଯିବ। ବୋହୂଙ୍କ ବୟାନ ମଧ୍ୟ ନିଆଯିବ। ମୃତକଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
📱 Get Argus News App
✨Related Topics
Explore more stories