Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ତୁଟୁନି ଓଲିଉଡ଼ କଳି, ବାହାରୁନି ସମାଧାନର ରସ୍ତା

Odisha

ତୁଟୁନି ଓଲିଉଡ଼ କଳି, ବାହାରୁନି ସମାଧାନର ରସ୍ତା

Jitendra Dash
Browse all articles by Jitendra Dash
·2 years ago·2 min read
ତୁଟୁନି ଓଲିଉଡ଼ କଳି, ବାହାରୁନି ସମାଧାନର ରସ୍ତା

ଅର୍ଗସ ବ୍ୟୁରୋ : ଗତ କିଛି ଦିନ ଧରି ହାତ ଗଣତି କେଇଜଣ ଅଭିନେତା ଓ ପ୍ରଯୋଜକଙ୍କୁ ନେଇ ଉଠୁଛି ପଡ଼ୁଛି ଓଲିଉଡ଼ । କାରଣ ଅନେକ ଥିଲେ ବି ଏହାକୁ ନେଇ କଳାକାରଙ୍କଠୁ ସିନେ ପ୍ରେମୀଙ୍କ ଯାଏଁ ସମସ୍ତଙ୍କ ଭିତରେ ଆରୋପ-ପ୍ରତ୍ୟାରୋପ ଚାଲିଛି । ଦେଖିବାକୁ ଗଲେ ଓଲିଉଡ଼ ବିବାଦ ନୂଆ ନୁହେଁ । କିନ୍ତୁ ସାମ୍ପ୍ରତ୍ତିକ ବିବାଦ ପ୍ରାୟତଃ ଗୋଷ୍ଠୀକୈନ୍ଦ୍ରିକ ହୋଇଯାଇଥିବା ପରି ଦେଖାଯାଉଛି । ଆଉ ଏହାରି ଭିତରେ ବଳି ପଡୁଛନ୍ତି ଦର୍ଶକ ।

ଏହାରି ଭିତରେ ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ ସିନେ ପ୍ରଯୋଜକ ସଂଘର ବ୍ୟାନ ପ୍ରସଙ୍ଗ ଏବେ ବଢ଼ିବାରେ ଲାଗିଛି । ମନୋଜ ମିଶ୍ର ଓ ଓଲିଉଡର କିଛି କଳାକାର ଏବଂ ପ୍ରଯୋଜକଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବାକ୍ ଯୁଦ୍ଧ । ଆଉ ଏବେ ସିଏ ନେଲାଣି ରାଜନୈତିକ ଝଡ । 

ଚର୍ଚ୍ଚା ସେତେବେଳେ ବଢିଥିଲା ଯେତେବେଳେ ମନୋଜ କହିଥିଲେ ବ୍ୟାନ କଥା ସେ ଜାଣନ୍ତି ନାହିଁ । ଏମିତିକି ମିଡିଆରୁ ସେ ବ୍ୟାନ ନେଇ ଚର୍ଚ୍ଚା ପାଇଲେ । ଆଉ ପ୍ରଶ୍ନ କରିଥିଲେ ଟୁଟୁ ତାଙ୍କୁ ବ୍ୟାନ କରିବାକୁ କିଏ ?

ସେପଟେ ମନୋଜଙ୍କୁ ବାସନ୍ଦ କରାଯିବା ପ୍ରସଙ୍ଗରେ ସୋସିଆଲ ମିଡିଆରେ ମୁହାଁମୁହିଁ ହୋଇଥିଲେ ଅନୁଭବ ଓ ମନୋଜ । ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ମନୋଜ ମିଶ୍ରଙ୍କୁ ସମାଲୋଚନା କରିଥିଲେ । କେବଳ ସେତିକି ନୁହେଁ ମନୋଜଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ମଧ୍ୟ ସେ ଟାର୍ଗେଟ କରିଥିଲେ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅବଶ୍ୟ ପରେ ଅନୁଭାବଙ୍କୁ ଜବାବ ଦେଇଥିଲେ ମନୋଜ । କହିଥିଲେ କିଛି ଲୋକ ସେମାନଙ୍କ ମଧ୍ୟରେ ଝଗଡ଼ା ଲଗାଇବାକୁ ଚକ୍ରାନ୍ତ ଚଳାଇଛନ୍ତି । ଏ ସମ୍ପର୍କରେ ସେ ଫୋନକଲ ଏବଂ ମେସେଜ ମାଧ୍ୟରେ ବାରମ୍ବାର ଅନୁଭବଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଅନୁଭବଙ୍କ ପକ୍ଷରୁ କୌଣସି ଉତ୍ତର ପାଇନଥିଲେ । 

ଆଉ ସବୁ ପରେ ନିଆଁରେ ଘିଅ ଢାଳିଥିଲେ ବଲାଙ୍ଗୀରର ବିଧାୟକ ନରସିଂହ ମିଶ୍ର । ଆଉ ନରସିଂହଙ୍କ ପ୍ରତିକ୍ରିୟା ପରେ ଜବାବ ରଖିଥିଲେ ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ।  । ଯାହା ପରବର୍ତ୍ତୀ ସମୟରେ ଆହୁରି ଚର୍ଚ୍ଚା ହୋଇଥିଲା । ସେପଟେ ଓଲିଉଡ ବିବାଦକୁ ନେଇ ରାଜନୀତି ନକରିବାକୁ ରାଜନେତାଙ୍କୁ ଅନୁରୋଧ କରଥିଲେ  ଅଭିନେତା ଶ୍ରୀତମ ଦାସ ।

ଏବେ କିନ୍ତୁ ଓଲିଉଡ଼ ବିବାଦ ଧିରେ ଧିରେ ବଢିବାରେ ଲାଗିଛି । ବିବାଦ ଭିତରେ ଜଣକ ପରେ ଜଣେ ଏଣ୍ଟ୍ରି ମାରୁଛନ୍ତି କଳାକାର । ଏବେ କିନ୍ତୁ ଭିନ୍ନ ମୋଡରେ ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ ଘଟଣା । ମନୋଜଙ୍କ ପ୍ରତି ବଢୁଛି ସମର୍ଥନ । ଜଟିଳ ହେବାରେ ଲାଗିଛି ବିବାଦ । ଓଲିଉଡର ଏହି କଳି ଭିତରେ ଗତ ସୋମବାର ଦିନ ଏଣ୍ଟ୍ରି ମାରିଛନ୍ତି ଚର୍ଚ୍ଚିତ ସମ୍ବଲପୁରୀ ହାସ୍ୟ ଅଭିନେତା ଯୋଗେଶ ଜୋଜୋ । ଖାଲି ଏଣ୍ଟ୍ରି ମାରିନାହାଁନ୍ତି ସିଧା ସଳଖ ଜିତୁ ରାଉତଙ୍କ ଏକ ନିର୍ଦ୍ଦିଷ୍ଟ ପୋଷ୍ଟ ଉପରେ ଆପତ୍ତି ଉଠାଇବା ସହିତ ଅନୁଭବଙ୍କୁ ମଧ୍ୟ କରିଛନ୍ତି କଡା ସମାଲୋଚନା । ଏହା ସହିତ ମନୋଜ ମିଶ୍ରଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ।

ଆରି ଭିତରେ ଆଉ ଜଣେ ଚର୍ଚ୍ଚିତ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିୟା ଏଣ୍ଟ୍ରି ମାରିଛନ୍ତୁ । ସେ ସିଧାସଳଖ ମନୋଜ ମିଶ୍ରଙ୍କ ପ୍ରତି ସମର୍ଥନ ଦେବା ସହ ଓଲିଉଡ଼ରେ ଚାଲିଥିବା ବିବାଦ ଉପରେ ଏବେ ସମସ୍ତଙ୍କର ନଜର । ଏବେ କିନ୍ତୁ ଓଲିଉଡ କଳାକାର ଓ ପ୍ରଯୋଜକ ସଂଘର ବିବାଦର ପ୍ରଭାବ ଯଲିଉଡ ବା ଯାତ୍ରାଜଗତ ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ଗତ କାଲି ବଲାଙ୍ଗୀର ଜିଲ୍ଲା ଆଗରପଡ଼ା ବ୍ଲକର ସାଲେଭଟା ଗାଁରେ ରାଜଧାନୀ ଅପେରାର ଯାତ୍ରାକୁ ବନ୍ଦ କରି ଦେଇଛନ୍ତି କୋଶଲ ସେନାର କର୍ମକର୍ତ୍ତା । ଆଗକୁ ଦେଖିବାକୁ ବାକି ରହିଲା କି ମୋଡ଼ ନେଉଛି ଓଲିଉଡ଼ କଳି ।

ମନୋରଞ୍ଜନ ଖବର ଆହୁରି ପଢନ୍ତୁ

Painting
Sponsored
Producers agree to lift ban on actor Manoj | Argus News