Patna 10 circular road govt residence / ସରକାରୀ ବାସଭବନ ଛାଡି଼ଲେ ଲାଲୁ-ରାବ୍ରି; ଏବେ ରହିବେ କେଉଁଠି?
·1 hour ago·3 min read

Key Points
୧୦ ସର୍କୁଲାର ରୋଡ ଠାରେ ରହିଥିବା ବଙ୍ଗଳା ପ୍ରାୟ ୨୦ ବର୍ଷ ଧରି ଆରଜେଡି ଏବଂ ଲାଲୁ ପରିବାରର ରାଜନୈତିକ ଉତ୍ଥାନ-ପତନ ଦେଖିଥିଲା। ଏହି ବଙ୍ଗଳାରୁ ରାବ୍ରୀ ଦେବୀ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ବିଦାୟକୁ ବିହାର ରାଜନୀତିରେ ଏକ ପ୍ରତୀକାତ୍ମକ ପରିବର୍ତ୍ତନ ଭାବରେ ଦେଖାଯାଉଛି, ଯାହା ଏକ ରାଜନୈତିକ ଯୁଗର ଅନ୍ତ ଘଟାଇଛି।
Lalu-Rabri leave govt residence: ବହୁ ବାଦ ବିବାଦ ପରେ ଶେଷରେ ରାଜଧାନୀ ପାଟନା ସ୍ଥିତ ସରକାରୀ ବାସଭବନ ଖାଲି କରିଛନ୍ତି ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବ ଏବଂ ତାଙ୍କ ଧର୍ମପତ୍ନୀ ରାବ୍ରି ଦେବୀ। ଲାଲୁଙ୍କ ପରିବାର ସହିତ ଦୀର୍ଘ ସମୟ ଧରି ପାଟନା ସ୍ଥିତ ୧୦ ସର୍କୁଲାର ରୋଡ ଠାରେ ରହିଥିବା ସରକାରୀ ବାସଭବନ ରହି ଆସୁଥିଲେ। ଯାହା ଏବେ ଆଉ ସେମାନଙ୍କର ଠିକଣା ହୋଇ ରହିବ ନାହିଁ। ଉଭୟଙ୍କ ଆସବାବପତ୍ର ବର୍ତ୍ତମାନ ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତରିତ କରାଯାଉଛି। ଗତ ଶୁକ୍ରବାର ବାସଭବନ ବାହାରେ ଲାଗିଥିବା ସିସି କ୍ୟାମେରା ହଟାଯାଇଥିଲା। ଏବେ ଘରର ଜିନିଷପତ୍ର ଧିରେ ଧିରେ ସ୍ଥାନାନ୍ତର କରାଯାଉଛି। ୧୦ ସର୍କୁଲାର ରୋଡ ଠାରୁ ତେଜସ୍ୱୀ ଯାଦବଙ୍କ ବାସଭବନକୁ ଜିନିଷପତ୍ର ସ୍ଥାନାନ୍ତର କରାଯାଉଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
୨୦୦୬ ରୁ ପାଟନା ୧୦ ସର୍କୁଲାର ରୋଡ ବଙ୍ଗଳାରେ ରହୁଥିଲେ ଲାଲୁ ପରିବାର
ପାଟନା ସ୍ଥିତ ୧୦ ସର୍କୁଲାର ରୋଡ ବଙ୍ଗଳାରେ ପ୍ରାୟ ଦୁଇ ଦଶନ୍ଧି ଧରି ଲାଲୁ ଯାଦବଙ୍କ ପରିବାର ରହୁଥିଲା। ଏହା ତାଙ୍କ ଦଳର (RJD) ରାଜନୈତିକ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ରହିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ୨୦୦୬ ରୁ ଏହି ସରକାରୀ ବାସଭବନରେ ରହୁଥିଲେ। ପ୍ରଥମେ ଯେତେବେଳେ ସେ ବିହାର ବିଧାନସଭାରେ ବିରୋଧି ଦଳ ନେତା ହୋଇଥିଲେ ଏବଂ ପରେ ଯେତେବେଳେ ସେ ବିହାର ବିଧାନ ପରିଷଦରେ ବିରୋଧି ଦଳ ନେତା ଥିଲେ, ସେତେବେଳେ ମଧ୍ୟ ଏହି ବାସଭବନ ତାଙ୍କୁ ଆବଣ୍ଟିତ କରାଯାଇଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ମଧ୍ୟ ଦୀର୍ଘ ସମୟ ଧରି ଏହି ବାସଭବନରେ ରହୁଥିଲେ। ବର୍ଷ ବର୍ଷ ଧରି, ୧୦ ସର୍କୁଲାର ରୋଡ୍ ଦଳର ରାଜନୈତିକ ରଣନୀତି, ସାଙ୍ଗଗଠନିକ ବୈଠକ ଏବଂ ନିର୍ବାଚନ ନିଷ୍ପତ୍ତି ପାଇଁ ଏକ ପ୍ରମୁଖ କେନ୍ଦ୍ର ହୋଇ ରହିଥିଲା। ବିହାର ରାଜନୀତି ସହିତ ଜଡି଼ତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହି ବାସଭବନରେ ନିଆଯାଇଥିଲା। ଯାହା ଏହାକୁ ରାଜ୍ୟର ରାଜନୀତିର ଏକ ପ୍ରମୁଖ ପ୍ରତୀକ କରିଥିଲା।
ଏହା ସହ ପଢନ୍ତୁ: ସରକାରୀ ବାସଭବନ ଖାଲି କରିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...
୧୦ ସର୍କୁଲାର ରୋଡ୍ ବଙ୍ଗଳା କାହାକୁ ଆବଣ୍ଟିତ କରାଯାଇଛି?
ରାଜ୍ୟ ସରକାର ବର୍ତ୍ତମାନ ଏହି ସରକାରୀ ବଙ୍ଗଳା ପଶୁ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ନନ୍ଦ କିଶୋର ରାମଙ୍କୁ ଆବଣ୍ଟିତ କରିଛନ୍ତି। ଏହି ସମୟରେ, ରାବ୍ରୀ ଦେବୀଙ୍କୁ ବିହାର ବିଧାନ ପରିଷଦରେ ବିରୋଧି ଦଳ ନେତା ଭାବରେ ୩୯ ହାର୍ଡିଂ ରୋଡ୍ ସ୍ଥିତ ସରକାରୀ ବାସଭବନ ଆବଣ୍ଟିତ କରାଯାଇଛି। ସୂତ୍ର ଅନୁସାରେ, ରାବ୍ରୀ ଦେବୀ ୧୦ ସର୍କୁଲାର ରୋଡ୍ ଠାରେ ରହିବାକୁ ଅନୁମତି ମାଗିଥିଲେ। ହେଲେ ଭବନ ନିର୍ମାଣ ବିଭାଗ ତାଙ୍କ ଅନୁରୋଧକୁ ଅନୁମୋଦନ କରିନାହିଁ। ବିଭାଗ ଏପର୍ଯ୍ୟନ୍ତ ଚାରୋଟି ନୋଟିସ୍ ଜାରି କରି ତାଙ୍କୁ ବାସଭବନ ଖାଲି କରିବାକୁ କହିଛି। ଏଥିପାଇଁ ଜୁନ୍ ୨୯ ତାରିଖ ସୋମବାର ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ଯାହା ପରେ ଏହି ବଙ୍ଗଳା ଆନୁଷ୍ଠାନିକ ଭାବରେ ମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯିବ।
କେଉଁଠି ଲାଲୁ ପରିବାରକୁ ମିଳିଛି ନୂଆ ବଙ୍ଗଳା?
ଏହି ସମୟରେ, ହାର୍ଡିଂ ରୋଡ ଠାରେ ନୂତନ ସରକାରୀ ବାସଭବନରେ ନିର୍ମାଣ ଏବଂ ଆବଶ୍ୟକୀୟ ପରିବର୍ତ୍ତନ ଚାଲିଛି। ରିପୋର୍ଟ ଅନୁସାରେ ରାବ୍ରି ଦେବୀ କିଛି ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ। ଯାହାକୁ ଭବନ ନିର୍ମାଣ କାର୍ଯ୍ୟକାରୀ କରୁଛି। ରାଜନୈତିକ ମହଲରେ ଏହା ମଧ୍ୟ ଆଲୋଚନା ହେଉଛି ଯେ ଲାଲୁ ପରିବାର ଭବିଷ୍ୟତରେ କୌଟିଲ୍ୟ ନଗର ଠାରେ ନିର୍ମାଣାଧିନ ସେମାନଙ୍କର ବ୍ୟକ୍ତିଗତ ବାସଭବନକୁ ସ୍ଥାନାନ୍ତରିତ କରିପାରନ୍ତି। ୧୦ ସର୍କୁଲାର ରୋଡ ଠାରୁ ସୁରକ୍ଷା ଉପକରଣ ହଟାଇବା ଏବଂ ଜିନିଷପତ୍ର ସ୍ଥାନାନ୍ତର ଏହା ସୂଚାଉଛି ଯେ ଏହି ଘର ଖୁବ୍ ଶୀଘ୍ର ହସ୍ତାନ୍ତର କରାଯିବ।
ଏହା ସହ ପଢନ୍ତୁ: ସରକାରୀ ବାସଭବନରେ ଦଳ ବଳ ସହ ପହଞ୍ଚିଲା ପ୍ରଶାସନ; କ'ଣ କହିାଲେ ରାବ୍ରି ଦେବୀ?
୧୦ ସର୍କୁଲାର ରୋଡ ଠାରେ ଥିବା ବଙ୍ଗଳା ପ୍ରାୟ ୨୦ ବର୍ଷ ଧରି ଆରଜେଡି଼ ଏବଂ ଲାଲୁ ପରିବାରର ରାଜନୈତିକ ଉତ୍ଥାନ-ପତନ ଦେଖିଥିଲା। ଏପରି ପରିସ୍ଥିତିରେ ଏହି ବଙ୍ଗଳାରୁ ରାବ୍ରି ଦେବୀ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ବିଦାୟକୁ ବିହାରର ରାଜନୀତିରେ ଏକ ପ୍ରତୀକାତ୍ମକ ପରିବର୍ତ୍ତନ ଭାବରେ ଦେଖାଯାଉଛି। ଯାହାକୁ ଏକ ରାଜନୈତିକ ଯୁଗର ଶେଷ ଭାବରେ ମଧ୍ୟ ବିବେଚନା କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
Lalu Rabri official residence vacated10 Circular Road Patna bungalowLalu Yadav shifting to Tejashwi Yadav houseRabri Devi vacates government bungalowLalu Prasad Yadav address change PatnaWhy Rabri Devi left 10 Circular RoadTejashwi Yadav official residence shifting videoNand Kishor Ram 10 Circular Road allocation