Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତାକାଲି ବସିବ ବିଜେପି ବିଧାୟକ ଦଳ ବୈଠକ; ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚାରେ ଦଳର ପୋଷ୍ଟର ବୟ

Politics

Bengal NEW CM Appointment / ଆସନ୍ତାକାଲି ବସିବ ବିଜେପି ବିଧାୟକ ଦଳ ବୈଠକ; ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚାରେ ଦଳର ପୋଷ୍ଟର ବୟ

Subhramjit Ray
Browse all articles by Subhramjit Ray
·1 hour ago·2 min read
ଆସନ୍ତାକାଲି ବସିବ ବିଜେପି ବିଧାୟକ ଦଳ ବୈଠକ; ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚାରେ ଦଳର ପୋଷ୍ଟର ବୟ
Bengal NEW CM Appointment

Key Points

ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିସାରିବା ପରେ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଗଠନ କରିବାକୁ ଯାଉଛି ବିଜେପି। କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହାଲ ସ୍ଥିର କରିବା ପାଇଁ ଆସନ୍ତକାଲି ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ।
BJP Leader Suvendu Adhikari: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିସାରିବା ପରେ ଏବେ ରାଜ୍ୟରେ ସରକାର ଗଠନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ଆଉ ଏହି କ୍ରମରେ ଆସନ୍ତକାଲି ଅନୁଷ୍ଠିତ ହେଉଛି ବିଜେପି ବିଧାୟକ ଦଳ ବୈଠକ। କିଏ ହେବେ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହାକୁ ନେଇ ରାଜ୍ୟ ରାଜନୀତିରେ ଜାରି ରହିଛି ଚର୍ଚ୍ଚା। ବିଜେପି କେନ୍ଦ୍ରୀୟ ନେତୃତ୍ୱ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ତାହା ଉପରେ ରହିଛି ସମଗ୍ର ଦେଶର ନଜର।

ଗୁରୁବାର (୭ ମେ) ଅନୁଷ୍ଠିତ ହେଉଥିବା ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟମନ୍ତ୍ରୀ (ଓଡ଼ିଶା) ମୋହନ ଚରଣ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଉପରୁ ପରଦା ଏକପ୍ରକାର ହଟିଯାଇଛି। ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିପାରନ୍ତି। ତାଙ୍କୁ ଆସନ୍ତାକାଲି ବିଜେପି ବିଧାୟକ ଦଳ ବୈଠକରେ ବିଧାୟକ ଦଳ ନେତା ନିର୍ବାଚିତ କରାଯିବ।

ଏହା ସହ ପଢନ୍ତୁ: ଉଭୟ ଆସନରେ ଶୁଭେନ୍ଦୁଙ୍କୁ ବାଜିମାତ୍; ଦଳ ପରେ ନିଜେ ଚିତପଟାଙ୍ଗ ମାରିଲେ ମମତା

ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ରହିଥିଲେ ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗ ରାଜନୀତିରେ ଦଳର ହିନ୍ଦୁତ୍ୱ ଏଜେଣ୍ଡାକୁ ତୀକ୍ଷ୍ଣ କରିଥିବା ଶୁଭେନ୍ଦୁ ଅଧିକାରୀ ହେଉଛନ୍ତି ପଶ୍ଚିମବଙ୍ଗ ବିଜେପିର ପୋଷ୍ଟର ବୟ। ଯିଏ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀକୁ ନେଇ ଚାଲିଥିବା ଦୌଡ଼ରେ ଆଗୁଆ ରହିଥିଲେ। ପଶ୍ଚିମବଙ୍ଗ ବିଜେପିର ପୂର୍ବତନ ସଭାପତି ଦିଲୀପ ଘୋଷ ଏବଂ ବର୍ତ୍ତମାନର ଅଧ୍ୟକ୍ଷ ସମିକ ଭଟ୍ଟାଚାର୍ଯ୍ୟଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ଦଳର ମହିଳା ଚେହେରାଙ୍କ ମଧ୍ୟରେ ରୂପା ଗାଙ୍ଗୁଲି ଏବଂ ଫାୟାରବ୍ରାଣ୍ଡ ନେତ୍ରୀ ଅଗ୍ନିମିତ୍ର ପଲ୍ ଙ୍କ ନାଁ ଆଲୋଚନାରେ ରହିଥିଲା। ହେଲେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ଏବେ ପ୍ରାୟତଃ ଶେଷ ହୋଇଛି। ରିପୋର୍ଟ ଅନୁସାରେ ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂତନ ମୁଖ୍ୟମନ୍ତ୍ରୀ ହେବେ। ହେଲେ ଏହି ଖବର ସୂତ୍ରରୁ ଆସିଛି। କାରଣ ବିଜେପି କେନ୍ଦ୍ରୀୟ ନେତୃତ୍ୱ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗରେ କୌଣସି ଔପଚାରିକ ବୟାନ ଏ ପର୍ଯ୍ୟନ୍ତ ଜାରି କରିନାହାଁନ୍ତି।

ଏହା ସହ ପଢନ୍ତୁ: ବିଜେପିର ବଙ୍ଗ ବିଜୟ ପରେ ଚର୍ଚ୍ଚାରେ ଶୁଭେନ୍ଦୁ ଅଧିକାରୀ

ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିବା ପରେ ବିଜେପି ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଥିଲା। ଆଉ ଶୁଭେନ୍ଦୁ ଅଧିକାରୀ ବିରୋଧି ଦଳ ନେତା ପଦଭାର ଗ୍ରହଣ କରିଥିଲେ। ବିଧାନସଭାରେ ସେ ବିଦାୟୀ ଟିଏମସି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ସ୍ୱରରେ ଆକ୍ରମଣ କରିଥିଲେ। ଆକ୍ରମଣତ୍ମକ ଶୈଳୀରେ ସେ ତାଙ୍କ ବିରୋଧି ଦଳ ନେତା ଭୂମିକାକୁ ନିର୍ବାହ କରି ରାଜ୍ୟ ବିଜେପିର ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suvendu Adhikari to be New West Bengal CM; BJP to Elect Leader Tomorrow | Argus News