୮ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର: ଶୋକ ପ୍ରକାଶ କରି ସହାୟତା କଲେ ମୁଖ୍ୟମନ୍ତ୍ରୀ
by Argus News
Sat, Jun 29 | 9:01 p.m.

ଅର୍ଗସ ବ୍ୟୁରୋ: ୮ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର। ଅନୁଗୁଳରୁ ଆସୁଛି ଏମିତି ଏକ ଅଘଟଣର ଖବର। ଅନୁଗୁଳ ଜିଲ୍ଲା ଟିକରପଡା ମହାନଦୀ କୂଳରେ ନାବାଳକ ଖେଳୁଥିବା ବେଳେ ତାକୁ ଟାଣି ନେଇଛି କୁମ୍ଭୀର। ଅଘଟଣର କିଛି ସମୟ ପରେ ନାବାଳକର ମୃତଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ।
ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି। ମୃତ ନାବାଳକଙ୍କ ନାଁ ସମୀର ନାଏକ। ତାଙ୍କ ଘର ଟିକରପଡ଼ା ଘାଟସାହିରେ। ତାଙ୍କ ବାପାଙ୍କ ନାଁ ସୁରେଶ ନାଏକ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ତା’ ସହିତ ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ମୃତ ନାବାଳକ ସମୀର ନାଏକଙ୍କ ନିକଟତମ ଆତ୍ମୀୟଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ତୃତୀୟ ମହଲା
25m ago
ଆଜିଠୁ ତୃତୀୟ ମହଲା ହେଲା ମୁଖ୍ୟମନ୍ତ୍ରୀଙ୍କ ବିଧିବଦ୍ଧ କାର୍ଯ୍ୟାଳୟ
ଭୁବନେଶ୍ୱର: ମନ୍ତ୍ର ଧ୍ୱନିରେ କମ୍ପିଲା ତୃତୀୟ ମହଲା । ଆଜି ଲୋକସେବା ଭବନକୁ ପ୍ରଣାମ ସହ ପୂଜାର୍ଚ୍ଚନା କରି ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ର
AC
26m ago
AC ପାଣିକୁ  ଫିଙ୍ଗି ଦେଉଛନ୍ତି କି ?
ନୂଆଦିଲ୍ଲୀ: ପ୍ରାୟତଃ ଏବେ ସମସ୍ତଙ୍କ ଘରେ ଏସି। ବାହାରର ତାପମାତ୍ରାରେ ସିଜି ସିଜି ଗଲା ପରେ ଘରେ କି ଅଫିସ୍‌ରେ ଟିକେ ଏସିରେ ବସିଗଲେ ଓଃ କି ଶାନ୍ତି
ଦାମୀ ଆମ୍ବ
39m ago
ସବୁଠୁ ଦାମୀ ଆମ୍ବ: ଦାମ୍‌ ଶୁଣିଲେ ଉଡୁଛି ହୋସ୍‌
ସମ୍ବଲପୁର: ସମ୍ବଲପୁରରେ ଲକ୍ଷାଧିକ ଟଙ୍କିଆ ଆମ୍ବ ଫଳୁଛି । ଏହି ଆମ୍ବ ସବୁଠୁ ଦାମୀ ଆମ୍ବ ବୋଲି ଜଣାପଡିଛି । ମିୟାଜାକି ନାମର ଆମ୍ବ ଯାହାର ମୃଲ୍ୟ କିଲୋପ୍ରତି ୩ ଲକ୍ଷ । ସହର ଜଣ