ମୋରମ ଖୋଳିବା ବେଳେ ଅଘଟଣ; ମାଟି ଅତଡ଼ା ଧସି ୩ ମୃତ
by Argus News
Sat, Jun 15 | 7:38 p.m.

ଅର୍ଗସ ବ୍ୟୁରୋ: କୋରାପୁଟ କୋଲାବ ଡ୍ୟାମ ନିକଟସ୍ଥ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡା ଧସି ୩ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ ସାନୁମତୀ  ଜାନୀ,  ଚମ୍ପା ବଡ଼ନାୟକ, ପୁର୍ଣ୍ଣି  ଜାନୀ। ସମସ୍ତଙ୍କ ଘର ବଡ଼କେରେଙ୍ଗା ପଞ୍ଚାୟତର ସଲମାନ୍ ଗୁଡା ଗ୍ରାମରେ।  

ସୂଚନା ମୁତାବକ ବେଆଇନ ଭାବେ ମାଟି ଚୋରା ଚାଲାଣ କରୁଥିବା ବେଳେ ଏହି ଅଘଟଣ ଘଟିଛି। ମାଟି ଖୋଳୁଥିବା ସମୟରେ ମାଟି ଅତଡ଼ା ଖସି ପଡ଼ିବାରୁ ତିନି ଜଣ ମହିଳା ମାଟିରେ ଚାପି ହୋଇଥିଲେ ଫଳରେ ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇ କୋରାପୁଟ ସଦର ପୋଲିସ୍ ଦାୟିତ୍ୱରେ ଥିବା ଅଧିକାରୀ ପ୍ରମୋଦ କୁମାର ନାୟକ ଏବଂ ବଡ଼କେରେଙ୍ଗା ଫାଣ୍ଡି ଅଧିକାରୀ ଗଣେଶ ବେହେରାଙ୍କ ଉପସ୍ଥିତରେ  ଓଡ୍ରାଫ ଟିମ୍ ଓ ଦମକଳ ବାହିନୀଙ୍କ ସହାୟତାରେ ୩ ମହିଳା ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ହିଁ ଦୁଇ ଜଣ ମହିଳା ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ମହିଳାଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କଲାବେଳେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। 

ଘଟଣାସ୍ଥଳରେ ନବାଗତ କୋରାପୁଟ ବିଧାୟକ ରଘୁରାମ ମାଛ, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ପହଞ୍ଚି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ଧନୀ ଗାଁ
1m ago
ଧନୀ ଗାଁ ; ପ୍ରତି ପରିବାରର ଆୟ ୧ କୋଟିରୁ ଅଧିକ
ଅର୍ଗସ ବ୍ୟୁରୋ : ଧନୀ ଗାଁ । ଏହି ଗାଁରେ ପ୍ରତ୍ୟେକ ପରିବାରର ବାର୍ଷିକ ଆୟ ପ୍ରାୟ ୧ କୋଟିରୁ ଅଧିକ । ଏକଥା ଶୁଣିବା ପରେ ଆପଣଙ୍କୁ କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏହା ସମୂର୍ଣ୍
ଫାଇନାଲରେ ଭାରତ
6m ago
ଫାଇନାଲରେ ଭାରତ , କମାଲ କଲେ କୁଳଦୀପ-ଅକ୍ଷର ଯୋଡି
ଅର୍ଗସ ବ୍ୟୁରୋ : ୧୦ ବର୍ଷ ଅପେକ୍ଷାର ଘଟିଛି ଅନ୍ତ । ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୬୮ ରନରେ ହରାଇ ଟି-୨୦ ବିଶ୍ୱକପ୍ ରେ ତୃତୀୟ ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ଇଣ୍ଡିଆ।୨୦୨୨ଟି-୨
ABHIMANYU
42m ago
ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାର ମାର୍ଗର ନାମ ପୂର୍ବ ସ୍ଥାନକୁ ଅଣାଯାଉ
ଅର୍ଗସ ବ୍ୟୁରୋ: ରୀତିଯୁଗର କବି ତଥା ଓଡିଆ ସ୍ୱାଭିମାନ ଏବଂ ଅସ୍ମିତାର ପ୍ରତୀକ ବିଦଗ୍ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାମରେ ପୂର୍ବରୁ ଭୁବନେଶ୍ୱରର ସତ୍ୟନଗର ରାସ୍ତାର ନାମକର