ଅର୍ଗସ ବ୍ୟୁରୋ: ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ସିବିଆଇ ଦ୍ବାରା ଗିରଫ ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଜାମିନ ଆବେଦନ ମଜୁର କଲେ ସିବିଆଇ ସ୍ୱତନ୍ତ୍ର କୋର୍ଟ । ଆଜି ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଜିଜିଏମ ଚଞ୍ଚଲ ମୁଖାର୍ଜି ।
ଜାମିନ ଆବେଦନ କରିଥିଲେ ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣା ଏମାନଙ୍କୁ ଜାମିନ ମିଳିଲେ ଏଭିଡ଼େନ୍ସ ଟାମ୍ପରିଙ୍ଗ ହେବାର ସମ୍ଭାବନା ରହିଛି । ଏକଥାକୁ ଦର୍ଶାଇଥିଲେ ସିବିଆଇ ଓକିଲ। ଅନ୍ୟପଟେ ଗିରଫ ତିନିଜଣଙ୍କର ଲାଞ୍ଚ କାରବାରରେ କୌଣସି ସମ୍ପୃକ୍ତି ନଥିବା ପ୍ରତିପକ୍ଷ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର