ଅର୍ଗସ ବ୍ୟୁରୋ: ଅବିଶ୍ବନୀୟ ଇଞ୍ଜିନିୟରିଂ । ଆଧୁନିକ ଭାରତର ଗର୍ବ ଗୌରବ। ଜାମ୍ମୁ କାଶ୍ମୀରରେ ନିର୍ମିତ ବିଶ୍ବର ଆଉ ଏକ ଆଶ୍ଚର୍ଯ୍ୟ । 359 ମିଟର ଉଚ୍ଚରେ ଚେନାବ ନଦୀ ଉପରେ ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍। ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଭୂସ୍ବର୍ଗ କାଶ୍ମୀରର ଅଦ୍ବିତୀୟ ସୌନ୍ଦର୍ଯ୍ୟ ସହ ଏହି ଅଦ୍ଭୁତ କାରିଗରୀକୁ କ୍ୟାମେରାରେ କଏଦ କରିଛି ଅର୍ଗସ୍ ଟିମ୍। ଚେନାବ୍ ବ୍ରିଜ୍, ଜମ୍ମୁ କଶ୍ମୀରରେ ନିର୍ମାଣାଧୀନ ଉଦ୍ଧମପୁର-ଶ୍ରୀନଗର-ବାରାମୁଲା (ୟୁଏସବିଆରଏଲ) ରେଳ ପ୍ରକଳ୍ପର ଏକ ପ୍ରମୁଖ ଅଂଶ। ଉତ୍ତର ରେଳପଥ ପକ୍ଷରୁ କରାଯାଉଛି ଏହାର ନିର୍ମାଣ ଯାହା ଚୀନ ଓ ପାକିସ୍ତାନ ଭଳି ଦେଶର ଅନୁପ୍ରବେଶକାରୀଙ୍କ ପାଇଁ ସତର୍କ ଘଣ୍ଟି ।
Udhampur-Srinagar-Baramulla Rail Link (USBRL) ର ସବୁଠୁ ଜଟିଳ ଅଂଶ ଥିଲା ଚେନାଵ ବ୍ରିଜ୍ । ଯାହା ଉପରେ ଥିଲା ସମଗ୍ର ଦୁନିଆର ନଜର। କିନ୍ତୁ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଭାରତ ସରକାର, ଇଣ୍ଡିଆନ ରେଲୱେ ଓ ଭାରତୀୟ ଇଞ୍ଜିନିୟରି। ସଙ୍ଗଲଦାନରୁ ରିଆସି ମଧ୍ୟରେ ରହିଛି ଏହି ଚେନାଵ ବ୍ରିଜ । ବିଶ୍ୱର ସବୁଠୁ ଉଚ୍ଚା ରେଳ ବ୍ରିଜ ଭାବେ ପରିଗଣିତ ଏହି ପୋଲ ୧୮ ଟି ପିଲର ଉପରେ ନିର୍ମିତ।
ଯାହା କି ୩୩୦ମିଟର ଉଚ୍ଚା ଆଇଫିଲ ଟାୱାରଠୁ ବି ଅଧିକ ଉଚ୍ଚତା ବିଶିଷ୍ଟ । ଏହାର ଦୈର୍ଘ୍ୟ ୧୩୧୫ ମିଟର । ଏଥିରେ ବ୍ୟବହୃତ ସବୁଠାରୁ ଉଚ୍ଚା ସିମେଣ୍ଟ ପିଲର ୪୯ ମିଟରର ହୋଇଥିବା ବେଳେ ସବୁଠୁ ଉଚା ଷ୍ଟିଲ ପିଲରର ଉଚ୍ଚତା ୧୩୦ ମିଟର। ପୋଲକୁ ଏତେ ମଜଭୁତ କରାଯାଇଛି ଯେ ମାଇନସ ୨୦ ଡିଗ୍ରୀ ତାପମାତ୍ରା ହେଉ କି ୨୬୦ କିଲୋମିଟର ବେଗରେ ପବନ କିଛି ବି ପ୍ରାକୃତିକ ସ୍ଥିତି ଏହାର କୌଣସି କ୍ଷତି କରି ପାରିବ ନାହିଁ । ଏପରିକି ୮.୦ ରେକ୍ଟରସେଲର ଭୂମୀକମ୍ପ ମଧ୍ୟ ଏହି ବ୍ରିଜର କୌଣସି କ୍ଷତି ହେବ ନାହିଁ। ଏତିକି ନୁହେଁ ୪୦ କେଜିର ବିସ୍ଫୋରକ ସାମଗ୍ରୀ ଦ୍ବାରା ବି ପୋଲ ହେବ ନାହିଁ କ୍ଷତିଗ୍ରସ୍ତ। ପୋଲ ନିର୍ମାଣରେ ୩୦ ହଜାର ମେଟ୍ରିକ ଟନ ଷ୍ଟିଲ ବ୍ୟବହାର ହୋଇଛି । ଯାହାକି ଆଇଫିଲ ଟାୱାରଠୁ ଚାରି ଗୁଣା ଅଧିକ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ଏହା ଉପରେ ଭାରତୀୟ ରେଳ ଗାଡ଼ି ଦୌଡ଼ିବ। ୧୪୦୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ଏହି ବ୍ରିଜ ୧୨୦ ବର୍ଷ ପର୍ଯ୍ୟନ୍ତ କୌଣସି କ୍ଷତି ହେବ ନାହିଁ।
ସୁରକ୍ଷା ଦୃଷ୍ଟି କୋଣରୁ ଭାରତ ପାଇଁ ଏହି ବ୍ରିଜ ଯେତିକି ନୂଆ ସୂର୍ଯ୍ୟଦୋୟ ଆଣିଛି ପାକିସ୍ତାନ ଓ ଚୀନ ଭଳି ଦେଶ ପାଇଁ ମଧ୍ୟ ଚିନ୍ତା ବଢାଇଛି । ଏଠାରୁ ଏଲଓସି ମାତ୍ର ୬୫ କିଲୋମିଟର । ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ ସେନା ଏହି ସ୍ଥାନ କୁ ଅତି ସହଜରେ ଯିବା ଆସିବା କରି ପାରିବା ସହ ଅସ୍ତ୍ରଶସ୍ତ୍ର ବି ପରିବହନ କରି ପାରିବେ । ପୂର୍ବରୁ ଶୀତ ଦିନେ ବରଫ ବର୍ଷା କାରଣରୁ ଏଠି ସେନା ପହଁଚି ପାରୁନଥିଲେ । ଏବେ ୩୬୫ ଦିନ ଭାରତୀୟ ସେନାର ଆତଯାତ ଫଳରେ କାଶ୍ମୀରରେ ପାକିସ୍ତାନର ଆତଙ୍କବାଦ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ ଲାଗିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର