ସାମ୍ନାକୁ ଆସିଲେ PM, ସୋସିଆଲ୍ ମିଡିଆରେ କଲେ ସିରିଜ୍ ପୋଷ୍ଟ
by Argus News
Wed, Dec 18 | 7:16 p.m.

ଅର୍ଗସ ବ୍ୟୁରୋ: ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନାଁ ନେଇ କଂଗ୍ରେସ କେମିତି କରୁଛି ମିଛ ପ୍ରଳାପ ମଙ୍ଗଳବାର ରାଜ୍ୟସଭାରେ ତାର ଖୁଲାସା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ସମ୍ବିଧାନ ଉପରେ ବିତର୍କରେ ଭାଗ ନେଇ ଅମିତ୍ ଶାହ ଖୋଲିଥିଲେ କଂଗ୍ରେସର SC- ST ବିରୋଧୀ ମୁଖା। ଶାହଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଫଳରେ କଂଗ୍ରେସକୁ ଲାଗିଲା ଚିଆଁ। ପ୍ରଥମେ କଂଗ୍ରେସ ଶାହଙ୍କ ଭାଷଣର ଭିଡିଓ ଏଡିଟ୍ କରି ମିଛ ଲେଖା ଲେଖି ସୋସିଆଲ୍ ମିଡିଆରେ ପୋଷ୍ଟ କଲା। ତା ପରେ ରାସ୍ତାକୁ ଓହ୍ଲାଇ ଆସିଲେ କଂଗ୍ରେସ ନେତା। ସଂସଦ ଭବନ ପରିସରରେ ଆମ୍ବେଦକରଙ୍କ ଫଟୋ ଧରି ପ୍ରତିବାଦ କଲେ। ଦେଶର ବିଭିନ୍ନ ସ୍ଥାନରେ କଲେ ବିକ୍ଷୋଭ। ଆଉ କଂଗ୍ରେସକୁ କଡ଼ା ଜବାବ ଦେଲା ବିଜେପି । 

ସେପଟେ ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । ସୋସିଆଲ୍ ମିଡିଆରେ ସିରିଜ୍ ପୋଷ୍ଟ କରି ଆମ୍ବେଦକରଙ୍କୁ କଂଗ୍ରେସ ଦଳ ଅପମାନ କରିବା ପ୍ରସଙ୍ଗରେ ମୋଦି କଲେ କଡ଼ା ସମାଲୋଚନା। କହିଲେ ଦୀର୍ଘ ବର୍ଷ ଧରି ଲୋକଙ୍କୁ ଭ୍ରମିତ କରିଆସୁଛି କଂଗ୍ରେସ । ଆମ୍ବେଦକରଙ୍କୁ କେବେ ବି ଯଥୋଚିତ ସମ୍ମାନ ଦେଇନାହିଁ କଂଗ୍ରେସ । ଏତେ ଦିନ ଶାସନ କରିବା ପରେ କଂଗ୍ରେସ ଦଳ ମହାପୁରୁଷଙ୍କୁ ଭୁଲିଯିବା ହୀନମନ୍ୟତାର ପରିଚୟ । SC/STଙ୍କ ସ୍ଵାର୍ଥକୁ ସବୁବେଳେ ଅଣଦେଖା କରିଆସିଛି କଂଗ୍ରେସ। ଆମ୍ବେଦକରଙ୍କ ଦୂରଦୃଷ୍ଟିକୁ ସାକାର କରିବାକୁ ସବୁବେଳେ ଚେଷ୍ଟିତ ବିଜେପି ସରକାର। ଏଥିସହ ପଛୁଆବର୍ଗଙ୍କ ହିତସାଧନ ପ୍ରତିଶ୍ରୁତିବଦ୍ଧ ।

ସେହିପରି ସୋସିଆଲ୍ ମିଡିଆରେ ସିରିଜ୍ ପୋଷ୍ଟ କରି କଂଗ୍ରେସ କଳା କାରନାମାର ଖୁଲାସା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ଧର୍ମେନ୍ଦ୍ର ଲେଖିଛନ୍ତି ଆମ୍ବେଦକରଙ୍କ ପାଇଁ କଂଗ୍ରେସ କରିଥିବା ଷଡ଼ଯନ୍ତ୍ରର ବାସ୍ତବ ତଥ୍ୟକୁ ଦେଶବାସୀଙ୍କ ସାମ୍ନାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ। ଏ ପ୍ରସଙ୍ଗରେ କଂଗ୍ରେସ ପାଖରେ ତଥ୍ୟଭିତ୍ତିକ ଜବାବ ନଥିବାରୁ ଗୃହମନ୍ତ୍ରୀଙ୍କ ଭିଡିଓ ଏଡିଟ୍ କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । କଂଗ୍ରେସ ଦେଶବାସୀଙ୍କୁ ଠକିବାର କାମ କରୁଛି। ଗତ ଏକ ଦଶନ୍ଧି ହେଲା ବାବା ସାହେବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ମୋଦି ସରକାର । କ୍ରମାଗତ ପରାଜୟ ଏବଂ ଦେଶର ଦଳିତ ଓ ପଛୁଆ ସମାଜ ଦ୍ୱାରା ହୋଇଥିବା ପ୍ରତ୍ୟାଖ୍ୟାନର ହତାଶା ଭାବ ଯୋଗୁଁ କଂଗ୍ରେସ ଦଳ ଏବେ 'ମିଛର କାରଖାନା'ରେ ପରିଣତ ହୋଇଛି । ସେମାନଙ୍କ ପ୍ରକୃତ ମୁଖା ଦେଶବାସୀଙ୍କ ସାମ୍ନାରେ ଖୋଲିସାରିଛି । ବାବାସାହେବଙ୍କ ପ୍ରତି ଘୃଣ୍ୟ ମାନସିକତା ପାଇଁ କଂଗ୍ରେସ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ।

ମଙ୍ଗଳବାର ରାଜ୍ୟସଭାରେ ସମ୍ବିଧାନ ପ୍ରସଙ୍ଗରେ ଆଲୋଚନାବେଳେ କଂଗ୍ରେସ ଆମ୍ବେଦକରଙ୍କୁ ଅପମାନିତ କରିବାର କଳା ଇତିହାସର ଖୁଲାସା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଶାହ କହିଥିଲେ SC-ST ସମ୍ପ୍ରଦାୟଙ୍କୁ କଂଗ୍ରେସ ଦଳ ବାରମ୍ବାର ଅଣଦେଖା କରିଆସିଛି। ଏବେ ଶୁଣନ୍ତୁ ପ୍ରକୃତରେ କଣ କହିଥିଲେ ଶାହ। ଆଉ କେମିତି ଲମ୍ବା ଭିଡିଓକୁ ଏଡିଟ୍ କରି ଦେଶକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି କଂଗ୍ରେସ। 

ଆରବସାଗର
ଆରବସାଗର ବୋଟ ଟ୍ରାଜେଡି: ୧୩ ମୃତ
ଅର୍ଗସ ବ୍ୟୁରୋ: ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ବୋଟ ଦୁର୍ଘଟଣାର ଶିକାର ହୋଇଛି । ବୁଧବାର ଅପରାହ୍ନ ୩୩ଟା ୫୫ ମିନିଟରେ ବୋଟ ପ୍ରାୟ ୮୦ ଲୋକଙ୍କୁ ନେଇ ଯାଉଥିଲା
ଟେଣ୍ଡର ପାଇଁ 10ଲକ୍ଷ
ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା: ୩ ଅଭିଯୁକ୍ତଙ୍କୁ ମିଳିଲା ଜାମିନ
ଅର୍ଗସ ବ୍ୟୁରୋ: ଟେଣ୍ଡର ପାଇଁ 10ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ସିବିଆଇ ଦ୍ବାରା ଗିରଫ ତିନି ଅଭିଯୁକ୍ତଙ୍କୁ ମିଳିଲା ଜାମିନ। ଜାମିନ ଆବେଦନ ମଜୁର କଲେ ସିବିଆ
କାଶ୍ମୀର ରିୟାସି
କାଶ୍ମୀର ରିୟାସି ଜିଲ୍ଲାର ଚେନାବ ନଦୀ ଉପରେ ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜ୍
ଅର୍ଗସ ବ୍ୟୁରୋ: ଅବିଶ୍ବନୀୟ ଇଞ୍ଜିନିୟରିଂ । ଆଧୁନିକ ଭାରତର ଗର୍ବ ଗୌରବ। ଜାମ୍ମୁ କାଶ୍ମୀରରେ ନିର୍ମିତ ବିଶ୍ବର ଆଉ ଏକ ଆଶ୍ଚର୍ଯ୍ୟ । 359 ମିଟର ଉଚ୍ଚରେ ଚେନାବ ନଦୀ ଉପର
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ
ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ
ଅର୍ଗସ ବ୍ୟୁରୋ: ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ଅଳ୍ପସଂଖ୍ୟକ ଶୈକ୍ଷଣିକ ସଂସ୍ଥାନ ଆୟୋଗର 20ତମ ପ୍ରତିଷ୍ଠା ଦିବସ ଏବଂ ଅଳ୍ପସଂଖ୍ୟକ ଅଧିକାର ଦିବସ ନେଇ ଆୟୋଜିତ ସମାରୋହକୁ ସମ୍ବୋଧିତ କରିଛନ୍ତ
ଆମ୍ବେଦକର
ସାମ୍ନାକୁ ଆସିଲେ PM, ସୋସିଆଲ୍ ମିଡିଆରେ କଲେ ସିରିଜ୍ ପୋଷ୍ଟ
ଅର୍ଗସ ବ୍ୟୁରୋ: ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ନାଁ ନେଇ କଂଗ୍ରେସ କେମିତି କରୁଛି ମିଛ ପ୍ରଳାପ ମଙ୍ଗଳବାର ରାଜ୍ୟସଭାରେ ତାର ଖୁଲାସା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ