ପୁରୁଣା ସ୍ଥାନରେ ଆଜିଠୁ ଖୋଲିଲା ବିରଜା ଅଗ୍ନେଶ୍ବର ହାଟ
by Argus News
Sun, Dec 15 | 9:11 p.m.

ଅର୍ଗସ ବ୍ୟୁରୋ : ଦୀର୍ଘ ୮ ମାସ ପରେ ନିଜ ପୁରୁଣା ସ୍ଥାନକୁ ଫେରିଛି ଯାଜପୁରର ବିରଜା ଅଗ୍ନେଶ୍ବର ହାଟ। ଏତେ ଦିନ ପରେ ପୁରୁଣା ଜାଗାକୁ ଫେରିଥିବାରୁ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହୋଇପଡୁଥିଲା। କାରଣ ୮ ମାସ ଧରି ଏମାନେ ଚକ୍ରାନ୍ତ ଓ ଯାତନାର ଶିକାର ହୋଇଆସିଥିଲେ। ଆନ୍ଦୋଳନ କରିଥିଲେ, ଆତ୍ୟାଚାର ସହିଥିଲେ, ମିଛି କେଶ୍ ବି ଖାଇଥିଲେ। ତଥାପି ଆଶା ଛାଡ଼ିନଥିଲେ। ଶେଷରେ ମାଆ ବିରଜାଙ୍କ ମନ୍ଦିର ପାଖକୁ ହାଟ ଫେରିବା ସହ ସମସ୍ତେ ହୋଇଛନ୍ତି ଆଶ୍ବସ୍ତ। ପୂର୍ବଭଳି ଏଠାରେ ଚାଷୀ ଓ ବ୍ୟବସୀୟୀଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ଆରଏମସି ପକ୍ଷରୁ କୁହାଯାଇଛି। 

 ଉନବିଂଶ ଶତାବ୍ଦୀରୁ ମା ବିରଜାଙ୍କ ମନ୍ଦିର ନିକଟରେ ବସି ଆସୁଥିଲା ବିରଜା ଅଗ୍ନେଶ୍ବର ହାଟ। ଶହ ଶହ ଚାଷୀ ଓ ବ୍ୟବସାୟୀଙ୍କର ପରିବାର ପୋଷଣର ଏହା ଥିଲା ମାଧ୍ୟମ କିନ୍ତୁ ଯାଜପୁରର ଗୋଟିଏ ପରିବାରର ଅହଂକାର ଯୋଗୁଁ ରାଜ୍ୟର ଅନ୍ୟତମ ସର୍ବପୂରାତନ ହାଟକୁ ଗତ ଜାନୁଆରୀ ୨୪ତାରିଖରେ ଏଠାରେ ବେଦଖଲ କରିଦିଆଯାଇଥିଲା। ଏଠାରେ ହାଇଟେକ୍ ହାଟ ନିର୍ମାଣ କରାଯିବ ବୋଲି ମିଛ ପ୍ରତିଶ୍ରୁତି ଦେଇ ପ୍ରାୟ ଅଢେଇ କିଲୋମିଟର ଦୂର ସନ୍ଥମାଧବ ନଗରକୁ  ।

ହାଟ ସ୍ଥାନାନ୍ତର କରିଦିଆଗଲା। ଏ ନିଷ୍ପତ୍ତି ଚାଷୀ, ବ୍ୟବସାୟୀ ଏପରିକି ଯାଜପୁର ଜନସାଧାରଣଙ୍କ ପାଇଁ ଜମାରୁ ଗ୍ରହଣୀୟ ନଥିଲା। ଏହାପରେ ଜୀବନ ଜୀବିକା ବଞ୍ଚାଇବା ପାଇଁ ଚାଷୀ ଓ ବ୍ୟବସାୟୀ ଆନ୍ଦୋଳନକୁ ଓହ୍ଲାଇଥିଲେ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ହେଲେ ସେତେବେଳେର ସରକାର ଆଉ ସ୍ଥାନୀୟ ଜନ ପ୍ରତିନିଧି ଚାଷୀଙ୍କ ଦୁଃଖ ବୁଝିବା ବଦଳରେ ଚାଷୀଙ୍କ ଉପରେ ଜୁଲମ କରିଥିଲେ। ପ୍ରଶାସନକୁ ଲଗାଇ ଚାଷୀଙ୍କ ବିରୋଧରେ କେଶ କରାଗଲା। ହେଲେ ସରକାର ବଦଳିବା ପରେ ଚାଷୀଙ୍କ ଦାବି ମାନିଲା ପ୍ରଶାସନ। ହାଟ ଖୋଳିବା ପାଇଁ ପ୍ରଶାସନ ପରୋକ୍ଷରେ ଅନୁମତି ପ୍ରଦାନ କଲା।  ହେଲେ ବ୍ୟବସାୟୀଙ୍କୁ ଜୋର ଜବରଦସ୍ତ ବଳ ପ୍ରୟୋଗ କରି ତଡ଼ି ଦେଲେ ବିଜେଡିର ପାୱାରଫୁର ନେତା ବବି ଦାସଙ୍କ ପରିବାର। ବବିଙ୍କ ଭାଇ ବଳଭଦ୍ର ଚାଷୀଙ୍କୁ ହତ୍ୟା ଧମକ ଦେଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏବେ ପୁରୁଣା ସ୍ଥାନକୁ ହାଟ ଫେରିବା ପରେ ଚାଷୀ ଓ ଯାଜପୁରବାସୀଙ୍କ ପାଇଁ ଆଣିଦେଇଛି ଅପାର ଖୁସି। 

କ୍ଷମତାରୁ ବେଦଖଲ ହେବା ପରେ ବି ଭାଙ୍ଗିନଥିଲା ବବିଙ୍କ ପରିବାରର ଅହଂକାର। ବିରଜା ପ୍ରକଳ୍ପକୁ ଢାଲ କରି ହାଟକୁ ସବୁଦିନ ପାଇଁ ହଟାଇବା ଚକ୍ରାନ୍ତରେ ବିଫଳ ହେବା ପରେ ପ୍ରଶାସନ ଉପରେ ଚାପ ପକାଇବାକୁ ବୁଢା ବ୍ରିଜ ନିକଟରେ ବବିଙ୍କ ସମର୍ଥକ ତଥା ବିଜେଡିର ନେତା ଆଉ କର୍ମୀ ରାସ୍ତା ରୋକ କରିଥିଲେ।  କିନ୍ତୁ ମା ବିରଜାଙ୍କ ଇଚ୍ଛା ଆଗରେ ଅହଂକାର ଓ ଅତ୍ୟାଚାରର ଜୋର ଚାଲିଲା ନାହିଁ। ପୁରୁଣା ସ୍ଥାନକୁ ଫେରିଲା ବିରଜା ଅଗ୍ନେଶ୍ବର ହାଟ। 

ବିରଜା ଅଗ୍ନେଶ୍ବର ହାଟ
ପୁରୁଣା ସ୍ଥାନରେ ଆଜିଠୁ ଖୋଲିଲା ବିରଜା ଅଗ୍ନେଶ୍ବର ହାଟ
ଅର୍ଗସ ବ୍ୟୁରୋ : ଦୀର୍ଘ ୮ ମାସ ପରେ ନିଜ ପୁରୁଣା ସ୍ଥାନକୁ ଫେରିଛି ଯାଜପୁରର ବିରଜା ଅଗ୍ନେଶ୍ବର ହାଟ। ଏତେ ଦିନ ପରେ ପୁରୁଣା ଜାଗାକୁ ଫେରିଥିବାରୁ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍
ଆୟୁଷ୍ମାନ ଭାରତ
ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର
ଜାତୀୟ ଶିକ୍ଷାନୀତି
ଜାତୀୟ ଶିକ୍ଷାନୀତି  ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
ଅର୍ଗସ ବ୍ୟୁରୋ : ଜଙ୍ଗଲର କାହାଣୀ ପଢ଼ିବେ ଓଡିଶାର ଛାତ୍ରଛାତ୍ରୀ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ବିକଶିତ ହୋଇଛି ଦେଶ ସ୍ୱାଧୀନତାର ନେତୃତ୍ୱ
ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନ ବିଲକୁ ମିଳିସାରିଛି କ୍ୟାବିନେଟ୍ ଅନୁମୋଦନ
ଅର୍ଗସ ବ୍ୟୁରୋ : ଦେଶରେ ଏକକ ନିର୍ବାଚନକୁ ନେଇ ଜାରି ରହିଛି ଚର୍ଚ୍ଚା। ଏକ ଦେଶ-ଏକ ନିର୍ବାଚନ ବିଲ୍‌କୁ ମିଳିସାରିଛି କ୍ୟାବିନେଟ୍ ମଞ୍ଜୁରୀ । ସୋମବାର ଏହି ବିଲ ଆଗତ ହେବ
ନକ୍ସଲ
31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା
ଅର୍ଗସ ବ୍ୟୁରୋ: ନକ୍ସଲ ପ୍ରଭାବିତ ଛତିଶଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାୟପୁରର ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ପୋଲିସ କଲର୍ସ ଆୱାର୍ଡରେ ସାମିଲ ହୋଇଥିଲେ ଅମି