ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
by Argus News
Sun, Dec 15 | 8:59 p.m.

ଅର୍ଗସ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ ହେବେ ସାଢେ ୩ କୋଟି ଲାଭାର୍ଥୀ। ଇନସ୍ୟୁରାନସ୍ ନୁହେଁ ଆସ୍ୟୁରାନସ ମୋଡରେ ମାଗଣା ସ୍ଵାସ୍ଥ୍ୟସେବା ପାଇବେ ହିତାଧିକାରୀ । ନୂଆକାର୍ଡର ସୁବିଧା ସାଧାରଣ ଲୋକଙ୍କ ସହ ମାଇଗ୍ରାଣ୍ଟ ୱର୍କର ମଧ୍ୟ ପାଇବେ । ପୁରୁଣା କାର୍ଡ ୯୫୭ ହସ୍ପିଟାଲ ଅନୁବନ୍ଧିତ ଥିବାବେଳେ ନୂଆ କାର୍ଡରେ ୨୭ ହଜାର ହସ୍ପିଟାଲ ଅନୁବନ୍ଧିତ ରହିବେ । ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ପେସେଣ୍ଟ ଟ୍ରାକିଂ ଓ ବାୟୋ ମାଟ୍ରିକ୍ ସିଷ୍ଟମ୍ । ପ୍ରାଇଭେଟ୍ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲରେ ମଧ୍ୟ ସବୁ ପେସେଣ୍ଟଙ୍କ ଡିଟେଲ୍ ରହିବ । ପ୍ରଧାନମନ୍ତ୍ରୀ ସର୍ବ ସ୍ବାସ୍ଥ୍ୟ ଯୋଜନାରେ ଆଗାମୀ ଦୁଇ ବର୍ଷରେ ସବୁ ପଞ୍ଚାୟତରେ ଖୋଲିବ health wellness ସେଣ୍ଟର । ଯେଉଁଠି ତିନି ଜଣ ପାରା ମେଡିକାଲ ଷ୍ଟାଫ୍,ଜଣେ ଯୋଗ ତିଚର୍ ଓ Anm/Gnm ରହିବେ । ଆଗାମୀ 5 ବର୍ଷରେ ଆହୁରି ୨୪୦୦ ମେଡିକାଲ ସିଟ୍ ବୃଦ୍ଧି କରିବ ସ୍ବାସ୍ଥ୍ୟ ବିଭାଗ । ସମ୍ବଲପୁରରେ ଦ୍ଵିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ନେଇ ଯୋଜନା ଚାଲିଛି । କିଡନୀ ରୋଗୀଙ୍କ ପାଇଁ ଡାୟାଲିସିସ୍ ମେସିନ ବ୍ୟବସ୍ଥା କରାଯିବ । ଲୋକ ମାନଙ୍କୁ ସ୍ବାସ୍ଥ୍ୟସେବା କମ୍ ଦରରେ ଯୋଗାଇ ଦିଆଯିବ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ବିରଜା ଅଗ୍ନେଶ୍ବର ହାଟ
ପୁରୁଣା ସ୍ଥାନରେ ଆଜିଠୁ ଖୋଲିଲା ବିରଜା ଅଗ୍ନେଶ୍ବର ହାଟ
ଅର୍ଗସ ବ୍ୟୁରୋ : ଦୀର୍ଘ ୮ ମାସ ପରେ ନିଜ ପୁରୁଣା ସ୍ଥାନକୁ ଫେରିଛି ଯାଜପୁରର ବିରଜା ଅଗ୍ନେଶ୍ବର ହାଟ। ଏତେ ଦିନ ପରେ ପୁରୁଣା ଜାଗାକୁ ଫେରିଥିବାରୁ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍
ଆୟୁଷ୍ମାନ ଭାରତ
ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର
ଜାତୀୟ ଶିକ୍ଷାନୀତି
ଜାତୀୟ ଶିକ୍ଷାନୀତି  ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
ଅର୍ଗସ ବ୍ୟୁରୋ : ଜଙ୍ଗଲର କାହାଣୀ ପଢ଼ିବେ ଓଡିଶାର ଛାତ୍ରଛାତ୍ରୀ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ବିକଶିତ ହୋଇଛି ଦେଶ ସ୍ୱାଧୀନତାର ନେତୃତ୍ୱ
ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନ ବିଲକୁ ମିଳିସାରିଛି କ୍ୟାବିନେଟ୍ ଅନୁମୋଦନ
ଅର୍ଗସ ବ୍ୟୁରୋ : ଦେଶରେ ଏକକ ନିର୍ବାଚନକୁ ନେଇ ଜାରି ରହିଛି ଚର୍ଚ୍ଚା। ଏକ ଦେଶ-ଏକ ନିର୍ବାଚନ ବିଲ୍‌କୁ ମିଳିସାରିଛି କ୍ୟାବିନେଟ୍ ମଞ୍ଜୁରୀ । ସୋମବାର ଏହି ବିଲ ଆଗତ ହେବ
ନକ୍ସଲ
31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା
ଅର୍ଗସ ବ୍ୟୁରୋ: ନକ୍ସଲ ପ୍ରଭାବିତ ଛତିଶଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାୟପୁରର ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ପୋଲିସ କଲର୍ସ ଆୱାର୍ଡରେ ସାମିଲ ହୋଇଥିଲେ ଅମି