ଜାତୀୟ ଶିକ୍ଷାନୀତି  ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
by Argus News
Sun, Dec 15 | 7:50 p.m.

ଅର୍ଗସ ବ୍ୟୁରୋ : ଜଙ୍ଗଲର କାହାଣୀ ପଢ଼ିବେ ଓଡିଶାର ଛାତ୍ରଛାତ୍ରୀ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ବିକଶିତ ହୋଇଛି ଦେଶ ସ୍ୱାଧୀନତାର ନେତୃତ୍ୱ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଓଡ଼ିଶାର ଜଙ୍ଗଲ କାହାଣୀ ଅଧିକ ରହିବା ଦରକାର। ଓଡ଼ିଶା ଅଣଗେଜେଟେଡ୍ ବନ ସେବା ସଂଘ, ସମ୍ବଲପୁର ଜୋନ୍ ର ସାଧାରଣ ପରିଷଦ ବୈଠକରେ ଯୋଗ ଦେଇ ଆଜି ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଧର୍ମେନ୍ଦ୍ର କହିଛନ୍ତି ଓଡ଼ିଶାରେ ରାଷ୍ଟ୍ରୀୟ ଶିକ୍ଷାନୀତି  ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ। ଜଙ୍ଗଲ ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ ତାକୁ ପାଠ୍ୟକ୍ରମକୁ ଅଣାଯିବାକୁ ବ୍ୟବସ୍ଥା କରାଯାଉଛି। ଯେଉଁଥିରେ ରାଜ୍ୟର ଜଙ୍ଗଲ-କୈନ୍ଦ୍ରିକ ସଂସ୍କୃତି, ଇତିହାସ ଓ ସମ୍ଭାବନା ବିଷୟରେ ଶିକ୍ଷା ପାଇବେ ଛାତ୍ରଛାତ୍ରୀ। 

ଜଙ୍ଗଲ କ୍ଷେତ୍ରଫଳ ବା ଫରେଷ୍ଟ କଭରେଜ କ୍ଷେତ୍ରରେ ଓଡ଼ିଶା ତେଲେଙ୍ଗେନା ପରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ଏ କ୍ଷେତ୍ରରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।  ଜଙ୍ଗଲ ପରିଚାଳନାରେ ନୂଆ ଟେକ୍ନୋଲଜିର ବ୍ୟବହାର ମାଧ୍ୟମରେ ବନ କର୍ମଚାରୀଙ୍କୁ ସଶକ୍ତ କରି ଓଡ଼ିଶାକୁ ଦେଶର ଏକ ନମ୍ବର ଫରେଷ୍ଟ ଫୋର୍ସ ଭାବେ ପ୍ରସ୍ତୁତ କରିବାକୁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଫରେଷ୍ଟ ୱାର୍କଫୋର୍ସକୁ ଗ୍ଲୋବାଲ୍, ଟେକ୍ନୋଲୋଜି ଫ୍ରେଣ୍ଡଲି, କମ୍ପିଟେଣ୍ଟ କରିବାକୁ କହିଛନ୍ତି ଧର୍ମେନ୍ଦ୍ର।  ଜଙ୍ଗଲ ଭିତରେ 1 ହଜାର ଜଳାଶୟ ଖୋଳାଇବାକୁ ପଞ୍ଚାୟତିରାଜ ଓ ଜଙ୍ଗଲ ବିଭାଗକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର

 

ବିରଜା ଅଗ୍ନେଶ୍ବର ହାଟ
ପୁରୁଣା ସ୍ଥାନରେ ଆଜିଠୁ ଖୋଲିଲା ବିରଜା ଅଗ୍ନେଶ୍ବର ହାଟ
ଅର୍ଗସ ବ୍ୟୁରୋ : ଦୀର୍ଘ ୮ ମାସ ପରେ ନିଜ ପୁରୁଣା ସ୍ଥାନକୁ ଫେରିଛି ଯାଜପୁରର ବିରଜା ଅଗ୍ନେଶ୍ବର ହାଟ। ଏତେ ଦିନ ପରେ ପୁରୁଣା ଜାଗାକୁ ଫେରିଥିବାରୁ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍
ଆୟୁଷ୍ମାନ ଭାରତ
ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର
ଜାତୀୟ ଶିକ୍ଷାନୀତି
ଜାତୀୟ ଶିକ୍ଷାନୀତି  ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
ଅର୍ଗସ ବ୍ୟୁରୋ : ଜଙ୍ଗଲର କାହାଣୀ ପଢ଼ିବେ ଓଡିଶାର ଛାତ୍ରଛାତ୍ରୀ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ବିକଶିତ ହୋଇଛି ଦେଶ ସ୍ୱାଧୀନତାର ନେତୃତ୍ୱ
ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନ ବିଲକୁ ମିଳିସାରିଛି କ୍ୟାବିନେଟ୍ ଅନୁମୋଦନ
ଅର୍ଗସ ବ୍ୟୁରୋ : ଦେଶରେ ଏକକ ନିର୍ବାଚନକୁ ନେଇ ଜାରି ରହିଛି ଚର୍ଚ୍ଚା। ଏକ ଦେଶ-ଏକ ନିର୍ବାଚନ ବିଲ୍‌କୁ ମିଳିସାରିଛି କ୍ୟାବିନେଟ୍ ମଞ୍ଜୁରୀ । ସୋମବାର ଏହି ବିଲ ଆଗତ ହେବ
ନକ୍ସଲ
31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା
ଅର୍ଗସ ବ୍ୟୁରୋ: ନକ୍ସଲ ପ୍ରଭାବିତ ଛତିଶଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାୟପୁରର ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ପୋଲିସ କଲର୍ସ ଆୱାର୍ଡରେ ସାମିଲ ହୋଇଥିଲେ ଅମି