31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା 
by Argus News
Sun, Dec 15 | 7:09 p.m.

ଅର୍ଗସ ବ୍ୟୁରୋ: ନକ୍ସଲ ପ୍ରଭାବିତ ଛତିଶଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାୟପୁରର ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ପୋଲିସ କଲର୍ସ ଆୱାର୍ଡରେ ସାମିଲ ହୋଇଥିଲେ ଅମିତ ଶାହା। ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିଥିଲେ ନକ୍ଲ ପ୍ରବଣ ବସ୍ତରରେ। ସେଠାରେ ଆୟୋଜିତ ବସ୍ତର ଅଲମ୍ପିକସରେ ସାମିଲ୍ ହୋଇ ନକ୍ସଲଙ୍କୁ ଦେଇଥିଲେ ହୁଙ୍କାର। କହିଥିଲେ ନକ୍ସଲ ସମାପ୍ତ ହେଲେ କାଶ୍ମୀର ରୁ ଅଧିକ ପର୍ଯ୍ୟଟକ ବସ୍ତର କୁ ଆସିବେ । ଏଥିପାଇଁ ପର୍ଯ୍ୟାଟନ ର ବିକାଶ ଦିଗ ରେ ଭାରତ ସରକାର ଯୋଜନା କରୁଛନ୍ତି। 

2026 ସୁଦ୍ଧା ନକ୍ସଲ ମୂଳପୋଛ ପାଇଁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ସରକାର। ଗତ ଅକଟୋବରରେ ଏ ନେଇ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କ ସହ ବୈଠକ କରି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ କେନ୍ଦ୍ର ସରକାର। ନିକଟରେ ଓଡ଼ିଶାରେ ଅନୁଷ୍ଠିତ ଡିଜି ସମ୍ମିଳନୀରେ ବି ନକ୍ସଲ ସଫା ନେଇ ରଣନିତୀ ପ୍ରସ୍ତୁତ ହୋଇଥିଲା। ନିକଟରେ ନାରୟଣପୁରରେ ଏନକାଉଣ୍ଟରରେ 7 ନକ୍ସଲ ନିପାତ ହୋଇଥିଲେ। ମୋଦି ସରକାରରେ 2014-2015 ତୁଳନାରେ ଗତ 10 ବର୍ଷରେ ନକ୍ସଲ ହିଂସା 53 ପ୍ରତିଶତ ହ୍ରାସ। 2004ରୁ 14 ମଧ୍ୟରେ ହୋଇଥିଲା 16 ହଜାର 463 ନକ୍ସଲ ହିଂସା। ମୋଦି ସରକାରରେ ଗତ 10 ବର୍ଷରେ ନକ୍ସଲ ହିଂସା କମିଛି 7 ହଜାର 700କୁ ।

ବିରଜା ଅଗ୍ନେଶ୍ବର ହାଟ
ପୁରୁଣା ସ୍ଥାନରେ ଆଜିଠୁ ଖୋଲିଲା ବିରଜା ଅଗ୍ନେଶ୍ବର ହାଟ
ଅର୍ଗସ ବ୍ୟୁରୋ : ଦୀର୍ଘ ୮ ମାସ ପରେ ନିଜ ପୁରୁଣା ସ୍ଥାନକୁ ଫେରିଛି ଯାଜପୁରର ବିରଜା ଅଗ୍ନେଶ୍ବର ହାଟ। ଏତେ ଦିନ ପରେ ପୁରୁଣା ଜାଗାକୁ ଫେରିଥିବାରୁ ଚାଷୀ, ବ୍ୟବସାୟୀ ଓ ଗ୍ରାହକଙ୍
ଆୟୁଷ୍ମାନ ଭାରତ
ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: ଆୟୁଷ୍ମାନ ଭାରତ ଯୋଜନା ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ଖୁବ୍ ଶୀଘ୍ର ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର
ଜାତୀୟ ଶିକ୍ଷାନୀତି
ଜାତୀୟ ଶିକ୍ଷାନୀତି  ଆଧାରରେ ପ୍ରସ୍ତୁତ ହେଉଛି ନୂଆ ପାଠ୍ୟପୁସ୍ତକ
ଅର୍ଗସ ବ୍ୟୁରୋ : ଜଙ୍ଗଲର କାହାଣୀ ପଢ଼ିବେ ଓଡିଶାର ଛାତ୍ରଛାତ୍ରୀ । ଜଙ୍ଗଲ ହେଉଛି ଓଡ଼ିଶାର ଅର୍ଥନୀତିର ମେରୁଦଣ୍ଡ । ଜଙ୍ଗଲରୁ ହିଁ ବିକଶିତ ହୋଇଛି ଦେଶ ସ୍ୱାଧୀନତାର ନେତୃତ୍ୱ
ଏକ ଦେଶ ଏକ ନିର୍ବାଚନ
ଏକ ଦେଶ ଏକ ନିର୍ବାଚନ ବିଲକୁ ମିଳିସାରିଛି କ୍ୟାବିନେଟ୍ ଅନୁମୋଦନ
ଅର୍ଗସ ବ୍ୟୁରୋ : ଦେଶରେ ଏକକ ନିର୍ବାଚନକୁ ନେଇ ଜାରି ରହିଛି ଚର୍ଚ୍ଚା। ଏକ ଦେଶ-ଏକ ନିର୍ବାଚନ ବିଲ୍‌କୁ ମିଳିସାରିଛି କ୍ୟାବିନେଟ୍ ମଞ୍ଜୁରୀ । ସୋମବାର ଏହି ବିଲ ଆଗତ ହେବ
ନକ୍ସଲ
31 ମାର୍ଚ୍ଚ 2026 ସୁଦ୍ଧା ଦେଶରୁ ନକ୍ସଲ ହେବେ ସଫା
ଅର୍ଗସ ବ୍ୟୁରୋ: ନକ୍ସଲ ପ୍ରଭାବିତ ଛତିଶଗଡ଼ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ରାୟପୁରର ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡରେ ଆୟୋଜିତ ପୋଲିସ କଲର୍ସ ଆୱାର୍ଡରେ ସାମିଲ ହୋଇଥିଲେ ଅମି